Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Cyclone Akvan Landfall: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ଅକଭାନ, ଟଳିଲା ବଡ କ୍ଷୟକ୍ଷତି
ଜାତୀୟ ଖବର

Cyclone Akvan Landfall: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ଅକଭାନ, ଟଳିଲା ବଡ କ୍ଷୟକ୍ଷତି

November 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cyclone Akvan Landfall:
Cyclone Akvan Landfall: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ଅକଭାନ, ଟଳିଲା ବଡ କ୍ଷୟକ୍ଷତି

Cyclone Akvan Landfall: ବାତ୍ୟା ଅକଭାନ ଆଜି ପୂର୍ବାହ୍ନରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ତାହା ଧିରେଧିରେ ଦୁର୍ବଳ ହୋଇପଡିଛି। ଫଳରେ ଯେଉଁ ବଡ କ୍ଷୟକ୍ଷତି ହେବାର ଆଶଙ୍କା ଥିଲା ତାହା ଟଳିଯାଇଛି। କାରଣ ଅକଭାନ ସ୍ଥଳଭାଗ ଛୁଇଁବା ବେଳେ ପବନର ଗତି 90 କିଲୋମିଟର ହେବ ବୋଲି ଆଶଙ୍କା ଥିଲା। ହେଲେ ତାହା ହେଲା ନାହିଁ। ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଜାରୀ ରହିଛି।

ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ବାତ୍ୟା ଓଡିଶା ଦେଇ ଗତି କରିଛି। ଏହା ବର୍ତ୍ତମାନ ବାତ୍ୟାରୁ ଘୂର୍ଣ୍ଣିଝଡରେ ପରିଣତ ହୋଇଛି। ଏହାପରେ ଅବପାତ ରୂପାନ୍ତରିତ ହୋଇ ଲଘୁଚାପକୁ ପରିବର୍ତ୍ତନ ହେବ। ତେବେ ଓଡିଶାରେ ତିନିଦିନ ଧରି ବର୍ଷା ଲାଗି ରହିବ। ଆଜି ଶୁକ୍ରବାରରେ ଓଡିଶାରେ ପ୍ରବଳରୁ ଅଚି ପ୍ରବଳ ବର୍ଷା ଲାଗି ରହିବ। ଆସନ୍ତାକାଲି ଶନିବାରରେ ପାଗରେ ପରିବର୍ତ୍ତନ ହେବ। ହେଲେ ଦକ୍ଷିଣ ତଥା ଉପକୂଳ ଓଡିଶାରେ ବର୍ଷା ଲାଗିରହିବ।

ପାଣିପାଗ ବିଭାଗ ଅନୁସାରେ ବାତ୍ୟା “ଅକଭାନ୍”ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଥିବା “ଆକଭାନ୍” ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗକୁ ଗତି କରିଛି।

ଏହା ସକାଳ ୦୭:୩୦ ରୁ ୦୮:୩୦ (IST) ମଧ୍ୟରେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ଥିଲା, ଯାହା ଝଟକା ସହ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।

ଆଜି, ୨୦ ନଭେମ୍ବର ୨୦୨୬ ସକାଳ ୦୮:୩୦ (IST) ସୁଦ୍ଧା, ଏହା ଗୋପାଳପୁର ନିକଟରେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାକୁ ଲାଗି ରହିଥିବା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା କଳିଙ୍ଗପାଟନମ୍ (ଆନ୍ଧ୍ରପ୍ରଦେଶ) ଠାରୁ ପ୍ରାୟ ୧୨୦ କିଲୋମିଟର ଉତ୍ତର-ପୂର୍ବରେ, ପୁରୀ (ଓଡ଼ିଶା) ଠାରୁ ୧୩୦ କିଲୋମିଟର ପଶ୍ଚିମ- ଦକ୍ଷିଣପଶ୍ଚିମରେ ଏବଂ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ) ଠାରୁ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ।

ଏହା ଓଡ଼ିଶା ଉପରେ ଦେଇ ପ୍ରାୟ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ‘ଗଭୀର ଅବପାତ’ (Deep Depression) ରେ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ‘ଅବପାତ’ (Depression) ରେ ପରିଣତ ହେବାର ସମ୍ଭାବନା ଅଛି।

cyclone Cyclone Akvan Cyclone Akvan Update Cyclone Landfall ବାତ୍ୟା ବାତ୍ୟା ଅକଭାନ ବାତ୍ୟା ଅକ୍‌ୱାନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାତା ସାବିତ୍ରୀ ଦେବୀଙ୍କର ୯୧ ବର୍ଷ ବୟସରେ ପରଲୋକ

November 20, 2026

ପ୍ରଥମ ଟେଷ୍ଟରେ ସ୍ଥିତି ମଜବୁତ କଲା ଭାରତ: ଜାଣନ୍ତୁ ଦ୍ୱିତୀୟ ଦିନର ବିବରଣୀ

November 20, 2026

‘KGF 2’ ର ରେକର୍ଡ ଭାଙ୍ଗି ଭାରତର ଚତୁର୍ଥ ସବୁଠାରୁ ବଡ଼ ଫିଲ୍ମ ହେଲା ‘ରାମାୟଣ’

November 20, 2026

ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେପିକୁ ବଡ଼ ଝଟକା, କଂଗ୍ରେସକୁ ବଡ଼ ସଫଳତା

November 20, 2026
Latest News

Cyclone Akvan Landfall: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ଅକଭାନ, ଟଳିଲା ବଡ କ୍ଷୟକ୍ଷତି

November 20, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାତା ସାବିତ୍ରୀ ଦେବୀଙ୍କର ୯୧ ବର୍ଷ ବୟସରେ ପରଲୋକ

November 20, 2026

ପ୍ରଥମ ଟେଷ୍ଟରେ ସ୍ଥିତି ମଜବୁତ କଲା ଭାରତ: ଜାଣନ୍ତୁ ଦ୍ୱିତୀୟ ଦିନର ବିବରଣୀ

November 20, 2026

ବିଶ୍ୱ ଶାନ୍ତି ଦିଗରେ ଐତିହାସିକ ପଦକ୍ଷେପ: ଟ୍ରମ୍ପ, ଜିନପିଙ୍ଗ ଓ ପୁଟିନଙ୍କ ମିଳିତ ଘୋଷଣାପତ୍ର ଜାରି

November 20, 2026

‘KGF 2’ ର ରେକର୍ଡ ଭାଙ୍ଗି ଭାରତର ଚତୁର୍ଥ ସବୁଠାରୁ ବଡ଼ ଫିଲ୍ମ ହେଲା ‘ରାମାୟଣ’

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.