ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରେ ଏକ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ହେବ। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନିର୍ମିତ ଏହି ଭବନର ୯ ମହଲା ତଳେ ୨ଟି ବେସମେଣ୍ଟ ଓ ଗୋଟିଏ ଗ୍ରାଉଣ୍ଡଫ୍ଲୋର ରହିବ। ଏଥିପାଇଁ ସମୁଦାୟ ୩୪୭.୮୬ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ଭବନରେ ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରହିବା ଦ୍ୱାରା ଏହା ମାଧ୍ୟମରେ ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଏବଂ ରାଜସ୍ୱ ଆଦାୟ ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି।


