Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା
ଆଜିର ଖବର

ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା

November 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା
ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା

ଗୋଆ: ଗୋଆରେ ଅନୁଷ୍ଠିତ ୫୭ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ‘‘ଦି ଏପିକ୍ ଜୋନର୍ସ – ମାଇଥୋଲୋଜିଜ୍‌, ସୁପରହିରୋଜ ଏଣ୍ଡ ନ୍ୟୁ ୱାର୍ଲ୍ଡସ୍‌ ବା ‘‘ମହାକାବ୍ୟ ଶୈଳୀ – ପୌରାଣିକ କାହାଣୀ, ମହାନାୟକ ଏବଂ ନୂତନ ଦୁନିଆ’’ ଉପରେ ଏକ ରୋଚକ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ଆଲୋଚନା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଧାରିତ ମୌଳିକ ପୌରାଣିକ କାହାଣୀ, ମହାନାୟକ ଏବଂ କାଳ୍ପନିକ ଦୁନିଆର ଅପାର ସମ୍ଭାବନା ଉପରେ କେନ୍ଦ୍ରିତ ଥିଲା। ପୂଜା ତଲୱାରଙ୍କ ଦ୍ୱାରା ସଂଯୋଜିତ ଏହି ଆଲୋଚନା ଅଧିବେଶନରେ ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀ ଏବଂ ବାସିଲ ଜୋସେଫ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେମାନେ ସୁପରହିରୋ ଏବଂ ପୌରାଣିକ କାହାଣୀକୁ ପରଦାକୁ ଆଣିବାର ସୃଜନଶୀଳ ଆହ୍ୱାନ, ଭାରତୀୟ ଲୋକକଥା ଓ ଆଧ୍ୟାତ୍ମିକତାର ପ୍ରଭାବ ଏବଂ ସିନେମା କାହାଣୀ କହିବାରେ ପ୍ରଯୁକ୍ତିର ପରିବର୍ତ୍ତନଶୀଳ ଭୂମିକା ଉପରେ ଆଲୋଚନା କରିଥିଲେ।

ଭାରତରେ ସୁପରହିରୋ ଚଳଚ୍ଚିତ୍ର ନିର୍ମାଣର ଚ୍ୟାଲେଞ୍ଜ ବିଷୟରେ, ବାସିଲ ଯୋସେଫ କହିଥିଲେ, ଭାରତୀୟ ସିନେମା ପାରମ୍ପରିକ ଭାବରେ ନାୟକମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବରେ ଚିତ୍ରଣ କରାଯାଇଥାଏ, ପ୍ରାୟତଃ ସୁପରହିରୋଙ୍କ ଭଳି । ତେଣୁ ଗୋଟିଏ ଅଲଗା ସୁପରହିରୋ ସିନେମାଟିକ ୟୁନିଭର୍ସ ତିଆରି କରିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ ।

ଅୟାନ ମୁଖାର୍ଜୀ କହିଥିଲେ, ସାଧାରଣ ଲୋକଙ୍କ ଅସାଧାରଣ ଶକ୍ତିର ଧାରଣା ହିଁ ତାଙ୍କୁ ପ୍ରଥମେ ସୁପରହିରୋ ଧାରା ପ୍ରତି ଆକର୍ଷିତ କରିଥିଲା। ପାଶ୍ଚାତ୍ୟ ଫ୍ୟାଣ୍ଟାସି ଦ୍ୱାରା ଅନୁପ୍ରାଣିତ ଚଳଚ୍ଚିତ୍ର ପାଇଁ “ଭାରତୀୟ ପରିଚୟ” ସୃଷ୍ଟି କରିବାର ଆହ୍ୱାନ ବିଷୟରେ ଆଲୋକପାତ କରି ସେ ସ୍ୱୀକାର କରିଥିଲେ ଯେ “ବ୍ରହ୍ମାସ୍ତ୍ର” ପ୍ରାରମ୍ଭରେ କିଛି ପାଶ୍ଚାତ୍ୟ ପ୍ରଭାବ ପକାଇଥିଲା। ଏହାର ଏକ କାରଣ ଥିଲା “ହ୍ୟାରି ପୋଟର” ଭଳି କାହାଣୀ ପ୍ରତି ତାଙ୍କର ଆକର୍ଷଣ। ତଥାପି, ସ୍କ୍ରିପ୍ଟରେ ଆଧ୍ୟାତ୍ମିକତାର ଉପାଦାନଗୁଡ଼ିକୁ ସାମିଲ କରିବା ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଭାରତୀୟ ପରିଚୟ ଦେବାରେ ସାହାଯ୍ୟ କରିଥିଲା।

ଏହି ଅବସରରେ ପୌରାଣିକ କଥା ଏବଂ ଲୋକକଥା ସହିତ ଭାରତର ଗଭୀର ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଆଇ ଯୁଗରେ ଚଳଚ୍ଚିତ୍ର ନିର୍ମାଣର ଭବିଷ୍ୟତ ବିଷୟରେ ବାସିଲ ଯୋସେଫ କହିଥିଲେ, ଏଆଇ ମୁଖ୍ୟତଃ ସମ୍ପୂର୍ଣ୍ଣ ମୌଳିକ କିଛି ସୃଷ୍ଟି କରିବା ପରିବର୍ତ୍ତେ ବିଦ୍ୟମାନ ବିଷୟବସ୍ତୁକୁ ଦୋହରାଇଥାଏ । ବକ୍ତାମାନେ ଓଟିଟି ପ୍ଲାଟଫର୍ମର ପ୍ରସାର କିପରି ଭାରତୀୟ ସିନେମାର ପହଞ୍ଚକୁ ପରିବର୍ତ୍ତନ କରିଛି ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନା ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତିତ ପ୍ରକୃତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ ପାୱାର ଇଣ୍ଡେକ୍ସ: ଜିନ୍‌ପିଙ୍ଗ୍‌ଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ପ୍ରଭାବଶାଳୀ ନେତା

November 24, 2026

ସମ୍ପୂର୍ଣ୍ଣ ଶିଖ୍ ପରମ୍ପରା ଦେଶ ଏବଂ ଏହାର ସଂସ୍କୃତି ପାଇଁ ସର୍ବସ୍ୱ ତ୍ୟାଗ କରିବାର ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ

November 24, 2026

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ଏହି ଦିନ କଣ କରିବା ଉଚିତ

November 24, 2026

ବିକଶିତ ଭାରତ ଏବଂ ସମୁନ୍ନତ ନେପାଳ: ସହଭାଗିତାର ନୂତନ ପରିଭାଷା

November 24, 2026
Latest News

ଶ୍ରୀକ୍ଷେତ୍ରରେ ଦର୍ଶନ କରାଇଦେବା ବାହାନାରେ ଶ୍ରଦ୍ଧାଳୁଙ୍କୁ ଠକେଇ; ୫ ନକଲି ଗୁମାସ୍ତା ଗିରଫ

November 24, 2026

ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା

November 24, 2026

ଏସିଆ ପାୱାର ଇଣ୍ଡେକ୍ସ: ଜିନ୍‌ପିଙ୍ଗ୍‌ଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ପ୍ରଭାବଶାଳୀ ନେତା

November 24, 2026

ସାମୁଦ୍ରିକ ଡ୍ରୋନ୍ ଆକ୍ରମଣରେ ରୁଷ୍ ଯୁଦ୍ଧଜାହାଜ ‘ମର୍କ୍ୟୁରୀ’କୁ ବୁଡ଼ାଇଲା ୟୁକ୍ରେନ୍

November 24, 2026

ସମ୍ପୂର୍ଣ୍ଣ ଶିଖ୍ ପରମ୍ପରା ଦେଶ ଏବଂ ଏହାର ସଂସ୍କୃତି ପାଇଁ ସର୍ବସ୍ୱ ତ୍ୟାଗ କରିବାର ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.