ଭୁବନେଶ୍ବର: ପୁରୀରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ର ୨୮ତମ ବୈଠକ ବାତିଲ କରାଯାଇଛି। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ବୈଠକରେ କାଉନସିଲ୍ର ଅଧ୍ୟକ୍ଷ ଭାବେ ଶାହ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, ତେବେ ବୈଠକ ବାତିଲ ହେବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବର ଖବର ମୁତାବକ ଯେ ଶାହ ନଭେମ୍ବର ୨୮ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଏବଂ ରାଜ୍ୟରେ ରହଣି ସମୟରେ କେତେକ ସରକାରୀ ତଥା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। କିନ୍ତୁ ସବୁକିଛି ସ୍ପଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଅମିତ ଶାହ, ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ନିର୍ବାହ କରିଆସୁଛନ୍ତି। ନଭେମ୍ବର ୨୯ ତାରିଖରେ ସ୍ଥିରିକୃତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଅଧ୍ୟକ୍ଷତା କରିଥାଆନ୍ତେ। ଚଳିତ ବୈଠକ ପାଇଁ ପୁରୀ ସହରକୁ ମନୋନୀତ କରାଯାଇଥିଲା।


