Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡିସେମ୍ବର ୧୬ରେ ଢାକା ଫେରିବେ ଶେଖ ହସିନା; ଗିରଫ ଚେତାବନୀ ଦେଲେ ବାଂଲାଦେଶ ସରକାର
ଜାତୀୟ ଖବର

ଡିସେମ୍ବର ୧୬ରେ ଢାକା ଫେରିବେ ଶେଖ ହସିନା; ଗିରଫ ଚେତାବନୀ ଦେଲେ ବାଂଲାଦେଶ ସରକାର

November 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sheikh Hasina to return to Dhaka on December 16; Bangladesh government issues warning of arrest.

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ନିର୍ବାସନ ଜୀବନ କାଟୁଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ଡିସେମ୍ବର ୧୬ ତାରିଖରେ ନିଜ ଦେଶକୁ ଫେରିବା ପାଇଁ ଘୋଷଣା କରିଛନ୍ତି। ମୃତ୍ୟୁଦଣ୍ଡାଦେଶ ଏବଂ ଦେଶରେ ପ୍ରବେଶ କରିବା ମାତ୍ରେ ଗିରଫ ହେବାର ସରକାରୀ ଚେତାବନୀ ସତ୍ତ୍ୱେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ହସିନାଙ୍କ ମୁଖପାତ୍ର ସୈୟଦ ମୋଜାମ୍ମେଲ ଅଲି ସୂଚନା ଦେଇ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଢାକା ଫେରିବା ପାଇଁ ବାଂଲାଦେଶର ବିଜୟ ଦିବସକୁ ଚୟନ କରିଛନ୍ତି। ୨୦୨୪ ମସିହା ଅଗଷ୍ଟ ମାସରେ ଦେଶ ଛାଡ଼ିବା ପରଠାରୁ ପ୍ରଥମ ଥର ପାଇଁ ସେ ସର୍ବସାଧାରଣରେ ନିଜର ପ୍ରତ୍ୟାବର୍ତ୍ତନ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ଶେଖ ହସିନା ନୂଆଦିଲ୍ଲୀରୁ ଢାକା ଫେରିବା ପାଇଁ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ଦେଶର ଜାତୀୟ ବିମାନ ସେବା ‘ବିମାନ ବାଂଲାଦେଶ ଏୟାରଲାଇନ୍ସ’ର ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ମୁଖପାତ୍ର ଯୁକ୍ତି ବାଢ଼ିଛନ୍ତି ଯେ ୨୦୨୪ ଅଗଷ୍ଟ ୫ ତାରିଖରେ ହସିନା ବାଂଲାଦେଶର ଏକ ବିମାନ ଯୋଗେ ଦେଶ ଛାଡ଼ିଥିବାରୁ ବର୍ତ୍ତମାନର ସରକାର ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ଉଚିତ।

ଅନ୍ୟପକ୍ଷରେ, ବାଂଲାଦେଶ ସରକାର ହସିନାଙ୍କ ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହ କେବଳ ପ୍ରତ୍ୟର୍ପଣ ପ୍ରକ୍ରିୟା ମାଧ୍ୟମରେ ହିଁ ସେ ଦେଶକୁ ଫେରିପାରିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ଯେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ହିଁ ତାଙ୍କୁ ଫେରିବାକୁ ପଡ଼ିବ। ସେ କଡ଼ା ଭାଷାରେ ଚେତାବନୀ ଦେଇ କହିଛନ୍ତି ଯେ ହସିନା କେବଳ ପ୍ରତ୍ୟର୍ପଣ ଚୁକ୍ତି ବଳରେ ହାତକଡ଼ି ପିନ୍ଧି ଏବଂ କଡ଼ା ପହରା ମଧ୍ୟରେ ହିଁ ସ୍ୱଦେଶ ଫେରିପାରିବେ। ଏହା ସହିତ ସରକାରୀ ବିମାନ ବ୍ୟବସ୍ଥା କରିବା ନେଇ ହସିନାଙ୍କ ଦାବିକୁ ମଧ୍ୟ ସେ ଅଗ୍ରାହ୍ୟ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୨୫ ନଭେମ୍ବର ମାସରେ ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ ହସିନାଙ୍କ ଅନୁପସ୍ଥିତିରେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କର ୧୫ ବର୍ଷର ଶାସନର ଅନ୍ତ ଘଟାଇଥିବା ଛାତ୍ର ଆନ୍ଦୋଳନକୁ ଦମନ କରିବା ସମୟରେ ମାନବତା ବିରୋଧୀ ଅପରାଧ ଘଟାଇଥିବା ଅଭିଯୋଗରେ ନ୍ୟାୟାଧିକରଣ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମିଳିତ ଜାତିସଂଘର ଆକଳନ ଅନୁଯାୟୀ, ୨୦୨୪ର ସେହି ଜନଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡରେ ପ୍ରାୟ ୧,୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ହସିନା ଏହି ସମସ୍ତ ଅଭିଯୋଗ ଏବଂ ରାୟକୁ ଖଣ୍ଡନ କରିବା ସହ ଦେଶକୁ ଫେରିଲେ ଏହାକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ବର୍ତ୍ତମାନ ବାଂଲାଦେଶରେ ପୁଣିଥରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଥିବା ବେଳେ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରିସ୍ଥିତିକୁ ଅଧିକ ସରଗରମ କରିଛି। ତାଙ୍କ ଦଳ ‘ଆୱାମୀ ଲିଗ୍’ର ରାଜନୈତିକ କାର୍ଯ୍ୟକଳାପ ଉପରେ କଟକଣା ଲାଗିଥିବା ବେଳେ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଦେଶର ଅତି କମ୍‌ରେ ୨୮ଟି ଜିଲ୍ଲାରେ ବୋମାମାଡ଼ ଓ ପୋଡ଼ାଜଳା ଭଳି ହିଂସାତ୍ମକ ଘଟଣା ଘଟିଛି। ବାଂଲାଦେଶ ସରକାର ପୂର୍ବରୁ ଭାରତ ନିକଟରେ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଆନୁଷ୍ଠାନିକ ଦାବି କରିସାରିଛନ୍ତି ଏବଂ ନୂଆଦିଲ୍ଲୀ ଏହି ଅନୁରୋଧର ତର୍ଜମା କରୁଥିବା କହିଛି। ଏଭଳି ସ୍ଥିତିରେ ହସିନା ଆବଶ୍ୟକୀୟ ଯାତ୍ରା କାଗଜପତ୍ର ପାଇପାରିବେ କି ନାହିଁ, ଭାରତ ତାଙ୍କୁ ଯିବା ପାଇଁ ଅନୁମତି ଦେବ କି ନାହିଁ ଏବଂ ଢାକାରେ ପହଞ୍ଚିଲେ ବାଂଲାଦେଶ ସରକାର କି ପଦକ୍ଷେପ ନେବେ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିଓ ତାଙ୍କ ମୁଖପାତ୍ର ଡିସେମ୍ବର ୧୬ ତାରିଖ ଘୋଷଣା କରିଛନ୍ତି, ତଥାପି କୌଣସି ସରକାରଙ୍କ ପକ୍ଷରୁ ଏହି ଯାତ୍ରାକୁ ନେଇ ସହମତି ପ୍ରକାଶ ପାଇନାହିଁ।

ବାଂଲାଦେଶ ଶେଖ ହସିନା
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବରେ ଏକାଠି ନିର୍ବାଚନ ଲଢ଼ିବେ ଅକାଳୀ ଦଳ-ବିଜେପି: ଘୋଷଣା କଲେ ଅମିତ ଶାହ

November 24, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ସାଭରକରଙ୍କ ଉପରେ ମନ୍ତବ୍ୟ: ଆଇନଗତ ନୋଟିସ ପାଇଁ ଚେତାବନୀ

November 24, 2026

ଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲ ଦୌଡ: ଭାରତ ପାଇଁ କର ବା ପରିସ୍ଥିତି

November 24, 2026

‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

November 24, 2026
Latest News

ଡିସେମ୍ବର ୧୬ରେ ଢାକା ଫେରିବେ ଶେଖ ହସିନା; ଗିରଫ ଚେତାବନୀ ଦେଲେ ବାଂଲାଦେଶ ସରକାର

November 24, 2026

ପଞ୍ଜାବରେ ଏକାଠି ନିର୍ବାଚନ ଲଢ଼ିବେ ଅକାଳୀ ଦଳ-ବିଜେପି: ଘୋଷଣା କଲେ ଅମିତ ଶାହ

November 24, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ସାଭରକରଙ୍କ ଉପରେ ମନ୍ତବ୍ୟ: ଆଇନଗତ ନୋଟିସ ପାଇଁ ଚେତାବନୀ

November 24, 2026

ଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲ ଦୌଡ: ଭାରତ ପାଇଁ କର ବା ପରିସ୍ଥିତି

November 24, 2026

‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.