Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଟ୍ରାଫିକ ଆଇନ ବା ମୋଟର ଯାନ ଆଇନ ଭାଙ୍ଗିଲେ ଚାଳକ ଦଣ୍ଡ ପାଇବ, ହେଲେ ରାସ୍ତା ଓ ଟ୍ରାଫିକ ମରଣ ଯନ୍ତା ସାଜିଲେ ସେଥିଲାଗି କାହାକୁ ଦଣ୍ଡ ଦେବା?
ମତାମତ

ଟ୍ରାଫିକ ଆଇନ ବା ମୋଟର ଯାନ ଆଇନ ଭାଙ୍ଗିଲେ ଚାଳକ ଦଣ୍ଡ ପାଇବ, ହେଲେ ରାସ୍ତା ଓ ଟ୍ରାଫିକ ମରଣ ଯନ୍ତା ସାଜିଲେ ସେଥିଲାଗି କାହାକୁ ଦଣ୍ଡ ଦେବା?

September 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନୂଆ ମୋଟର ଯାନ ଆଇନ ଆସିଲା ପରେ ଏହାକୁ ନେଇ ଭାରତର ଅନ୍ୟାନ୍ୟ ରାଜ୍ୟ ତୂଳନାରେ ଆମ ରାଜ୍ୟର ପରିବହନ ଅଧିକାରୀ ଓ ପୋଲିସ ବିଭାଗ ଅଧିକ ଉତ୍ସାହିତ। ମାତ୍ର ଚାରି ଦିନରେ ସାଧାରଣ ଲୋକଙ୍କ ପାଖରୁ ପ୍ରାୟ କୋଟିଏ ଟଙ୍କାର ଜରିମାନା ଆଦାୟ କରି ଓଡିଶା ଏବେ କେନ୍ଦ୍ର ପରିବହନ ମନ୍ତ୍ରୀ  ନୀତିନ ଗଡକରିଙ୍କ ଠାରୁ ସାବାସି ପାଇଛି। ନୂଆ ମୋଟର ଯାନ ଆଇନରେ ରହିଥିବା ଅନେକ ବ୍ୟବସ୍ଥା ମାତ୍ରାଧିକ ଜଣ ବିରୋଧୀ ଓ ଏହା ଗାଡି ଚାଳକଙ୍କୁ ଭୟଭୀତ କରିବାର ଏକ ବାଟ ବୋଲି ବିଚାର କରି ଅନେକ ରାଜ୍ୟ ସରକାର ଏହାର ସମୀକ୍ଷା କରୁଛନ୍ତି। ହେଲେ ଓଡିଶା ସରକାର ଏହି ଆଇନକୁ କଡାକଡି ଲାଗୁ କରିବା ଲାଗି ଏବେ ଅଣ୍ଟା ଭିଡି ଲାଗି ପଡିଛନ୍ତି। କୋଟିଏ ଟଙ୍କା ରାସ୍ତାରୁ ମିଳି ସାରିଲାଣି, ତେଣୁ ପୋଲିସ ଓ ପରିବହନ ବିଭାଗ ବାବୁମାନଙ୍କର ଉତ୍ସାହ ମଧ୍ୟ ବଢିଲାଣି। ଆଗକୁ ଏହା ରାଜସ୍ଵ ଆଦାୟର ଗୋଟେ ସହଜ ପନ୍ଥା ହୋଇପାରେ ବୋଲି ବୋଧହୁଏ ଓଡିଶା ସରକାର ଭାବଥାଇପାରନ୍ତି!

ମୋଟର ଯାନ ଆଇନ ଅନୁସାରେ ସବୁ ଦୋଷ ଗାଡି ଗାଡି ଚାଳକର। ତାଠୁ ଏକା ସାଙ୍ଗରେ ଲକ୍ଷେ ଟଙ୍କାର ଜରିମାନା ଆଦାୟ କରି ପାରିବାର  ଅଧିକାର ଏବେ ବାବୁମାନଙ୍କୁ ମିଳିଯାଇଛି। ଏହି ଆଇନଗତ ଅଧିକାରକୁ ପାଇ ବାବୁମାନେ ଏବେ ବେଶ ଉଲ୍ଲସିତ ଓ ଏହି ଆଇନଭଙ୍ଗକାରୀଙ୍କ ବିରୋଧରେ ଏବେ ଦିନରାତି ଟେଲିଭିଜନ ପରଦାରେ ପ୍ରବଚନ ଶୁଣିବାକୁ ମିଳୁଛି। ବିଶେଷକରି ପରିବହନ ଅଧିକାରୀମାନେ ଏ ବିଷୟରେ ବଡ ସୁନ୍ଦର ଜ୍ଞାନ ଦେଉଛନ୍ତି। ଅଥଚ ଏହି ପରିବହନ ବିଭାଗ ରାଜ୍ୟର ସବୁଠୁ ଅଧିକ ଦୁର୍ନୀତିଖୋର ଓ ବିନା ପଇସାରେ ଏ ବିଭାଗରେ ପତ୍ର ହଲେ ନାହିଁ ବୋଲି ଲୋକେ ଭଲ ଭାବରେ ଜାଣନ୍ତି। ଡ୍ରାଇଭିଙ୍ଗ ଲାଇସେନ୍ସ ଠୁ ଆରମ୍ଭ କରି ପରମିଟ ପର୍ୟନ୍ତ ଆଜି ମଧ୍ୟ ଏହି ବିଭାଗରେ ମଧ୍ୟସ୍ଥି ଓ ଦଲାଲମାନେ ପ୍ରମୁଖ ଭୂମିକା ନେଉଛନ୍ତି। ଲାଇସେନ୍ସ ବ୍ୟବସ୍ଥା ନାମକୁ ମାତ୍ର ଅନ ଲାଇନ ହୋଇଥିବା ବେଳେ ଏଥିରେ ମାତ୍ରାଧିକ ଦଲାଲି ଆଜି ମଧ୍ୟ ବଳ ବତ୍ତର ରହିଛି।

ରାଜ୍ୟରେ ୭୪.୩୨ ଲକ୍ଷ ପଞ୍ଜୀକୃତ ମୋଟର ଯାନ ରହିଛି ସେଥିରୁ ୭୦.୮୧ଲକ୍ଷ ଯାନ ବାହନ ରାସ୍ତାରେ ଯାତାୟାତ କରୁଛନ୍ତି। ପ୍ରାୟ ୭୫ ଲକ୍ଷ ଯାନ ବାହନ ପରିଚାଳନା ଓ ନିୟନ୍ତ୍ରଣ ଲାଗି ଆମର ଆରଟିଓ ବ୍ୟବସ୍ଥା କେବଳ ଜିଲା ସ୍ତରରେ ସୀମିତ। କେବଳ ୨୦୧୭-୧୮ ମସିହାରେ ଓଡିଶାରେ ୮.୬୬ ଲକ୍ଷ ନୂଆ ଗାଡି ପଞ୍ଜୀକୃତ ହୋଇଛି। ଏହି ସବୁ ଗାଡିର ପଞ୍ଜୀକରଣ, ବୀମା, ଚାଳକ ଲାଇସେନ୍ସ , ପ୍ରଦୂଷଣ ପରୀକ୍ଷା ଇତ୍ୟାଦି ପାଇଁ ରାଜ୍ୟରେ ଭିତ୍ତିଭୂମିର ଘୋର ଅଭାବ ରହିଛି। ରାଜ୍ୟରେ ଥିବା ଗାଡି ଗୁଡିକ ମଧ୍ୟରୁ ୮୧% ହେଉଛି ଦୁଇ ଚକିଆ ଗାଡି। ବର୍ତ୍ତମାନ ଏହି ୮୧% ଚାଳକଙ୍କ ପକେଟ ଉପରେ ସରକାରଙ୍କ ଲୋଭ ବେଶୀ।

ମୋଟର ଯାନ ଆଇନ ସପକ୍ଷରେ ସଡକ ଦୁର୍ଘଟଣାର ପରିସଂଖ୍ୟାନ କୁ ବେଶୀ ଊଦ୍ଧୃତି ଦିଆ ଯାଉଛି। ତେବେ ସଡକ ଦୁର୍ଘଟଣାର କାରଣ ଚାଳକଙ୍କ ପାଇଁ ଯେତିକି ଖରାପ ରାସ୍ତା ଓ ଭୁଲ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ସେତିକି ଘଟୁଛି। ଭୁବନେଶ୍ଵର ସହରର ଟ୍ରାଫିକ ବ୍ୟବସ୍ଥା ଦେଖିଲେ କେହି ଚିନ୍ତା ବି କରିପାରିବେ ନାହିଁ ଯେ ଏ ସହରରେ ଟ୍ରାଫିକ ବୋଲି ସତରେ କିଛି ଅଛି। ବର୍ଷ ତମାମ ରାସ୍ତା ଖୋଳା ଚାଲିଛି ଓ ଗାତ ଖୋଳି ଏହାକୁ ମରଣ ଯନ୍ତା ଭାବରେ ଛାଡି ଦିଆଯାଉଛି। ମଇ ମାସର ଫନି ବାତ୍ୟା ପରେ ଭୁବନେଶ୍ଵର, କଟକ ଓ ପୁରୀ ରାସ୍ତାରେ ସବୁଠି ଗାତ ଓ ଖାଲ ଭର୍ତ୍ତି। ଭୁବନେଶ୍ବରର ମୁଖ୍ୟ ସଡକ ବାଣୀ ବିହାରରୁ ଶିଶୁ ଭବନ, ରସୁଲଗଡ ରୁ ସାମନ୍ତରାପୁର, ଜୟଦେବ ବିହାରରୁ ନନ୍ଦନ କାନନ ଇତ୍ୟାଦି ରାସ୍ତାର ବିଭିନ୍ନ ଟ୍ରାଫିକରେ ଖୋଳାଖୋଳି ଏତେ ପ୍ରବଳ ଯେ, କେତେବେଳେ କେଉଁଠି ଖସିପଡି ଚାଳକର ପ୍ରାଣ ଚାଲି ଯାଇପାରେ।

ଗାଡି ଚାଳକକୁ ସବୁଠୁ ବଡ ଅପରାଧୀ ଭାବୁଥିବା ସରକାର ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ ଓ ବିଭିନ୍ନ ନଗର ନିଗମକୁ ଏଥିପାଇଁ ଦାୟୀ କରି ସେମାନଙ୍କ ନାଁରେ ମାମଲା  କରିବେ କି? ଏବେ ସଡକ ସେସ ଓ ଟିକସ ବାବଦକୁ  ସାଧାରଣ ନାଗରିକ ବହୁ ଥାକରେ ଟଙ୍କା ଗଣୁଛି। ଗାଡି କିଣିଲା ବେଳେ ରୋଡ ଟିକସ, ଗାଡିରେ ତେଲ ପକାଇଲା ବେଳେ ରୋଡ ସେସ, ରାସ୍ତାରେ ଗଲାବେଳେ ଟୋଲ ଟିକସ ଓ ନଗର ନିଗମ ଟିକସ ଇତ୍ୟାଦି ଆମେ ଦେଉଛୁ। ଅଥଚ ଆମ ପାଇଁ ରାସ୍ତାକୁ ମରଣ ଯନ୍ତା କରୁଥିବା ଅଧିକାରୀ ଏଥିଲାଗି ଦଣ୍ଡିତ ହେବେ ନାହିଁ କାହିଁକି?

(ଏଥିସହ ଆମେ ଭୁବନେଶ୍ୱର ସହର ଭିତରେ କେତୋଟି ମୁଖ୍ୟ ଟ୍ରାଫିକର ଫୋଟୋ ଦେଇଛୁ। ଲୋକେ ତାକୁ ଦେଖନ୍ତୁ ଓ ଅଧିକାରୀମାନଙ୍କୁ ସେଥିଲାଗି ପ୍ରଶ୍ନ ପଚାରନ୍ତୁ।)

Share. Facebook Twitter LinkedIn Email WhatsApp Copy Link

Related Posts

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026
Latest News

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.