Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡିଶାର ପ୍ରଥମ ଶ୍ରମ ଭିତ୍ତିକ ସଂବାଦପତ୍ର ‘ଶ୍ରମିକ’- ଏକ ଐତିହାସିକ ଆଲୋଚନା
ମତାମତ

ଓଡିଶାର ପ୍ରଥମ ଶ୍ରମ ଭିତ୍ତିକ ସଂବାଦପତ୍ର ‘ଶ୍ରମିକ’- ଏକ ଐତିହାସିକ ଆଲୋଚନା

January 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କୈଳାସଚନ୍ଦ୍ର ଦାଶ

ବିଂଶ ଶତକର ଚତୁର୍ଥ ଓ ପଞ୍ଚମ ଦଶକରେ ଓଡିଶାରେ ପ୍ରଗତିଶୀଳ ତଥା ବାମପନ୍ଥୀ ସାମ୍ୟବାଦୀ ତତ୍ତ୍ୱର ପ୍ରସାରରେ ନବୀନ, ସାରଥୀ, ଆଧୁନିକ ତଥା କୃଷକ ପତ୍ରିକା ଗୁଡିକର ଭୂମିକା ଅବିସ୍ମରଣୀୟ । ସାରଥି ନବକୃଷ୍ଣ ଚୌଧୁରୀଙ୍କ ସମ୍ପାଦନାରେ ୧୯୩୪ ମସିହା ମାର୍ଚ୍ଚ ମାସରୁ କ୍ରମାଗତ କେତେକ ସପ୍ତାହ ମାର୍କସୀୟ ଚିନ୍ତାଧାରାର ପରିପ୍ରସାର କରିଥିଲେ ମଧ୍ୟ ନବୀନରେ ୧୯୩୩ ମସିହାରେ ସଚ୍ଚି ରାଉତରାୟ ମାର୍କସୀୟ ତତ୍ତ୍ୱ ବିଷୟରେ ଦୀର୍ଘ ଆଲୋଚନା ପ୍ରକାଶକରିଥିଲେ । ସେହିପରି ଭଗବତୀ ଚରଣ ପାଣିଗ୍ରାହୀଙ୍କ ସମ୍ପାଦନାରେ ଆଧୁନିକ ପତ୍ରିକାରେ ୧୯୩୬ ମସିହାରୁ କ୍ରମାଗତ ଅନେକ ମାସ ପର୍ଯ୍ୟନ୍ତ ପ୍ରଗତିବାଦୀ ଚିନ୍ତାଧାରାର ଅନୁବର୍ତ୍ତନ ଘଟିଥିଲା । ୧୯୩୭ ମସିହାରେ କୃଷକ ପ୍ରକାଶିତ ହୋଇ କୃଷକ ତଥା ଶ୍ରମିକର ଜାଗରଣ ପାଇଁ ପଥ ପରିଷ୍କାର କରିଥିଲା ।ଏତେବେଳେ ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ, ସୁରେନ୍ଦ୍ର ଦ୍ୱିବେଦୀ, ଗୁରୁଚରଣ ପଟ୍ଟନାୟକ, ରାମକୃଷ୍ଣ ପତିଏବଂ ଆହୁରି ଅନେକ ସଂଗଠକ ତଥା କର୍ମୀ ସାମ୍ୟବାଦୀ ତଥା ପ୍ରଗତିଶୀଳ ଚିନ୍ତାଧାରାର ପରିପ୍ରସାର କରାଇଥିଲେ ।ଶ୍ରମିକ ସମସ୍ୟା ୧୯୪୦ ଦଶକରେ ଓଡିଶାରେ ବିଶେଷ ପ୍ରସଂଗ ହୋଇପଡିଲା ।

ଦୁର୍ଗା ପ୍ରସାଦ ଗୁରୁ ୧୯୪୧ ମସିହାରେ ସମ୍ବଲପୁର ଜିଲ୍ଲା ତେଲେନ୍‍ପାଲି ଗ୍ରାମସନ୍ନିକଟ ଓରିଏଣ୍ଟ କାଗଜକଳ ଶ୍ରମିକ ଆନ୍ଦୋଳନକୁ ନେଇ କେତେକ କବିତା ରଚନା କରିଥିଲେ ।ଏହାର ନାମ ଥିଲା ବିପ୍ଳବ ଝଙ୍କାର ।ଏହାର ଏକ ଗୀତିକାରେ ଶ୍ରମିକ ଧର୍ମଘଟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ସେଥିରେକୁହାଯାଇଥିଲା-

ବଜାଅ ବଜାଅ ଧର୍ମଘଣ୍ଟ ଶଂଖ ମତାଅରେ ଆଜି କାଗଜକଳ

ଉଡାଅ ଉଡାଅ ରକତ ଧ୍ୱଜ ଫଟାଅ ଗମ୍ବୀର ମରମସ୍ଥଳ ।

ପୁଂଜିପତିଙ୍କର ବିଷମ ଗର୍ବ

ଧରମଘଟରେ କରରେ ଖର୍ବ

ସବୁ ହଟହଟା ମନେକରି ଆଜି ଦିଅରେ ଆଜି

ତା ପ୍ରତି ଉତ୍ତର ।

ତୋହରି ରକତେ ସଂଚିତ ଧନ

ପୁଂଜିପତି ଗର୍ଭେ ହେଉଛି ଲୀନ

ତୋହରି ଭାଗ୍ୟରେ ସାଢେସାତଟଙ୍କା ମାସକ ଯାକର ଖଟିବା

ମୂଲ ।

ଛାଡି ଚାଲିଆସ ମାୟାମନ୍ଦିର

ତୁଟିଗଲା ସବୁ ଆଶା ଆମ୍ଭର

ଏଡେ ହିନିମାନ ନସହିବା ଆଉ ଏକ ହୋଇ

ସର୍ବେ ବାନ୍ଧିବା ମେଳ

ଅମା ଅନ୍ଧକାର ଗଲାଟି ତୁଟି

ନବୀନ କିରଣ ଆସୁଛି ଘୋଟି

ଶ୍ରମିକସଂଘର ଜୟ ଜୟ ନାଦେ କମ୍ପି ଉଠିବ ନଭୋମଣ୍ଡଳ ।

ଏହିପରି ଶ୍ରମିକ ସମସ୍ୟା ସମ୍ପର୍କିତ କବିତା ୧୯୪୧ ବେଳକୁ ପ୍ରବଳ ପ୍ରସାରିତ ହୋ ଇଜନମାନସରେ ଆଲୋଡନ ଆଣିଥିଲା ।ଶ୍ରମିକ ଜାଗୃତିର ବ୍ୟାପକ ବାର୍ତ୍ତା ନେଇ ଶ୍ରମିକ ସାପ୍ତାହିକ ସମ୍ବାଦପତ୍ର ସହସା ଦେଖା ଦେଇଥିଲା ।ଏହାର ସମ୍ପାଦକ ଥିଲେ ବାମପନ୍ଥୀ ସାମ୍ୟବାଦୀ ତତ୍ତ୍ୱର ଅବିସ୍ମରଣୀୟ ସାରଥି ରାମକୃଷ୍ଣ ପତି ।ତାଙ୍କର ପିତା ରାୟସାହେବ ଆନନ୍ଦଚନ୍ଦ୍ର ପତି ଜଣେ ବିଶିଷ୍ଟ ପ୍ରାବନ୍ଧିକ ଏବଂ ତାଙ୍କର ଲେଖା ଉକ୍ରଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା ।କିନ୍ତୁ ଆନନ୍ଦ ଚନ୍ଦ୍ର ପତି ଥିଲେ ବାମପନ୍ଥୀ ଚିନ୍ତାର ବିରୋଧୀ ।ତେଣୁ ପୁତ୍ର ରାମକୃଷ୍ଣ ତାଙ୍କ ପରିବାର ସହିତ କୌଣସି ସୁସମ୍ପର୍କ  ରକ୍ଷା କରି ପାରିନଥିଲେ ।ସାମ୍ୟବାଦୀ ରାମକୃଷ୍ଣ ୧୯୪୨ ବେଳ କୁ କୃଷକସଭା ପରି ଅନୁଷ୍ଠାନ ସହିତ ନିଜକୁ ଜଡିତ କରାଇ କମ୍ୟୁନିଷ୍ଟତତ୍ତ୍ୱର ସମ୍ପ୍ରସାରଣ କରାଇଥିଲେ ।ସେହି ଚିନ୍ତାଧାରାର ପରିପ୍ରକାଶ ପାଇଁ ୧୯୪୨ ମାର୍ଚ୍ଚ ୬ ତାରିଖରେ ତାଙ୍କ ସମ୍ପାଦନାରେ ଶ୍ରମିକ ସାପ୍ତାହିକ ପ୍ରଥମେ ପ୍ରକାଶ ପାଇଥିଲା ।

ଏହାର ପ୍ରଥମ ସଂଖ୍ୟାରେ ସମ୍ପାଦକୀୟ ଲେଖାରେ ଜନ୍ମଦିନ ନାମକ ଆଲୋଚନା ରାମକୃଷ୍ଣ ପ୍ରକାଶ କରିଥିଲେ ।ସେଥିରେ ସେ ଲେଖିଥିଲେ-“ଶ୍ରମିକ ଓଡିଶାର ଶ୍ରମିକମାନଙ୍କର ଶକ୍ତି ସଂଗଠନ ପାଇଁ ଆଗଭର ।ସେହିହେତୁ ଏହା ସର୍ବଦା ଶ୍ରମିକମାନଙ୍କର ସ୍ୱାର୍ଥ ପାଇଁ ଲଢିବ ।ଭାରତର ଅନ୍ୟାନ୍ୟ ପ୍ରଦେଶରେ ଶ୍ରମିକମାନଙ୍କର ସଂଗଠନ ଥିବାରୁ ସେମାନେ ସେମାନଙ୍କର ମଜଭୁତ ସଂଗଠନ ବଳରେ ନିଜର ହକ୍‍ ଦାବୀ ଗୁଡିକୁ ହାସଲ କରି ପାରୁଛନ୍ତି ।କିନ୍ତୁ ଓଡିଶାର ସଂଗଠ ନମଜଭୁତ ହେବାତ ଦୂରର କଥା ସଂଗଠନ ଆଦୌ ନାହିଁ କହିଲେ ଚଳେ ।ସେଥିପାଇଁ ଶ୍ରମିକ ସବୁବେଳେ ସର୍ବହରାର ସ୍ୱାର୍ଥ ପ୍ରତି ସଚେତନ ରହିବା ସଂଗେସଂଗେ ଯେଉଁପରି ସମାଜ ଗଢା ହେଲେ ସୁଖଶାନ୍ତି ବିରାଜିବ ଓ ଶୋଷଣ ରହିବ ନାହିଁ ସେ କଥା ମଧ୍ୟ ଏହାସଂଗେ ପ୍ରତିପାଦିତ କରିବ ।ଶ୍ରମିକମାନଙ୍କ ଉପରେ ଅଯଥା ଅନ୍ୟାୟ ଓ ଅତ୍ୟାଚାରର ପ୍ରତିରୋଧ କରିବାକୁ ଶ୍ରମିକ ଆଗଭର ।ଶ୍ରମିକ ମାନଙ୍କର ସଭାସମିତି କରିବା, ସେମାନଙ୍କର ଅଭାବ ଅସୁବିଧାର ଆଲୋଚନାକରି ପ୍ରତିକାର ଲୋଡିବାର ହକ୍‍ ଅଛି ।ବୈଷମ୍ୟ, ଅସାମାନତା ଆଉଶ୍ରମିକ ବରଦାସ୍ତ କରି ରହିପାରିବ ନାହିଁ ।ଭାରତର ଶ୍ରମିକ ଆଜି ଜାଗ୍ରତ ।ଭାରତରେ ଚାଷୀ ମୁଲିଆର ରାଜ୍ୟ ପ୍ରତିଷ୍ଠା ପାଇଁ ଆଗଭର ।ତାର ଆଖିକୋଣରୁ ପ୍ରତିହିଂସାର ଅଗ୍ନିଶୀଖା ପଞ୍ଜରା ହାଡତଳୁ ଅଣଚାଷର ଝଂଜା ବହିଲାଣି ।ସୁଧ କଳନ୍ତର ସହ ସେ ତାର ହକ୍‍ ଦାବୀ ହାସଲ କରିବ । ଦୁନିଆରୁ ଶୋଷକ ଶ୍ରେଣୀକୁ ମୂଳପୋଛ କରିବ ।”ତାଙ୍କର ବକ୍ତବ୍ୟକୁ ଆହୁରି ଶାଣିତ କରି ସେ ଲେଖିଥିଲେ-୧୯୩୧ରେ ଗାନ୍ଧୀଙ୍କ ରନେତୃତ୍ୱ ଖୁବ୍‍ ଉଚ୍ଚରେ ଥିଲା ।ମଜଦୂର ସଭାର ନେତାମାନେ ସୁବିଧାବାଦୀ ।ସେମାନେ ବୁର୍ଜ୍ଜୁୟା ଜାତୀୟବାଦୀମାନଙ୍କର ଦଲାଲ ହିସାବରେ କାର୍ଯ୍ୟ କରିଥିଲେ ।ସେମାନେ ଶ୍ରମିକମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉନଥିଲେ ।କମ୍ୟୁନିଷ୍ଟମାନେ ଚାହୁଁଥିଲେ ଆନ୍ଦୋଳନ ଉପରେ ନେତୃତ୍ୱ ପରିଚାଳନାରୋ ଶ୍ରମିକ କମିଟିମାନ ପରିଚାଳନା କରିବା ଉଚିତ ।ଏହି ନୀତି ଉପରେ ଏ ଦୁହିଁଙ୍କ ଭିତରେ ସଂଘର୍ଷ ହୋଇଥିଲା । ଯାହାହେଉ ଶତ ବାଧାବିଘ୍ନ ସତ୍ତ୍ୱେ କମ୍ୟୁନିଷ୍ଟମାନେ ଆଗୁଆ ହୋଇଥିଲେ ।

ଶ୍ରମିକକୁ ସେତେବେଳେ ନରସିଂହ ତ୍ରିପାଠୀ, ଜୟକୃଷ୍ଣ ସିଂହ, ରାଜକିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦରମିଶ୍ର ପ୍ରଭୃତି ଆପଣା ଆପଣା ଚିନ୍ତାଧାରା ଗର୍ଭିତ ପ୍ରସଂଗ ଦ୍ୱାରା ଗତିଶୀଳ କରାଇଥିଲେ ।ଶ୍ରମିକ ସାପ୍ତାହିକର ଜାଗରଣ ପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ଉଦ୍ୟମ କରାଯାଇଥିଲା ।ଶ୍ରମିକ ସାପ୍ତାହିକରେ ସ୍ଥାନିତ ନାନା ପ୍ରସଂଗ ଦ୍ୱାରା ଶ୍ରମିକ ଜାଗୃତି ଓ ଡିଶାରେ ପ୍ରସାରିତ ହୋଇଥିଲା ।

ପୂର୍ବତନ ଇତିହାସ ପ୍ରାଧ୍ୟାପକ

ବିଜେବି ନଗର, ସି-୩/୨, ଭୁବନେଶ୍ୱର-୧୪

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.