Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାର ଓ ସୁପ୍ରିମ କୋର୍ଟଙ୍କ ଦୟାରୁ ସିବିଆଇ କେବଳ ପଞ୍ଜୁରୀର ଶୁଆ ନୁହେଁ, ଏହା ବରଫଦିଆ ଏକ ମଲାମାଛ !!
ବିଶେଷ ଖବର

ସରକାର ଓ ସୁପ୍ରିମ କୋର୍ଟଙ୍କ ଦୟାରୁ ସିବିଆଇ କେବଳ ପଞ୍ଜୁରୀର ଶୁଆ ନୁହେଁ, ଏହା ବରଫଦିଆ ଏକ ମଲାମାଛ !!

January 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ବିଷୟରେ ବହୁତ କଥା ଲେଖା ହୋଇଛି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ବହୁତ ଭଲ କଥା ଘଟେ, ତା ସହିତ ବହୁତ ଉଦ୍ଭଟ କଥା ମଧ୍ୟ ଘଟେ। ସରକାର ଗଢିବା ଅବା ଭାଙ୍ଗିବାରେ ବହୁ ବିଚିତ୍ର ସାମ୍ବିଧାନିକ ସ୍ଥିତି ଆମେ ଦେଖି ଆସିଛୁ। ଲୋକ ଏଠି ଦିନେ କି ଦୁଇ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇ ବିଦା ହୋଇଛନ୍ତି। ତେବେ ଏ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ରେ ଆଜି ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଏ ଦେଶର ରାଜନୀତି ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁଠୁ ବଡ ଉଦ୍ଭଟ ନାଟକ ବୋଲି କୁହାଯାଇପାରିବ। ଗତ ୮ ଜାନୁଆରୀ ଦିନ ଭାରତର ମାନ୍ୟବର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇ କହିଲେ ଯେ ୨୩ ଅକ୍ଟୋବର ୨୦୧୮ ରେ ଭାରତ ସରକାରଙ୍କ ପର୍ସୋନେଲ ବିଭାଗ ଓ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଦେଇଥିବା ନିର୍ଦ୍ଦେଶ ମୁତାବକ ଶ୍ରୀ ଆଲୋକ ବର୍ମାଙ୍କ ଛୁଟି କୁ ବାତିଲ କରାଗଲା। ଅର୍ଥାତ ସୁପ୍ରିମ କୋର୍ଟ ଆଲୋକ ବର୍ମାଙ୍କୁ ତାଙ୍କ ପଦବୀରେ ବାହାଲ କଲେ। ଏହି ରାୟ ଅନୁସାରେ ଶ୍ରୀ ବର୍ମାଙ୍କୁ ଜବରଦସ୍ତ ଛୁଟିରେ ପଠାଇବା ବେଆଇନ ବୋଲି ସାବ୍ୟସ୍ତ ହୋଇଥିଲା। ତେବେ ସେହି ରାୟ ପ୍ରକାଶ ପାଇବାର ୪୮ ଘଣ୍ଟା ଭିତରେ ପୁଣିଥରେ ଆଲୋକ ବର୍ମାଙ୍କୁ ସିବିଆଇରୁ ବିଦା କରି ଦିଆ ଯାଇଛି।

ସବୁଠୁ ମଜାର କଥା ହେଉଛି ଯେଉଁ ସୁପ୍ରିମ କୋର୍ଟ ଆଲୋକ ବର୍ମାଙ୍କୁ ସିବିଆଇରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ, ସେଇ ସୁପ୍ରିମ କୋର୍ଟର ପ୍ରତିନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ବର୍ମାଙ୍କୁ ବିଦା କରିବା ସପକ୍ଷରେ ଦସ୍ତଖତ କରିଥିଲେ। ନିଜ ରାୟରେ ସୁପ୍ରିମକୋର୍ଟର ତିନିଜଣ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ କେ.ଏମ. ଯୋଶେଫ ଯାହା କହିଥିଲେ, ତାକୁ ମାତ୍ର ୪୮ ଘଣ୍ଟା ଭିତରେ ବଦଳାଇ ଦିଆଗଲା। ସେଇ ରାୟର ଆରମ୍ଭରେ କୁହାଯାଇଥିଲା, “ଏଇଟା ପୁନରାବୃତ୍ତି କରିବାର ଆବଶ୍ୟକତା ନାଇଁ ଯେ ଆଇନର ଶାସନ ହେଉଛି ଗଣତନ୍ତ୍ରର ଆଧାରଶିଳା। “ ସେଇ ଆଇନର ଶାସନକୁ ବାହାଲ କରିବାକୁ ଯାଇ ସୁପ୍ରିମ କୋର୍ଟ ଗୋଟେ ଦିନ ଆଲୋକ ବର୍ମାଙ୍କୁ ସିବିଆଇର ନିର୍ଦ୍ଦେଶକ ପଦକୁ ଫେରାଇ ଆଣୂଛନ୍ତି ଓ ତା ପରଦିନ ପ୍ରଧାନମନ୍ତ୍ରୀଙ୍କ ହଁ ରେ ହଁ ମିଶେଇ ସେଇ ସମାନ ଲୋକକୁ ପଦବୀ ରୁ ବାହାର କରୁଛନ୍ତି। ଏମିତି ଆଇନର ଶାସନ କୁ ବୁଝିବା ଆମ ପରି ସାଧାରଣ ଲୋକଙ୍କ ପକ୍ଷରେ ନିହାତି କଷ୍ଟକର ବ୍ୟାପାର।

ସୁପ୍ରିମ କୋର୍ଟ ଅତି ସ୍ପଷ୍ଟ ଭାବରେ ଜାଣିଥିଲେ ଯେ ଆଲୋକ ବର୍ମାଙ୍କୁ ପଦବୀରୁ ଅନ୍ତର କରିବାର କ୍ଷମତା ସିଭିସି କିମ୍ବା ଭାରତ ସରକାରଙ୍କର ନାହିଁ। ସୁପ୍ରିମ କୋର୍ଟଙ୍କ ରାୟ ବିନୀତ ନାରାୟଣ ବନାମ କେନ୍ଦ୍ର ସରକାର, ୧୯୯୭ ଅନୁସାରେ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇବାର ପ୍ରକ୍ରିୟା ବୈଧ ନଥିଲା। ସିବିଆଇ ଉପରେ ଭାରତ ସରକାର ୨୩ ଅକ୍ଟୋବର ଦିନ ଅଧ ରାତିରେ ଯେଉଁ ହଲ୍ଲାବୋଲ କରିଥିଲେ, ତାହାର କୌଣସି ଆଇନଗତ ଆଧାର ନଥିଲା। ତଥାପି ରହସ୍ୟଜନକ ଭାବରେ ଏ ମାମଲାର ଶୁଣାଣିକୁ ଦୁଇ ମାସରୁ ଅଧିକ କାଳ ବିଳମ୍ବିତ କରାଗଲା। ଶେଷରେ ଏ ମାମଲାର ରାୟ ପ୍ରକାଶ ପାଇଲା ବେଳକୁ ଆଲୋକ ବର୍ମାଙ୍କ ଚାକିରିକାଳ ଆଉ ମାତ୍ର ୨୨ ଦିନ ବାକି ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ୨୨ ଦିନକୁ ମଧ୍ୟ ଅପେକ୍ଷା କରିପାରିଲେ ନାହିଁ। ତାଙ୍କୁ ସିବିଆଇ ରୁ ଆଲୋକ ବର୍ମାଙ୍କୁ ବିଦା କରିବାର ଥିଲା। ଦୁର୍ଭାଗ୍ୟକ୍ରମେ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାକୁ ଆମର ମାନ୍ୟବର ସୁପ୍ରିମ କୋର୍ଟ ଏକ ପ୍ରକାର ସମସ୍ଥାନ କଲେ।

ସିବିଆଇ କୁ ଏକ ମୁଣ୍ଡ ବିହୀନ ଓ ରାଜନୀତିର ପୋଷା ଶୁଆ କରି ରଖିବାରେ ସରକାର ଯେତିକି ଦାୟୀ, ତାଠୁ ଅଧିକ ଦାୟୀ ମାନ୍ୟବର ସୁପ୍ରିମ କୋର୍ଟ। ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ବିଶ୍ଵାସନୀୟତା ବଞ୍ଚାଇ ରଖିବାରେ ସୁପ୍ରିମ କୋର୍ଟ ନିଜର ଦାୟିତ୍ଵ ନିର୍ବାହ କରିନାହାନ୍ତି। ଏହି ଘଟଣାରେ ସବୁଠୁ ଦୁର୍ଭାଗ୍ୟଜନକ ଦିଗଟି ହେଉଛି, ଅନୁଷ୍ଠାନର ଗରିମା  ଓ ବିଶ୍ଵାସନୀୟତା ଧ୍ଵଂସ ହେବା। ସିବିଆଇ, ସୁପ୍ରିମ କୋର୍ଟ ଓ ପ୍ରଧାନମନ୍ତ୍ରୀ କାର୍ୟାଳୟ ଆଇନର ଶାସନ ସହ ନ୍ୟାୟ କରୁନାହାନ୍ତି ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖକୁ ଯାଇ ସାରିଛି।

ତେବେ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇବା ପଛରେ କେନ୍ଦ୍ର ସରକାରଙ୍କ ଏ ମାତ୍ରାଧିକ ତତ୍ପରତାର କାରଣ କଣ? କଂଗ୍ରେସ ସଭାପତି ଯେଉଁ ରାଫାଲେ ତଦନ୍ତର କଥା ଉଠାଉଛନ୍ତି ତାହା ସତ କି? ରାଫାଲେ କିଣା କାରବାରରେ ସବୁ ପ୍ରକାର ତଦନ୍ତର ବାଟ ବନ୍ଦ କରିବା ପଛରେ ମୋଦୀ ସରକାରର ଉଦ୍ଦେଶ୍ୟ ଅବଶ୍ୟ ମହତ ନୁହେଁ। ନିଜ ସରକାରକୁ ବଞ୍ଚାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଏ ଦେଶର ଗୋଟିଏ ପରେ ଗୋଟିଏ ଗଣତାନ୍ତ୍ରିକ ଅନୁଷ୍ଠାନକୁ ଧୂଳିସାତ କରି ଚାଲିଛନ୍ତି ବୋଲି ଆସୁଥିବା ଅଭିଯୋଗ ଅସତ୍ୟ ନୁହେଁ ବୋଲି ଏବେ ପ୍ରମାଣିତ ହୋଇ ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.