Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିନକୁ ଦିନ ଦୁର୍ବଳ ହେଉଥିବା ଓଡିଶା କଂଗ୍ରେସ; ବିଜେଡି ପାଇଁ ତୁରନ୍ତ ଲାଭ, ହେଲେ ବିଜେପି ଲାଗି ଏକ ଲୋଭନୀୟ ଭବିଷ୍ୟତର ପ୍ରତିଶୃତି
ବିଶେଷ ଖବର

ଦିନକୁ ଦିନ ଦୁର୍ବଳ ହେଉଥିବା ଓଡିଶା କଂଗ୍ରେସ; ବିଜେଡି ପାଇଁ ତୁରନ୍ତ ଲାଭ, ହେଲେ ବିଜେପି ଲାଗି ଏକ ଲୋଭନୀୟ ଭବିଷ୍ୟତର ପ୍ରତିଶୃତି

January 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଯେତେବେଳେ ଗଞ୍ଜାମ ଜିଲାର ପୂରା କଂଗ୍ରେସ ସଂଗଠନ ବିଜୁ ଜନତା ଦଳରେ ବିଲୀନ ହୋଇଗଲା, ସେତେବଳେ ଗୋଟେ କଥା ସ୍ପଷ୍ଟ ହୋଇଯାଇଥିଲା ଯେ କଂଗ୍ରେସ ଓଡିଶାରେ ନିଜର ଅନ୍ତିମ ବିପର୍ଯୟ ଆଡକୁ ଗତି କରୁଛି। ତେବେ ଏ ପ୍ରକାର ଆକଳନ କିଛିଟା ଥମିଗଲା, ଯେବେ ବର୍ଷୀୟାନ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରଦେଶ  କଂଗ୍ରେସ କମିଟିର ସଭାପତି କରାଗଲା। ଏପ୍ରିଲ,୨୦୧୮  ରୁ ନିରଞ୍ଜନ ବାବୁ ଯେଉଁ ଉତ୍ସାହର ସହିତ କଂଗ୍ରେସ ସଙ୍ଗଠନକୁ ସଜାଡିବା ଆରମ୍ଭ କରିଥିଲେ, ସେଥିରୁ ମାନେ ହେଉଥିଲା, କଂଗ୍ରେସ ବୋଧେ ନିଜର ପୁରୁଣା ଶକ୍ତି ଫେରି ପାଇବ।  କିନ୍ତୁ ସମୟ ସହିତ କଂଗ୍ରେସ ଅଧିକରୁ ଅଧିକ ଆତ୍ମଘାତି ହେବା ଆରମ୍ଭ କଲା। ଏବେ ଲାଗୁଛି, ବୋଧେ ଆଉ ଅଳ୍ପ ଦିନ ଭିତରେ କଂଗ୍ରେସ ରାଜ୍ୟରେ ନିଜର ସତ୍ତା ହରାଇବ। କଂଗ୍ରେସ ବିଧାୟକ ଦଳର ଅଧାରୁ ଅଧିକ ବିଧାୟକ ଏବେ ବିଜେଡିରେ ସାମିଲ ହେବାକୁ ଗୋଡ ଟେକି ବସିଛନ୍ତି। ଝାରସୁଗୁଡା ବିଧାୟକ ତଥା ରାଜ୍ୟ କଂଗ୍ରେସର କାର୍ୟକାରୀ ସଭାପତି ଆସନ୍ତା ୨୪ ତାରିଖରେ ବିଜେଡିରେ ଯୋଗ ଦେବେ ବୋଲି ନିଷ୍ପତ୍ତି ଶୁଣେଇ ସାରିଛନ୍ତି। ସାଲେପୁର ବିଧାୟକ ପ୍ରକାଶ ବେହେରା, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ, ତଲସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ପ୍ରମୁଖ ଏବେ ବିଜେଡି ମୁହାଁ ହୋଇ ସାରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଦୀର୍ଘ ଦିନରୁ ବିଜେଡି ସହ ନିବିଡ ଯୋଗାଯୋଗରେ ଥିବାର ଖବର ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଯେ ଏକ ବଡ ବିପର୍ୟୟର ସାମ୍ନା କରିବାକୁ ଯାଉଛି, ସେଥିରେ ସନ୍ଦେହର ଅବକାଶ ନାହିଁ। ଯେଉଁ ପ୍ରକାର ପତନ ଆଡକୁ କଂଗ୍ରେସ ମୁହାଁଉଛି, ସେଥିରେ ୨୦୧୯ ନିର୍ବାଚନ ହୁଏତ କଂଗ୍ରେସର ଆତ୍ମଘାତ ସାବ୍ୟସ୍ତ ହୋଇପାରେ। ତେବେ କଂଗ୍ରେସର ବିପର୍ୟୟରୁ କାହାକୁ ଲାଭ ମିଳିବ, ତାହା ଆଜି ପାଇଁ ସବୁଠୁ ବଡ ପ୍ରଶ୍ନ।

କଂଗ୍ରେସର ନେତାମାନେ ପ୍ରାୟ ସମସ୍ତେ ବିଜେଡିରେ ଯୋଗ ଦେବା ଲାଗି ବ୍ୟାକୁଳ। ଆଜିର ସ୍ଥିତିରେ ବିଜେଡି ଓଡିଶାର ସବୁଠୁ ଶକ୍ତିଶାଳୀ ରାଜନୈତିକ ଦଳ ଓ ୨୦୧୯ ରେ ଏ ଦଳ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ପ୍ରାୟ ସମସ୍ତେ ଆଶାବାଦୀ। ସେହି ଦୃଷ୍ଟିରୁ ନବୀନ ନିବାସ ଆଗରେ ପ୍ରତିଦିନ ଏବେ ଗହଳି ବଢୁଛି  ଓ ରୋଜ ସେଠି ଶଙ୍ଖନାଦ ଚାଲିଛି। କହିବାରେ ଦ୍ଵିଧା ନାହିଁ ଯେ, ୨୦୧୯ ନିର୍ବାଚନ ପାଇଁ ଦୁର୍ବଳ କଂଗ୍ରେସର ଲାଭ ସିଧା ସଳଖ ବିଜେଡି ହାତକୁ ଯିବ। କିନ୍ତୁ ଦୂରଦୃଷ୍ଟିରେ ଦେଖିଲେ, ଦୁର୍ବଳ କଂଗ୍ରେସ ଭାରତୀୟ ଜନତା ପାର୍ଟି ଲାଗି ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି। ୨୦୧୪ ନିର୍ବାଚନରେ କଂଗ୍ରେସ ୨୫.୭% ଓ ବିଜେପି ୧୮% ଭୋଟ ପାଇଥିଲେ। ଏମାନଙ୍କ ତୁଳନାରେ ବିଜେଡ଼ିର ଭୋଟ ହାର ଢେର ଅଧିକ ଥିଲା (୪୩.୪%) । କିନ୍ତୁ  ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭୋଟ କୁ ବିଜେପି ଗିଳିବା ଆରମ୍ଭ କରିଥିଲା। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭୋଟ ହାର ୨୫.୭% ରୁ ୧୮% କୁ ଖସି ଆସିଥିବା ବେଳେ ବିଜେପି ଢେର ଲାଭବାନ ହୋଇଥିଲା। ଓଡିଶାରେ ଗତ ପଞ୍ଚାୟତ ନିର୍ବାଚନ ଓ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ଇଉପିଏ ନିର୍ବାଚନର ଧାରାରୁ ଯାହା ଜଣା ପଡୁଛି, ବିଜେପି କ୍ରମେ କ୍ରମେ କଂଗ୍ରେସ ଦୂର୍ଗକୁ ଅକ୍ତିଆର କରି ନେଉଛି। ବିଜେଡି ନିଜ ସ୍ଥିତିରେ ସଦୃଢ ରହିଥିବା ବେଳେ ଦୁର୍ବଳ କଂଗ୍ରେସ ବିଜେପି କୁ ଜୀବନୀ ଶକ୍ତି ଯୋଗାଇ ଚାଲିଛି।

୨୦୧୯ ରେ ବିଜେପି ଯଦିଓ ଜିତିବା ଅବସ୍ଥାରେ ନାହିଁ,   ତଥାପି ଏହା କଂଗ୍ରେସ ବଦଳରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହେବା ଏକ ପ୍ରକାର ନିଶ୍ଚିତ । ଏହା ଓଡିଶାର ଧର୍ମ ନିରପେକ୍ଷ ରାଜନୀତି ପାଇଁ ସବୁଠୁ ଚିନ୍ତାର ବିଷୟ। ଯେବେବି ଓଡିଶାରେ ବିଜେପିର ଶକ୍ତି ବୃଦ୍ଧି ଘଟିଛି, ତାହାର କୁପ୍ରଭାବ ଓଡିଶାର ଜଣ ଜୀବନ ଉପରେ ବ୍ୟାପକ ହୋଇଛି। କନ୍ଧମାଳ ଦଙ୍ଗାର ଭୟଙ୍କର ସ୍ମୃତି ଏବେବି ଲୋକଙ୍କ ମନରୁ ଲିଭି ନାହିଁ। ଜାତୀୟ ରାଜନୀତିରେ କଂଗ୍ରେସର ଅଭ୍ୟୁଦୟ ଓ ବିଜେପି ବିରୋଧୀ ମେଣ୍ଟ  ଶକ୍ତିଶାଳୀ ହେଉଥିବା ବେଳେ, ଓଡିଶାରେ କଂଗ୍ରେସ ସାମ୍ପ୍ରଦାୟିକ ଶକ୍ତି ଆଗରେ ଅସ୍ତ୍ର ତ୍ୟାଗ କରି ଆତ୍ମଘାତରେ ମାତିଛି।

ଏକ ଦୁର୍ବଳ ରାଜ୍ୟ କଂଗ୍ରେସ ବିଜେପିର ଭବିଷ୍ୟତ ପାଇଁ ଏକ ସ୍ଵର୍ଣ୍ଣିମ ଅବସର ସୃଷ୍ଟି କରୁଛି, ଯାହାକି ୨୦୧୯ ନିର୍ବାଚନ ପରେ ଅଧିକ ବ୍ୟାପକ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.