ଅଲାଇଡିହ ଛକରେ କାର-ସାଇକେଲ ଦୁର୍ଘଟଣା : ସାଇକେଲ ଚାଳକ ଗୁରୁତର

Published: Nov 15, 2019, 11:44 am IST

ସମୀକ୍ଷା ବ୍ୟୁରୋ

ବାଲୁଗାଁ-ଖୋର୍ଦ୍ଧ ଜିଲ୍ଲା ବାଲୁଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଅଲାଇଡିହ ଛକରେ ଏହି ଦୁର୍ଘଟଣା ଘଟିଛି। ଜନୈକ ସାଇକେଲ ଚାଳକଙ୍କୁ କାର ଧକ୍କା ଦେବା ଫଳରେ ସାଇକେଲ ଚାଳକ ଗୁରୁତର ହୋଇ ପଡିଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଜଣକ ହେଲେ ବନ୍ଧମୁଣ୍ଡାଇ ଗ୍ରାମର ବୀର ରାଉତ। କିଛି କାମ ପାଇଁ ବାଲୁଗାଁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍ବିଫ୍ଟ ଡିଜାୟର୍‌ ଧକ୍କା ଦେବାରୁ ବୀର ଗୁରୁତର ହୋଇ ପଡିଥିଲେ।

Related posts