Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରଠାରେ ଏବିଭିପି ପକ୍ଷରୁ ’ମିଶନ ସାହାସୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁରଠାରେ ଏବିଭିପି ପକ୍ଷରୁ ’ମିଶନ ସାହାସୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

November 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର-ଆଜି ବାଣପୁରଠାରେ ଏବିଭିପି ତରଫରୁ ମିଶନ ସାହାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାହାସୀ ତଥା ଆତ୍ମରକ୍ଷା ଉଦ୍ଦେଶ୍ୟରେ  ଏବିଭିପି ପକ୍ଷରୁ  ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏବିଭିପିର ମିଶନ ସାହସୀ କାର୍ଯ୍ୟକ୍ରମ ନିର୍ଭର ନାଇଁ ନିର୍ଭୟ। ଅକ୍ଷମ ନାଇଁ ସକ୍ଷମ। ଆଜିର ଭାରତୀୟ ନାରୀ ସବୁକ୍ଷେତ୍ରରେ ପୁରୁଷ ସହ ତାଳ ମେଳାଇ ଅବା ପୁରୁଷକୁ ପଛରେ ପକାଇ ଆଗକୁ ବଢୁଛି। ଏହି ଚିନ୍ତାଧାରାକୁ ସମଗ୍ର ଭାରତର କୋଣ ଅନୁକୋଣରେ ଥିବା ଛାତ୍ରୀ ତଥା ଭଉଣୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଗତବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ସମଗ୍ର ଭାରତବର୍ଷରେ ଆୟୋଜିତ କରାଯାଇଥିଲା। ସେହିପରି  ଗତବର୍ଷ ଅନୁରୂପ ଭାବେ ବାଣପୁରରେ ମଧ୍ୟ ଏବିଭିପି ଦ୍ୱାରା ମିଶନ ସାହସୀ କାର୍ଯ୍ୟକ୍ରମ କରାଯାଇଥିଲା ଯାହା ଭାରତରେ ଦ୍ଵିତୀୟ ତଥା ଓଡିଶାରେ ପ୍ରଥମ ମିଶନ ସାହସୀ କାର୍ଯ୍ୟକ୍ରମ ଥିଲା। ଚଳିତ ବର୍ଷ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ପୁଣିଥରେ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବାଣପୁରର  ପ୍ରତାପ ଗ୍ରାମ ସ୍ଥିତ ଶାଳିଆ ବିଦ୍ୟା ନିକେତନରୁ ହୋଇଛି।

ଆଜି ସକାଳେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ବେଦମତା ଛାତ୍ରୀମାନଙ୍କୁ ମିଶନ ସାହସୀ କାର୍ଯ୍ୟକ୍ରମ ବିଷୟରେ ଉଦ୍‌ବୋଧନ ଦେଇଥିଲେ। ପାଖାପାଖି ୧୪୦ଜଣ ଛାତ୍ରୀଙ୍କୁ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଜିଲ୍ଲାସ୍ତରୀୟ ପ୍ରଶିକ୍ଷିକା ଅବା ମାଷ୍ଟର ଟ୍ରେନର ସୁଶ୍ରୀ ଲିଙ୍କି ବରାଳ ଓ ସୁଶ୍ରୀ ଅର୍ଚନା ବେହେରା ବିଭିନ୍ନ ପ୍ରକାର ଆତ୍ମରକ୍ଷା କୌଶଳ ପ୍ରଦାନ କରିଥିଲେ। ଛାତ୍ରୀମାନେ ଆଜିର ସମାଜରେ କାହାକୁ ଭୟ ନକରି କିପରି ସବୁ ପରିସ୍ଥିତିରେ ନିଜକୁ ଅନ୍ୟ ଶତ୍ରୁଠୁ ରକ୍ଷା କରିପାରିବେ ଓ ଆଗକୁ ବଢିବେ ଏପରି ବିଭିନ୍ନ ତାଲିମ ପ୍ରଶିକ୍ଷିକାମାନେ ଦେଇଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀପ୍ରମୁଖ ସୁଶ୍ରୀ ସଂଗୀତା ସ୍ୱାଇଁ ପରିଚାଳନା କରିଥିଲେ ଓ ପ୍ରତି ସପ୍ତାହରେ ଆଗାମୀ ଦିନରେ ବାଣପୁର-ବାଲୁଗାଁ ନଗର ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମିଶନ ସାହସୀ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ।

ପରିଶେଷରେ ନଗର ସମ୍ପାଦକ ବିକାଶ ସେଠି ଛାତ୍ରୀମାନଙ୍କୁ ପରିଷଦର ଆଦର୍ଶ ଓ ଲକ୍ଷ୍ୟ ବୁଝାଇଥିଲେ ଓ ପ୍ରଶିକ୍ଷିକା ମାନକୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଧୀର କୁମାର  ପାତ୍ର ପ୍ରଧାନ ଶିକ୍ଷକଙ୍କୁ ଉପଢୌକନ ଦେଇ ପରିଷଦ ତରଫରୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଏବିଭିପି ଓଡ଼ିଶା ରାଜ୍ୟ ଏସ୍‌ଏଫ୍‌ଡିର ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରଓ୍ବାଲ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନେଇ ଛାତ୍ରୀମାନେ ବହୁ ଉତ୍ସାହିତ ଥିବା ପରିଲକ୍ଷିତ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.