ସମୀକ୍ଷା ବୁରୋ
ବାଣପୁର-ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପକ୍ଷରୁ ‘ଚିଲିକା – ଏକ ଦୃଷ୍ଟିପାତ’ ପ୍ରସଙ୍ଗ ଭିତ୍ତିକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର ଓଡ଼ିଆ ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ରରେ ଯୁକ୍ତ ତିନିର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହାକୁ ଉପସ୍ଥାପନା କରିଥିଲେ ତୃତୀୟ ବର୍ଷର ଛାତ୍ରୀ ଝୁମାରାଣୀ ପାତ୍ର। ରାଧାନାଥଙ୍କ ଚିଲିକା କାବ୍ୟ ସମ୍ପର୍କରେ ଅଧ୍ୟାପକ ଚିତ୍ତରଞ୍ଜନ ବେହେରା, ତୃପ୍ତିରାଣୀ ସ୍ବାଇଁ ଓ ଯଯାତି କେଶରୀ ବଡ଼ଜେନା ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ରଧାନାଥ ଓ ଚିଲିକା କାବ୍ୟର ସୌନ୍ଦର୍ଯ୍ୟ ତାତ୍ତ୍ବିକ ତଥ୍ୟ ପ୍ରଦାନ କରିଥିଲେ। ଶେଷେର ତୃତୀୟ ବର୍ଷର ଛାତ୍ରୀ ଶୋଭାରାଣୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।
Tags: