କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସାଧାରଣ ମହିଳାଙ୍କୁ ନେଇ ଗଠନ ହେଲା ଏସ୍‌ପିଓ ଟିମ୍‌

Published: Jan 2, 2020, 1:26 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 2/1: ପୋଲିସ୍‌ କମିଶନରେଟ୍‌ ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଛି ଏସପିଓ ଟିମ୍‌।  ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଟିମ୍‌ରେ ୨୫୦ରୁ ଅଧିକ ମହିଳା ଯୋଗ ଦେଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ରହିବ ଏସପିଓ ଟିମ ପାଖରେ। ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ। କଟକ ଓ ଭୁବନେଶ୍ୱରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି। ବିଭିନ୍ନ ଆଇଟି, କଲ ସେଣ୍ଟର ଓ କଲେଜର ଯୁବତୀ ଏଥିରେ ରହିଛନ୍ତି। ଏସପିଓମାନଙ୍କୁ ପଚିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି। ଏହି କର୍ମୀମାନେ ଅବୈତନିକ ଭାବେ ପୋଲିସ୍‌ ବାହିନୀଙ୍କୁ ସାହାଯ୍ୟ କରିବେ। ପ୍ରଥମେ ୩ମାସ ପାଇଁ ଏହା ନିଯୁକ୍ତି ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିବ।

Related posts