କମିଶନରେଟ ପୋଲିସ୍‌ର ଦ୍ବାଦଶ ପ୍ରତିଷ୍ଠା ଦିବସ : କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟ ନାମ ହେବ ପରିବର୍ତ୍ତନ

Published: Jan 2, 2020, 1:46 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 2/1: କମିଶନରେଟ୍‌ ପୋଲିସ୍‌ର ଦ୍ବାଦଶ ପ୍ରତିଷ୍ଠା ଦିବସ ଅବସରରେ କମିଶନରେଟ ପୋଲିସ୍‌ ମୁଖ୍ୟାଳୟର ନାମ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି। ଏବେ ଏହି ମୁଖ୍ୟାଳୟର ନାମ ‘ପୋଲିସ୍‌ ସେବା ଭବନ’ ନାମରେ ନାମିତ ହେବ। କମିଶନରେଟ୍ ପୋଲିସକୁ ୧୨ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଛନ୍ତି । କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଅଭୟ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି।  ଏହି ସମୟରେ ଡିଜିପି କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ମୋ ସରକାର ଯୋଜନାରେ ଭଲ ଫିଡବ୍ୟାକ୍ ମିଳୁଛି। ତ୍ବରିତ ଓ ସମନ୍ବିତ ସେବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି ଏଥିପାଇଁ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। ସେହିପରି ଏହି ଅବସରରେ ଅପରାଧୀ ବିରୋଧୀ ଦୃଢ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ବ ଦିଆଯିବା ସହିତ ଟ୍ଵିନ୍ ସିଟିରେ ଇଲେକ୍ଟ୍ରୋନିକ ସରଭିଲାନ୍ସ କଡାକଡି କରାଯିବ। ସେହିପରି ଟ୍ରାଫିକ୍‌ ସମସ୍ୟାକୁ ମଧ୍ୟ କଡାକଡି ଗ୍ରହଣା କରାଯିବ । ଏଥିପାଇଁ ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

Related posts