ଜେଲ୍‌ରେ କଏଦୀଙ୍କ ଚୋରା ମୋବାଇଲକୁ ଜଗିବ ଫୋନ ଡିଟେକ୍ଟ

Published: Jan 7, 2020, 3:40 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 7/1: ଏଣିକି ଜେଲରେ ଅପରାଧୀ ମାନଙ୍କ ଚୋରା ମୋବାଇଲକୁ ଜଗିବ ମୋବାଇଲ ଫୋନ ଡିଟେକ୍ଟର। ରାଜ୍ୟର 91ଟି ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର । ଜେଲରେ ରହୁଥିବା ଅପରାଧୀ ମାନଙ୍କ ସଂଖ୍ୟାକୁ ଦେଖି ଦିଆଯିବ ମୋବାଇଲ ଡିଟେକ୍ଟର ମେସିନ । ଏହି ଯୋଜନାକୁ ଚଳିତ ଆର୍ଥିକ ବର୍ଷରେ କାର୍ଯକାରୀ କରାଯିବା ନେଇ ସୂଚନା ରହିଛି । ଏନେଇ 75 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଜେଲ୍‌ କର୍ମଚାରୀ ଜେଲ୍‌ ଭିତରକୁ ଆଉ ମୋବାଇଲ୍‌ ନେଇ ପାରିବେନି । ଜେଲ ଭିତରକୁ ଯିବା ପୂର୍ବରୁ ମୋବାଇଲକୁ ଜେଲର ୱାର୍ଡରଙ୍କ ନିକଟରେ ଦାଖଲ କରି ଭତରକୁ ଯିବେ କର୍ମଚାରୀ । ଜେଲ୍‌ ଭିତରେ କଏଦୀମାନେ ମୋବାଇଲ୍‌ ବ୍ୟବହାର ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସିବା ପରେ ଜେଲ୍‌ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Related posts