ଦିଲ୍ଲୀ ବିଧାନସଭା ନିର୍ବାଚନ :  ବିଜେପିର ପ୍ରଚାରକ ତାଲିକାରେ ଭୋଜପୁରୀ ଷ୍ଟାର୍‌

Published: Jan 11, 2020, 6:12 pm IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ରାଜନୈତିକ ଦଳରେ  ବେଶ୍‌ ଚଞ୍ଚଳତା ଦେଖାଯାଇଛି । ମତଦାନର ତାରିଖ ନିକଟତର ହେଉଥିବା ସମୟରେ ସବୁ ରାଜନୈତିକ ଦଳ ନିଜ ନିଜର ଚାଲ୍‌ ଚଲାଇବା ଆରମ୍ଭ କଲେଣି । ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭାର 70 ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀର ରାଜନୀତି ବାଜି ଜିତିବା ପାଇଁ ବିଜେପି ନିର୍ବାଚନ ପ୍ରଚାର ତାଲିକାର ପ୍ରକାଶ କରିଛି । ଏଥିରେ ବଲିଉଡ୍‌ ସମେତ ଭୋଜପୁରୀ ସିନେମାର କିଛି କଳାକାର ସାମିଲ୍‌ ରହିଛନ୍ତି । 54ଜଣିଆ ଏହି ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ଜେପି ନଡ୍ଡା, ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂହ, ଖସୋରୀ ଲାଲ ଯାଦବ, ନିରିହୁଆ, ସାଂସଦ ରବି କିଶନ, ସନି ଦେଓଲ, ମଥୁରା ସାଂସଦ ହେମାମାଳିନୀ, ସପ୍‌ନା ଚୌଧୁରୀ, ଅସମରୁ ହେମନ୍ତ ବିସ୍‌ବା ଶର୍ମା, ମୁଖ୍ୟମନ୍ତ୍ରୀ ସୋନେଓ୍ବାଲ, ଗିରିରାଜ ସିଂହ, ସୁଶୀଲ ମୋଦି, ସ୍ମୃତି ଇରାନୀ, ଯୋଗୀ ଆଦିତ୍ୟନାଥ, ଦେବେନ୍ଦ୍ର ଫଡ୍‌ନଭୀସ୍‌, ମନୋଜ ତିଓ୍ବାରୀ ପ୍ରମୁଖ । ସେହିପରି ବିଜେପି ଦିଲ୍ଲୀ ନିର୍ବାଚନ ପାଇଁ ଇଲକସେନ କମିଟିର ଘୋଷଣା କରିଛି । ଏହି ସୂଚୀରେ 15ଜଣ ସାମିଲ୍‌ ରହିଥିବାବେଳେ ଉର୍ଦ୍ଧ୍ବରେ ରହିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ।  ଦିଲ୍ଲୀରେ ଆମ୍‌ଆଦମୀ ପାର୍ଟି ମଧ୍ୟ ଜୋରସୋରରେ ପ୍ରଚାର ଆରମ୍ଭ କରିଛି । ଦିଲ୍ଲୀରେ କ୍ଷମତାସୀନ ଆପ୍‌ ଅରିବିନ୍ଦ କେଜରୀଓ୍ବାଲଙ୍କ ନେତୃତ୍ବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି । (ଏଜେନ୍ସି)

 

Related posts