ଜାଣନ୍ତୁ କାହିଁକି କଳା ବ୍ୟାଣ୍ଡ ପିନ୍ଧିଲେ ଭାରତୀୟ ଖେଳାଳି

Published: Jan 19, 2020, 2:01 pm IST

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତୀୟ ଦଳର ସମସ୍ତ ଖେଳାଳି କଳା ଆର୍ମବ୍ୟାଣ୍ଡ ପିନ୍ଧି ମ୍ୟାଚ୍‌ ଖେଳିଥିଲେ । ଆସନ୍ତୁ ଜାଣିବା କାହିଁକି ବିରାଟ ବାହିନୀ କଳାବ୍ୟାଣ୍ଡ ପିନ୍ଧିଥିଲେ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣୀଙ୍କ ପରଲୋକ କାରଣରୁ ଭାରତୀୟ ଦଳର ଖେଳାଳି ଏହି ବ୍ୟାଣ୍ଡ ପିନ୍ଧିଥିଲେ । ରବିବାର ସକାଳୁ 86 ବର୍ଷ ବୟସରେ ନାଦକର୍ଣ୍ଣୀଙ୍କ ପରାଲୋକ ହୋଇଥିଲା । ନାଦକର୍ଣ୍ଣୀ 41ଟି ଟେଷ୍ଟରେ ଭାରତର ପ୍ରତିନିଧିତ୍ବ କରି 1414 ରନ୍‌ ସଂଗ୍ରହ କରିଥିବା ବେଳେ 88ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ବାପୁ 191ଟି ମ୍ୟାଚ୍‌ରୁ 8881 ରନ୍‌ ସଂଗ୍ରହ କରିବା ସହିତ 500 ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ନିଜ ସମୟରେ ମେଡେନ୍‌ କିଙ୍ଗ ଭାବରେ ଜଣାଶୁଣା ବାପୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ 665ଟି ମେଡେନ୍‌ ଓଭର ପକାଇଥିବା ବେଳେ ଘରୋଇ କ୍ରିକେଟରେ 2754 ଓଭର ମେଡେନ୍‌ ପକାଇଛନ୍ତି । (ଏଜେନ୍ସୀ)

Related posts