Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

January 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଗୋଦାବରିଶ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଫୁଲ ଓ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ହୋତା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ମହାବିଦ୍ୟାଳୟ ଶ୍ରେଣୀ ଗୃହରେ ସଭା ଆରମ୍ଭ ହୋଇଥିଲା। ଉଦ୍ଭିଦ ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀ ନିଜର ପାଠ ପଢା ସମୟର ସ୍ମୃତିଚାରଣ କରିଥିଲେ। ମହାବିଦ୍ୟାଳୟ ଆରମ୍ଭରୁ ଏପରି କାର୍ଯ୍ୟକ୍ରମ ହୋଇନଥିଲା ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଏହି ସୁନ୍ଦର ଓ ମହତ ପ୍ରୟାସକୁ ସମସ୍ତ ପୁରାତନ ବିଦ୍ୟାର୍ଥୀ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ଏକ ପୁରାତନ ବିଦ୍ୟାର୍ଥୀ ସଂଘ ଗଠନ କରାଯାଇଥିଲା ଓ ଏହାର ସଭାପତି ଭାବେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ହୋତାଙ୍କୁ ନିର୍ବାଚିତ କରାଯାଇଥିଲା। ଆଗକୁ ନାକ୍‌ ଟିମ୍‌ ମହାବିଦ୍ୟାଳୟ ପରିଦର୍ଶନରେ ଆସୁଥିବାରୁ ପୁରାତନ ବିଦ୍ୟାର୍ଥୀ ସଂଘ ଏହି ଗସ୍ତରେ ସହାୟତା କରିବ ବୋଲି ଜଣାପଡିଛି। ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରତିବର୍ଷ ଏପରି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂଘର ସଭାପତି ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ ନିଜ ଅଭିଭାଷଣରେ ଏକ କେନ୍ଦ୍ରୀୟ କମିଟି ଗଠନର ପ୍ରସ୍ତାବ ଦେଇଥିଲେ। ଏହି କମିଟିରେ ପୁରାତନ ବିଦ୍ୟାର୍ଥୀଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗରୁ ୫ ଜଣ ବିଦ୍ୟାର୍ଥୀ ରହିବା ନେଇ ଅଧ୍ୟକ୍ଷ ସୂଚନା ଦେଇଥିଲେ। କେନ୍ଦ୍ରୀୟ କମିଟିକୁ କଲେଜ ମଧ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରଦାନ କରାଯିବା ସହିତ ପାଣ୍ଠି ସଂଗ୍ରହ କରାଯାଇ କିଭଳି ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ତାହା କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଅଧ୍ୟକ୍ଷଙ୍କ ଏହି ପଦକ୍ଷେପକୁ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଥିଲା।  ଏହା ସହିତ ପୁରାତନ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର କାୟକଳ୍ପ ବଦଳେଇବା ଦିଗରେ ଅଧ୍ୟକ୍ଷଙ୍କ ଅବଦାନ ଓ ଉଦ୍ୟମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶେଷ ବର୍ଷ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ପ୍ରୀତି ଭୋଜନ ଅନୁଷ୍ଠିତ କରାଯାଇଥିଲା।

 

 

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025

ସଂପୂର୍ଣ୍ଣ ହେଲା କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟ, ତଥାପି ଜାରି ରହିଛି କଟକଣା, ଜାଣନ୍ତୁ କ’ଣ?

November 3, 2025

ଅର୍ଥ ଠକେଇ ଅଭିଯୋଗରେ ଯୁବକ ଗିରଫ

November 3, 2025

ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

November 2, 2025
BJP Ads
Latest News

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ

November 3, 2025

ଅନିଲ ଅମ୍ବାନୀଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ

November 3, 2025

ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 3, 2025

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025

ସଂପୂର୍ଣ୍ଣ ହେଲା କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟ, ତଥାପି ଜାରି ରହିଛି କଟକଣା, ଜାଣନ୍ତୁ କ’ଣ?

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.