ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲ୍‌ର ସ୍ବତନ୍ତ୍ର ଡୁଡୁଲ୍‌

Published: Jan 26, 2020, 11:33 am IST

 

ନୂଆଦିଲ୍ଲୀ : 71ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଗୁଗୁଲର ଡୁଡୁଲ୍‌ରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଝଲକ୍‌ । ଡୁଡୁଲ୍‌ରେ ଭାରତର ସାଂସ୍କୃତିକ ଓ ସାମ୍ରାଜ୍ୟ ଭିତରେ ବିବିଧତା ଭିତରେ ଏକତାକୁ ପ୍ରଦର୍ଶିତ କରିଛି । ଗୁଗୁଲ୍‌ ଏହି ଡୁଡୁଲ୍‌ରେ ଭାରତର ସ୍ଥାପତ୍ୟ କଳା ସଂସ୍କୃତି ସହ ଦେଶର ସମୃଦ୍ଧ ଜୈବ ବିବିଧତାକୁ ମଧ୍ୟ ପ୍ରଦର୍ଶିତ କରିଛି । ଏହି ଡୁଡୁଲ୍‌କୁ ପ୍ରସ୍ତୁତ କରିଛନ୍ତି ସିଙ୍ଗାପୁରର ମେରୁ ସେଠ୍‌ । ଡୁଡୁଲ୍‌ରେ ତାଜମହଲ୍‌ ଓ ଇଣ୍ଡିଆ ଗେଟ୍‌ ପରି ବିଶ୍ବପ୍ରସିଦ୍ଧ ସ୍ଥଳ ସହିତ ଶାସ୍ତ୍ରୀୟ କଳା, ବସ୍ତ୍ର ନୃତ୍ୟର ସମ୍ମିଶ୍ରଣ କରାଯାଇଛି । ବିଭିନ୍ନତା ମଧ୍ୟରେ ଭାରତ ଏକ ଓ ଅଭିନ୍ନ ବୋଲି ଗୁଗୁଲ୍‌ ତା’ର ସ୍ବତନ୍ତ୍ର ଡୁଡୁଲ୍‌ରେ ପ୍ରକାଶ କରିଛି । (ଏଜେନ୍ସି)

Related posts