Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଛାତ୍ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରି ଲହୁଲୁହାଣ କଲେ ଛାତ୍ରୀ
ଅପରାଧ

ଛାତ୍ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରି ଲହୁଲୁହାଣ କଲେ ଛାତ୍ରୀ

February 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍‌ ମହଙ୍ଗା ପଡିଲା ଛାତ୍ରଙ୍କୁ । ସମସ୍ତଙ୍କ ସାମ୍ନାରେ ଛାତ୍ରୀ ଜଣକ ଛାତ୍ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି । ବ୍ଲେଡ୍‌ ଆକ୍ରମଣ କରିବା ପରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ ଘଟିଛି । ବରେଲୀର ହାଫିଜ୍‌ଗଞ୍ଜ ଥାନା କ୍ଷେତ୍ରର ଏକ ଇଣ୍ଟରକଲଜେର ଉଭୟ ପଢୁଥିବାବେଳେ ଛାତ୍ରୀ ଜଣକ ଛାତ୍ରଜଣଙ୍କୁ ଏକତରଫା ପ୍ରେମ କରୁଥିଲେ । କିନ୍ତୁ ଛାତ୍ର ଜଣଙ୍କୁ ସେହି ଝିଅ  ପ୍ରତି କିଛି ପ୍ରକାରର ଭାବନା ନଥିବାବେଳେ ସେ ନିଜ ପାଠପଢାରେ ବ୍ୟସ୍ତ ରହୁଥିଲେ । କିନ୍ତୁ ଝିଅଟି ସବୁବେଳେ ବିବାହ ପାଇଁ ଛାତ୍ରଙ୍କ ଉପରେ ଏକପ୍ରକାର ଚାପ ପ୍ରୟୋଗ ମଧ୍ୟ କରୁଥିଲେ । ଯେତେବେଳେ ଛାତ୍ର ଜଣକ ସମ୍ପୃକ୍ତ ଛାତ୍ରୀ ଜଣଙ୍କୁ  ପାଠ ପଢା ସମୟରେ ପ୍ରେମ କରିବାକୁ ମନା କରିଦେଲେ, ସେତେବେଳେ ଛାତ୍ରୀ ଜଣକ ରାଗରେ ଏପରି ଏକ କାଣ୍ଡ ଘଟାଇଛନ୍ତି । ଚେହେରାକୁ ନେଇ ଗର୍ବ ଯଦି କରୁଛୁ, ତେବେ ସେହି ଚେହେରାକୁ ରଖିବି ନାହିଁ କହି ଛାତ୍ରୀ ଜଣକ ଛାତ୍ରଙ୍କ ମୁହଁକୁ ବ୍ଲେଡ୍‌ରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏବେ ସେହି ଛାତ୍ର ଜଣକ କଥାବାର୍ତ୍ତା କରୁପାରୁନଥିବାବେଳେ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।  ଏକତରଫା ପ୍ରେମର ପଡିଥିବା ଛାତ୍ରୀ ଜଣକ ରାଗରେ ଏପରି କାର୍ଯ୍ୟ କରିଛନ୍ତି । ଏହି ଘଟଣାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ଯେ, ଏହି ସମସ୍ତ ଘଟଣା କଲେଜ ବାହାରେ ଘଟିଛି । ସେହିପରି ଏହି ଘଟଣାରେ ଏସ୍‌ପି କହିଛନ୍ତି ଯେ, ଉଭୟ ଛାତ୍ର ଛାତ୍ରୀ ଜଣକ ନାବାଳିକ ହୋଇଥିବାବେଳେ ପରିବାରର ଅପନନ୍ଦା ତଥା ଦୁହିଁଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କେହି ଏହି ଘଟଣାକୁ ନେଇ ପୁଲିସ୍‌ରେ ଅଭିଯୋଗ କରିନାହାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.