ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ : ଗଣଶିକ୍ଷା ମନ୍ତ୍ରୀ

Published: Feb 6, 2020, 3:22 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଚଳିତ ମାସ 19 ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ତେବେ ଗତ ଥର ପ୍ରଶ୍ନପତ୍ର ଭାଇରାଲ୍‌ ବେଶ୍‌ ମୁଣ୍ଡ ବ୍ୟାଥାର କାରଣ ପାଲଟିଥିଲା । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇଚାଲ୍ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଭାଇରାଲ୍‌ ହୋଇଥିବା ସମ୍ପୃକ୍ତ ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହିତ ଭଇରାଲ୍‌ ନ ହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ଚଳିତ ଥର ପ୍ରଶ୍ନପତ୍ର ଭାଇରାଲ୍‌ ହେବନି ବୋଲି ଗଣିକ୍ଷା ମନ୍ତ୍ରୀ ଆଶା କରିଥିବାର କହିଛନ୍ତି ।

Related posts