କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 1000 ଛୁଇଁଲା

Published: Feb 11, 2020, 2:36 pm IST

ବେଜିଂ : କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍‌ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42638ରେ ପହଞ୍ଚିଛି । ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 7333 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସୋମବାର ଦିନ 3996 ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ଭାଇରସ୍‌ ସଂସ୍ପର୍ଶରେ ଆସିଥିବା 428438 ଜଣଙ୍କ ମଧ୍ୟରୁ 187728 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଚୀନ୍‌ ସ୍ବାସ୍ଥ୍ୟ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଗୋଟିଏ ଦିନରେ ଏହ ସର୍ବାଧିକ ମୃତ୍ୟୁ । (ଏଜେନ୍ସି)

Related posts