Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର : ଭାରୀଯାନ ଚଳାଚଳ ଉପରେ ନିଷେଧାଜ୍ଞ ଜାରି ସହିତ ସହରର କିଛି ମୁଖ୍ୟ ଛକକୁ ’ନୋ ପାର୍କିଂ ଜୋନ୍‌’ର ଘୋଷଣା କଲେ ଜିଲ୍ଲାପାଳ
ଆଜିର ଖବର

ଜଗତସିଂହପୁର : ଭାରୀଯାନ ଚଳାଚଳ ଉପରେ ନିଷେଧାଜ୍ଞ ଜାରି ସହିତ ସହରର କିଛି ମୁଖ୍ୟ ଛକକୁ ’ନୋ ପାର୍କିଂ ଜୋନ୍‌’ର ଘୋଷଣା କଲେ ଜିଲ୍ଲାପାଳ

February 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ଅଞ୍ଚଳ ମଧ୍ୟରେ ମାଲ ପରିବହନ କରୁଥିବା ଭାରୀଯାନ ଗୁଡିକ ଚଳପ୍ରଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଏବଂ ଜନସାଧାରଣଙ୍କ  ଗମନାଗମନର ଅସୁବିଧା ପରିଲକ୍ଷିତ ହେଉଅଛି । ଏଣୁ ଉପରୋକ୍ତ ଯାନ ଗୁଡିକ ଚଳପ୍ରଚଳ ଉପରେ ମୋଟର ଯାନ  ଆଇନ-୧୯୮୮ ଧାରା ୧୧୫ ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ  କେଶରୀ ମହାପାତ୍ର  ନିଷେଧାଜ୍ଞ ଜାରି କରିଛନ୍ତି । ଏହ ଭାରୀଯାନ ଗୁଡିକ ସକାଳ ୮ ଘଟିକାରୁ ଦିବା ୧୧ ଘଟିକା ଏବଂ  ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୮ ଘଟିକା ସମୟ ମଧ୍ୟରେ ପୈାର ପରିଷଦ ଅଂଚଳରେ ଚଳ ପ୍ରଚଳ କରି ପାରିବେ ନାହିଁ । ଏହି ନିର୍ଦ୍ଦେଶ ତା ୧୧.୦୨.୨୦୨୦ ରିଖ ଠାରୁ ୧୦.୦୩.୨୦୨୦ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି  ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜଗତସିଂହପୁର ଥାନାଛକ ଠାରୁ ଟାଉନହଲ ଛକ ଓ ଜଗତସିଂହପୁର-ଜଇପୁର ରାସ୍ତାର ଥାନାଛକ ଠାରୁ ଖୁଣ୍ଟିଆ ଡ୍ରେସ୍ ହାଉସ ପର୍ଯ୍ୟନ୍ତ “ନୋ ପାର୍କି ଜୋନ୍‌’’ଘୋଷିତ କରାଯାଇଛି । ଜଇପୁର ରାସ୍ତାର ଥାନାଛକ ଠାରୁ ଖୁଣ୍ଟିଆ ଡ୍ରେସ୍ ହାଉସ୍ ଏବଂ ଥାନାଛକ ଠାରୁ ଟାଉନହଲ ଛକ ପର୍ଯ୍ୟନ୍ତ ବାମ ପାଶ୍ୱର୍ରେ ଯାନ ବାହାନ ରଖିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ଏବଂ ଜନସାଧାରଣଙ୍କ ଗମନାଗମନରେ ଅସୁବିଧା ପରିଲକ୍ଷିତ ହେଉଅଛି। ଏଣୁ ଜଗତସିଂହପୁର -ଜଇପୁର ରାସ୍ତାର ବାମପାର୍ଶ୍ବ ଅଂଚଳକୁ “ନୋ ପାର୍କି ଜୋନ୍‌’’ ରୁପେ ଘୋଷଣା କରାଯାଇଛି ।

ଏଣୁ ଜନସାଧାରଣଙ୍କର ଗମନାଗମନ ଓ ସୁରକ୍ଷା ଦୃଷ୍ଟିରୁ ୧୯୮୮ ମୋଟରଯାନ ଆଇନ ଧାରା ୧୧୫ ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର-ଜଇପୁର ରାସ୍ତାର ଥାନାଛକ ଠାରୁ ଖୁଣ୍ଟିଆ ଡ୍ରେସ୍ ହାଉସ ପର୍ଯ୍ୟନ୍ତ ଏବଂ ଥାନାଛକ ଠାରୁ ଟାଉନହଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ଗୁଡିକ ରଖିବା ଉପରେ କଟକଣା ଜାରି କରିଛନ୍ତି । ଏହି ନିଷେଧ ତା୧୧.୦୨.୨୦୨୦ରିଖ ଠାରୁ ତା ୧୦.୦୩.୨୦୨୦ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସେହିପରି ପାରାଦ୍ୱୀପର  ଅଏଲ  ଟର୍ମିନାଲଠାରୁ କାରଗିଲ ଛକ ମଧ୍ୟରେ ପେଟ୍ରୋଲିୟମ ଜାତ ପଦାର୍ଥ ବହନ କରୁଥିବା ଅଏଲ ଟ୍ୟାଙ୍କର ଚଳାଚଳ ଦ୍ୱାରା ଟ୍ରାଫିକ୍ ସମସ୍ୟା ଉପୁଜୁଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଅଛି। ଯାହାଦ୍ୱାରା କି ରାସ୍ତାର ନିରାପତ୍ତା, ଦୁର୍ଘଟଣା ଓ ଜନସାଧାରଣଙ୍କ ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେଉଅଛି। ଏଣୁ ଉପରୋକ୍ତ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ ବହନ କରୁଥିବା ଅଏଲ ଟ୍ୟାଙ୍କର ଚଳପ୍ରଚଳ ଉପରେ ଜିଲ୍ଲାପାଳ ନିଷେଧାଜ୍ଞା ଜାରି କରିଛନ୍ତି । ତୈଳଶୂନ୍ୟ ଅଏଲ ଟ୍ୟାଙ୍କର ଗୁଡିକ କାରଗିଲ ଛକଦେଇ ଚଳାଚଳ କରିବେ ଓ ତୈଳପୂର୍ଣ୍ଣ ହେଲାପରେ ସେମାନେ ପିପିଏଲ ଜଙ୍କସନ ଦେଇ ପିପିଏଲ ଛକବାଟେ ଚଳାଚଳ କରିପାରିବେ । ଏହି ନିର୍ଦ୍ଦେଶ ତା ୧୧.୦୨.୨୦୨୦ରିଖ ଠାରୁ ତା ୧୦.୦୩.୨୦୨୦ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳ ବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଅଛି ।

ସେହିପରି ପାରାଦ୍ୱୀପର ଜିରୋ ପଏଣ୍ଟଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ “ନୋ ପାର୍କିଂ ଜୋନ୍‌”ଘୋଷିତ କରାଯାଇଛି। ପାରାଦ୍ୱୀପର ଜିରୋ ପଏଣ୍ଟ ଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଭାରୀଯାନ ରଖିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଓ ଜନସାଧାରଣଙ୍କ ଗମନାଗମନରେ ଅସୁବିଧା ପରିଲକ୍ଷିତ ହେଉଅଛି । ଏଣୁ ଜନସାଧାରଣଙ୍କର ଗମନାଗମନ ଓ ସୁରକ୍ଷା ଦୃଷ୍ଟିରୁ ମୋଟର ଯାନ ଆଇନ-୧୯୮୮ ଧାରା ୧୧୫ ଅନୁଯାୟୀ ପାରାଦ୍ୱୀପର ଜିରୋ ପଏଣ୍ଟ ଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଭାରୀଯାନ ଗୁଡିକ ରଖିବା ଉପରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ନିଷେଧ ଜାରି କରିବା  ସହିତ ଉକ୍ତ ଅଂଚଳକୁ “ନୋ ପାର୍କି ଜୋନ୍‌”ଭାବେ ଘୋଷଣା କରିଛନ୍ତି। ଏହି ନିଷେଧ ତା ୧୧.୦୨.୨୦.ରିଖ ଠାରୁ ତା ୧୦.୦୩.୨୦ ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସେହିପରି ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତାରେ ଭାରୀଯାନ ଚଳାଳଚଳ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ମୋଟର ଯାନ ଆଇନ-୧୯୮୮ ଧାରା ୧୧୫ ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଭାରୀଯାନ ଗୁଡିକ ଜଗତସିଂହପୁର ଆଳିପିଙ୍ଗଳ ରାସ୍ତାରେ ସକାଳ ୫ଘଟିକାରୁ ରାତ୍ର ୧୧ଘଟିକା ପର୍ଯ୍ୟନ୍ତ ଚଳାଚଳ ଉପରେ ନିଷେଧ ଜାରୀ କରିଛନ୍ତି । ଏତଦ୍‌ବ୍ୟତୀତ ଏହି ରାସ୍ତାରେ ଅତ୍ୟଧିକ ଲୋଡ ଥିବା ବଡଗାଡି ତଥା ୨୮୦୦୦କି.ଗ୍ରା ବା ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଭାରୀଯାନ ଗାଡି ଗୁଡିକ ଚଳାଚଳ ଉପରେ ସବୁ ସମୟ ପାଇଁ ନିଷେଧ ଜାରି କରାଯାଇଛି । ଏହି ନିର୍ଦ୍ଦେଶ ତା ୧୧.୦୨.୨୦୨୦.ରିଖ ଠାରୁ ତା ୧୦.୦୩.୨୦୨୦ ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଅଛି ।

ଆଳିପିଙ୍ଗଳର ଦେବୀନଦୀ ହାଇଲେବ୍‌ଲ ବ୍ରିଜ୍ ଉପରେ  ବାଲି,ଲୁହା ପଥର,କ୍ରୋମ ପଥର,କୋଇଲା ପରିବହନ କରୁଥିବା ଟ୍ରକ, ଟ୍ରେଲର,ଟିପର ଓ ୬ଚକିଆ ଯାନ ଚଳାଚଳ କରୁଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଅଛି । ଯାହାଦ୍ୱାରା କି ବ୍ରିଜଟି ଦୁର୍ବଳ ହୋଇ ଯାଉଛି  ଏବଂ ଏହା ମରାମତି ଅବସ୍ଥାରେ ରହିଛି । ଏଣୁ ଉପରୋକ୍ତ ଯାନ ଗୁଡିକ ବ୍ରିଜ ଉପରେ ଚଳ ପ୍ରଚଳ ଉପରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ନିଷେଧ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ତା ୧୧.୦୨.୨୦୨୦.ରିଖ ଠାରୁ ତା ୧୦.୦୩.୨୦୨୦ ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଅଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025
Latest News

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.