Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତହସିଲଦାର୍‌ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା : ଗଞ୍ଜାମ ଜିଲ୍ଲାରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ
ଆଜିର ଖବର

ତହସିଲଦାର୍‌ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା : ଗଞ୍ଜାମ ଜିଲ୍ଲାରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ଦୈନିକ ଶହଶହ ବାଲି ଆନ୍ଧ୍ରକୁ ଚୋରାଚାଲଣ ହେଉଥିବା ଅଭିଯୋଗ ହେଉଛି। ଯେତିକି ପରିମାଣରେ ବାଲି ନେବା କଥା ସେତିକି ପରିମାଣରେ ବାଲି ନନେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ଏଭଳି ଦୁଇଟି ଟ୍ରକକୁ ଗଂଜାମ ଟ୍ରକ ଏସୋସିଏସନ୍‌ର ସଭ୍ୟମାନେ ଆନ୍ଧ୍ରକୁ ଚାଲାଣ ବେଳେ ଜାତୀୟ ରାଜପଥରେ ଅଟକାଇଥିଲେ। ଉକ୍ତ ବାଲି ବୋଝେଇ ହାଇୱା ଟ୍ରକରେ ୨୨୦ ସିଏଫ୍‌ଟି ବାଲି ନେବା ବଦଳରେ ବିପୁଳ ପରିମାଣରେ ତଥା ୬୦୦ ସିଏଫ୍‌ଟି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ନିୟମ ଅନୁସାରେ ପ୍ରତି ଟ୍ରକରେ ସର୍ବମୋଟ ୨୨୦ ସିଏଫ୍‌ଟି ବାଲି ନେବା ସହ ଦୈନିକ ଥରେ ମାତ୍ର ନେଇପାରିବ। କିନ୍ତୁ ଏହି ଆନ୍ଧ୍ର ହାଇୱା ବା ବାଲିମାଫିଆମାନେ ଦିନକୁ ବହୁଥର ବାଲି ନେବା ସହ ନିୟମରୁ ବର୍ହିଭୂତ ବାଲି ଚାଲାଣ କରୁଛନ୍ତି। ଏହିପରି ଚୋରାଚାଲଣ କରି ମାଫିଆମାନେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କୁଥିବା ଦେଖାଯାଇଛି।

ଉକ୍ତ ହାଇୱା ଟ୍ରକ ଦୁଇଟିରୁ ଆର୍ ଫର୍ମ ମଗାଯିବା ବେଳେ ତାହା ୧୮ ତାରିଖ ବଦଳରେ ୧୫ ଏବଂ ୧୭ ଫେବୃୟାରୀ ତାରିଖ ଥିଲା। ଏହିଭଳି ଜାଲି କରି ରୀତିମତ ଓଡ଼ିଶାର ବାଲି ଆନ୍ଧ୍ରକୁ ଚାଲାଣ ହେଉଛି। କାରଣ ଓଡ଼ିଶାର ବାଲି ଆନ୍ଧ୍ରାରେ ସୁନା ସଦୃଶ୍ୟ। ତେଣୁ ବାଲିମାଫିଆମାନେ ସକ୍ରିୟ ହୋଇ କୋଟି କୋଟି ଟଙ୍କା ଲାଭ ଉଠାଉଥିବାବେଳେ ଓଡ଼ିଶାର ରାଜସ୍ୱ ହାନୀ ଘଟୁଛି। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ମୁଖ୍ୟତଃ ତହସିଲ୍‌ଦାରମାନଙ୍କର ଖାମଖିଆଲି ନୀତି ଏବଂ ମାଫିଆମାନଙ୍କ ସହ ମଧୁଚନ୍ଦ୍ରିକା ଯୋଗୁଁ ଏହିପରି ଚୋରାଚାଲଣ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏପଟେ ଏହି ଦୁଇ ବାଲିବୋଝେଇ ହାଇୱାକୁ ଟ୍ରକ ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ହରିଡ଼ାଖଣ୍ଡି ଆର୍‌ଆଇ ସୁଧୀର ଚନ୍ଦ୍ର ଶବରଙ୍କୁ ହସ୍ତାନ୍ତର କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.