ଓଭରଲୋଡିଂ ଯୋଗୁଁ ଅଟୋରୁ ଖସି ପାଞ୍ଚ ବର୍ଷର ଛାତ୍ର ମୃତ

Published: Feb 19, 2020, 11:42 am IST

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର: ବୁଧବାର ଦିନ ଅଟୋରୁ ଖସି ପଡି ୫ ବର୍ଷର ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋରୁ ଖସିପଡିଛି ୫ ବର୍ଷର ଶିଶୁ। ଦିଗପହଣ୍ଡି ନିକଟ ତିଳେଶ୍ବର ରାମମନ୍ଦିର ନିକଟରେ ଛାତ୍ରଜଣକ ଖସିପଡିଥିଲେ। ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ତୁରନ୍ତ ତାଙ୍କୁ ଦିଗପହଣ୍ଡି ମେଡିକାଲ ନିଆଯାଇଥିବାବେଳେ ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଓଭରଲୋଡିଂ କାରଣରୁ ଛାତ୍ର ଜଣକ ପଡିଯାଇଥିବାର ସୂଚନା ରହିଛି। ଏହି ଅଟୋରେ ୧୫ ଜଣ ପିଲା ରହିଥିବାର ସୂଚନା ମିଳିଛି।

ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ ଦିଗପହଣ୍ଡି ଚିକିଟି ରାସ୍ତା ଅବରୋଧ କରିଛନ୍ତି। ସ୍କୁଲ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌ କିମ୍ବା ଅଟୋରେ ଓଭରଲୋଡିଂକୁ ବାରଣ ରହିଥିବାବେଳେ ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ତଥା ଅଭିଭାବକମାନେ ସଚେତନ ରହିବା ଆଜିର ସମୟରେ ଜରୁରୀ ହୋଇପଡିଛି।

 

Related posts