Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାନ୍ୟ ଡୋନାଲ୍ଡ ଟ୍ରମ୍ଫ ଆସିବେ ବୋଲି ଆଉ କେତେ କଣ ଲୁଚେଇବୁ ଆମେ??
ବିଶେଷ ଖବର

ମହାମାନ୍ୟ ଡୋନାଲ୍ଡ ଟ୍ରମ୍ଫ ଆସିବେ ବୋଲି ଆଉ କେତେ କଣ ଲୁଚେଇବୁ ଆମେ??

February 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଭାରତ ଆସିଲେ ତାଙ୍କୁ ସ୍ଵାଗତ କରିବା ଆମର ଦାୟିତ୍ଵ। ଭାରତର ପରମ୍ପରା ଅନୁସାରେ ଅତିଥିଙ୍କୁ ଦେବତା ତୁଲ୍ୟ ସତ୍କାର କରିବା ପାଇଁ ଆମେ ସଦା ପ୍ରସ୍ତୁତ। ହେଲେ ଅତିଥି ଯଦି ଆମ ହଜୁର ହେବାକୁ ଚେଷ୍ଟା କରନ୍ତି, ତାହାଲେ ସେଠି ଆମକୁ ଅତିଥିଙ୍କ ବିଷୟରେ ପାଞ୍ଚଥର ଭାବିବାକୁ ପଡିବ। ଏଇ ମାସ ଆସନ୍ତା ୨୪-୨୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ନେଇ ଏବେ ସେମିତି କିଛି ଚିନ୍ତା କରିବାକୁ ଆମେ ବାଧ୍ୟ। ଭାରତ ଗସ୍ତରେ ଆସିବା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ଫ କହିଛନ୍ତି- “ଭାରତ ଆମକୁ ସଠିକ ବ୍ୟବହାର ଦେଇନାହିଁ। ହେଲେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲପାଏ। ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଅହମଦାବାଦ ବିମାନ ବନ୍ଦରରୁ ଅଭିବାଦନ ଉତ୍ସବ ଭିତରେ ଆମକୁ ୭୦ ଲକ୍ଷ ଲୋକ ସ୍ଵାଗତ କରିବେ।“ ( We are not treated very well by India but I happen to like Prime Minister Modi a lot and he told me we will have seven million people between the airport and the event)

ୟା ଭିତରେ ଘଟଣାକ୍ରମ ପୁଣି ବଦଳି ଯାଇଛି। ଟ୍ରମ୍ଫ ସାହେବଙ୍କର ଆଶା ଆଉ ଟିକେ ବଢି ଯାଇଛି। ମୋଦୀଙ୍କଠାରୁ ସେ ୭୦ ଲକ୍ଷ ନୁହଁ, ବରଂ କୋଟିଏ ଲୋକଙ୍କର ସମ୍ବର୍ଦ୍ଧନା ପାଇବେ ବୋଲି କୁଆଡେ ପ୍ରତିଶ୍ରୁତି ପାଇଛନ୍ତି। ଆମେରିକାରେ ନିଜର ନିର୍ବାଚନୀ ପ୍ରଚାରରେ ଟ୍ରମ୍ଫ କହୁଛନ୍ତି, ତାଙ୍କୁ କୋଟିଏ ଭାରତୀୟ ଧାଡି ଅପେକ୍ଷା କରିଛନ୍ତି। ଭାରତରେ ଥିବା ତାଙ୍କ ସ୍ତାବକଙ୍କ  ତୁଳନାରେ ଆମେରିକାନ ସମର୍ଥକମାନେ ମାତ୍ର ବାଦାମମଞ୍ଜି ବୋଲି ସେ କହିଛନ୍ତି। ଭାରତ ସରକାର ଓ ଭାରତର ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କ  ପ୍ରଚାରକ ଭୂମିକା କେବଠୁ ନେଇଛନ୍ତି ସେକଥା ଜାଣିବାର ଅଧିକାର ଆମର ନିଶ୍ଚୟ ରହିଛି।

ଟ୍ରମ୍ପଙ୍କଏହି ବକ୍ତବ୍ୟକୁ ଆମେ କଣ କହିବା? ଭାରତ ସହିତ ତାଙ୍କର ବିଶେଷ କିଛି ଲେନାଦେନା ନାହିଁ। ତାଙ୍କର ସ୍ଵାଗତ ପାଇଁ ତାଙ୍କ ବନ୍ଧୁ ନରେନ୍ଦ୍ର ମୋଦୀ ୭୦ ଲକ୍ଷ ଲୋକ ଯୋଗାଡ କରିଛନ୍ତି। ସେଇଟା ତାଙ୍କ ଲାଗି ସବୁଠୁ ବଡ ଆକର୍ଷଣ। ଏପଟେ ବନ୍ଧୁବତ୍ସଳ ମୋଦୀ ମଧ୍ୟ କମ ଉତ୍ସାହିତ ନୁହନ୍ତି। ଟ୍ରମ୍ଫ ଆସିବେ ବୋଲି ଅହମଦାବାଦବାସୀ ସପ୍ତାହେ ହେଲା ପାନ ଖାଇବା ବନ୍ଦ କରି ଦେଇଛନ୍ତି। ସେମାନେ ସ୍ଵତଃ ପାନ ଖାଇବା ବନ୍ଦ କରିନାହାନ୍ତି, ବରଂ ଗୁଜରାଟ ପ୍ରଶାସନ ଅହମଦାବାଦର ସବୁ ପାନଦୋକାନକୁ ବନ୍ଦ କରାଇ ଦେଇଛନ୍ତି। କାଳେ ପାନପିକ ପଡି କେଉଁଠି ବନ୍ଧୁ ଡୋନାଲ୍ଡଙ୍କ ରାସ୍ତା ଅସନା ହୋଇଯିବ! ତେଣୁ ସବୁ ପାନ ଦୋକାନରେ ଏବେ ତାଲା ପଡିଛି।

ବିମାନ ବନ୍ଦରରୁ “ନମସ୍ତେ ଟ୍ରମ୍ଫ” କାର୍ୟକ୍ରମ ହେବାକୁ ଥିବା ମୋଟେରା ଷ୍ଟାଡିୟମ ଭିତରେ ଲକ୍ଷେ ଲୋକ ଟ୍ରମ୍ଫଙ୍କୁ ସମ୍ବର୍ଦ୍ଧନା ଜଣାଇଏବେ ବୋଲି ଅହମଦାବାଦର ମେୟର କହିଛନ୍ତି। ଏହା ଟ୍ରମ୍ପଙ୍କ ଆଶାର ଏକ ଶତାଂଶ ମାତ୍ର। ତା ହେଲେ ଭାରତ ସରକାର ଲକ୍ଷେ ଲୋକଙ୍କୁ ଦେଖାଇ କୋଟିଏ ଲୋକଙ୍କର ଭ୍ରମ ସୃଷ୍ଟି କରିବାକୁ ଯାଉଛନ୍ତି କି? ଇତି ମଧ୍ୟରେ “ନମସ୍ତେ ଟ୍ରମ୍ପ” କାର୍ୟକ୍ରମର ଆୟୋଜକ କିଏ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ବୈଦେଶିକ ବ୍ୟାପାର ବିଭାଗ କହିଛନ୍ତି, ଏ କାର୍ୟକ୍ରମର ଆୟୋଜକ ଭାରତ ସରକାର ନୁହନ୍ତି। କୌଣସି ଏକ “ଟ୍ରମ୍ପ ନାଗରିକ ସମ୍ବର୍ଦ୍ଧନା ସମିତି” ଏହାର ଆୟୋଜନ କରୁଛନ୍ତି। ତେବେ କିଏ ସେ ସମିତି? ସେଇ ସମିତିର କୌଣସି ଖୋଜ ଖବର ଇଣ୍ଟର୍ନେଟରେ ନାହିଁ। ଭାରତରେ ଆମେରିକା ରାଷ୍ଟ୍ରପତିଙ୍କୁ କୌଣସି ଘରୋଇ ସଂସ୍ଥା ସମ୍ବର୍ଦ୍ଧନା ଦେବା କେମିତି? କେହି କେହି କହି ପାରନ୍ତି, ଆମେରିକାରେ ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଯଦି ହେଲା, ଏଠି କାହିଁକି ହେବନାହିଁ। ହେଲେ ଆମେରିକାରେ ଆମେରିକାନମାନେ ମୋଦୀଙ୍କୁ ସମ୍ବର୍ଦ୍ଧନା ଦେଇନଥିଲେ। ତାହା ଥିଲା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାରେ ପ୍ରବାସୀ ଭାରତୀୟଙ୍କର ଆୟୋଜନ।

ଅହମଦାବାଦରେ ପ୍ରବାସୀ ଆମେରିକାନମାନେ “ନମସ୍ତେ ଟ୍ରମ୍ଫ”ର ଆୟୋଜନ କରୁଛନ୍ତି କି? ଭାରତରେ ପ୍ରବାସୀ ଆମେରିକାନଙ୍କ ସଂଖ୍ୟା ବା କେତେ? ପୁନଶ୍ଚ ଏକ ନାମହୀନ ଘରୋଇ ସଂସ୍ଥା ତରଫରୁ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ କୋଟିଏ ଲୋକ ଆସିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି କେମିତି? କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତକୁ ନେଇ ଏ ପ୍ରକାର ବିଚିତ୍ର ସ୍ଥିତି ଆମ ଦେଶରେ କେବେ ହେଲେ ଉପୁଜି ନଥିଲା।

ଇତି ମଧ୍ୟରେ ଟ୍ରମ୍ଫ ସାହେବ ଯେମିତି ଅହମଦାବାଦର ଝୁମ୍ପୁଡି ବସ୍ତି ଦେଖି ନପାରିବେ ସେଥିଲାଗି, ସେ ସବୁ ଆଗରେ ବିଶାଳ ପାଚେରି ତିଆରି ହୋଇ ସାରିଛି। ଆଗ୍ରା ର ତାଜମହଲ ଦେଖିବାକୁ ଗଲାବେଳେ ଯମୁନା ନଦୀର ପ୍ରଦୂଷିତ ପାଣି ଯେମିତି ମହାମହିମଙ୍କ ଘ୍ରାଣଶକ୍ତିକୁ କଷ୍ଟ ନ ଦିଏ, ସେଥିଲାଗି ଯମୁନାରେ ଗଙ୍ଗାଜଳ ପ୍ରବାହିତ କରାଯାଉଛି।

ଆମ ଦେଶରୁ ଗୋରା ସାହେବ କେଉଁ କାଳରୁ ଯାଇ ସାରିଲେଣି। ଆଜି ଆମେ ଗର୍ବର ସହିତ କହୁଛୁ ଯେ, ଜଣେ ଚା ବିକାଳି ଆମ ପ୍ରଧାନମନ୍ତ୍ରୀ ହେବାର ଗୌରବ ପାଇଛନ୍ତି। ହେଲେ ଗୋରା ସାହେବଙ୍କ ତୁଷ୍ଟିକରଣ ଲାଗି ଆମର ଯେ ଏତେ ଅଧିକ ଉନ୍ମାଦନା ଆଜି ମଧ୍ୟ ରହିଛି, ସେଇଟା ସବୁଠୁ ହାସ୍ୟାସ୍ପଦ ବିଷୟ।

Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.