Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ଘରକୁ ବୋମାମାଡ଼
ଆଜିର ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ଘରକୁ ବୋମାମାଡ଼

February 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ବହୁ ବର୍ଷ ତଳର ଶତ୍ରୁତା ପୁଣି ଥରେ ଜୀବନ୍ତ ହୋଇଛି । ୨୫ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ନେଇ ଜନୈକ ସରପଞ୍ଚଙ୍କ ଘରକୁ ଏକ ଜେଲ୍ ଫେରନ୍ତା ବ୍ୟକ୍ତି ବୋମାମାଡ଼ କରିଛି । ବୋମାମାଡ଼ ପରେ ସରପଞ୍ଚ ପରିବାର ଆଶଙ୍କାରେ ଥିବାବେଳେ ଏନେଇ ସଦରଥାନା ଅନ୍ତର୍ଗତ ନିମଖଣ୍ଡିରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତ୍ର ୭ଟା ସମୟରେ କୁକୁଡ଼ାଖଣ୍ଡି ବ୍ଲକ୍ ହୁଗୁଳାପଟା ପଂଚାୟତର ସରପଞ୍ଚ ପ୍ରଦୀପ କୁମାର ମଲାଣଙ୍କ ବାଲାଜିପଲ୍ଲୀ ସ୍ଥିତ ଘର ଉପରକୁ ଉକ୍ତ ଗ୍ରାମର ଜଣେ ଜେଲ ଫେରନ୍ତା ବ୍ୟକ୍ତି ଗଙ୍ଗାଧର ଦାସ (୫୦) ୩ଟି ହାତତିଆରି ବୋମା ଫିଙ୍ଗିବା ସହ ଏକ ଖଣ୍ଡା ଧରି ଧମକ ଦେଇଥିଲେ । ଘରୁ ବାହାରିଲେ ଜୀବନରୁ ମାରିଦେବା କହିଥିବାବେଳେ ସରପଞ୍ଚ ପରିବାର ଭୟରେ ଘରୁ ବାହାରିନଥିଲେ । ସୂଚନାଯୋଗ୍ୟ ଗତ ୧୯୯୫ ଜୁଲାଇ ୧୨ ତାରିଖରେ କୌଣସି ଏକ କାରଣକୁ ନେଇ ଗଙ୍ଗାଧର ଦାସ ଏବଂ ତାଙ୍କର ଜଣେ ସଂପର୍କୀୟ ରମେଶ ଦାସ ସରପଞ୍ଚ ପ୍ରଦୀପ ମଲାଣଙ୍କ ଭାଇ ଅନୁପ ମଲାଣଙ୍କୁ ହାଣି ହତ୍ୟା କରିଥିଲେ । ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ମଧ୍ୟ ହୋଇଥିଲା । ଗତ ୧ ବର୍ଷ ହେଲା ଗଙ୍ଗାଧର ଦାସରୁ ଜେଲ୍‌ରୁ ସଜା କାଟି ଫେରିଥିବାବେଳେ ଶ୍ରୀ ମଲାଣ ଲାଗି ସେ ଜେଲ୍ ଯାଇଥିବା ଶତ୍ରୁତା ରଖି ଏହି ବୋମାମାଡ଼ କରିଥିବା ଚର୍ଚ୍ଚା ହେଉଛି । ଖବରପାଇ ସଦରଥାନା ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଗଙ୍ଗାଧର ଫେରାର୍ ହୋଇଯାଇଛି । ଏନେଇ ନିମଖଣ୍ଡି ଥାନାରେ ୫୬/୨୦ରେ ୩୦୭/୫୦୬/୨୯୪ ଆଇପିସି/୩/୪ ଇଏସ୍ ଆଇପିସିରେ ମାମଲା ରୁଜୁ କରାଯାଇଛି ।

bombing
Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Latest News

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.