Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଆ ଆଡ୍ଡାରେ ପରିଣତ ହେଉଛି ବାଣପୁରର ଐତିହ୍ୟସମ୍ପନ୍ନ ପଲଟଣ ପଡ଼ିଆର ଛାୟା ମଣ୍ଡପ
ଆଜିର ଖବର

ଜୁଆ ଆଡ୍ଡାରେ ପରିଣତ ହେଉଛି ବାଣପୁରର ଐତିହ୍ୟସମ୍ପନ୍ନ ପଲଟଣ ପଡ଼ିଆର ଛାୟା ମଣ୍ଡପ

February 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ସହରର ଐତିହ୍ୟସମ୍ପନ୍ନ ପଲଟଣ ପଡ଼ିଆରେ ରହିଥିବା ଛାୟାମଣ୍ଡପ ଏବେ ଜୁଆ ଆଡ୍ଡା ପାଲଟିଥିବାର ଅଭିଯୋଗ ହୋଇଛି। ବାଣପୁରର ଆତ୍ମା ରହିଥିବା ଏହି ପଲଟଣ ପଡ଼ିଆ ନିକଟରେ ରହିଛି ସରକାରୀ ଅଫିସ ତଥା ବିଚାରାଳୟ। ଏହି ପଡ଼ିଆଟି ବାଣପୁରର ଐତିହ୍ୟକୁ ବହନ କରୁଥିବାବେଳେ ଏହି ପଡ଼ିଆରେ ସରକାରୀ ତଥା ବେସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ଅନେକ ମେଳା ମହୋତ୍ସବ ହୋଇଥାଏ। ନିକଟରେ ପାଇକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପଡ଼ିଆରେ ଏକ ବିରାଟ ଆୟୋଜନ କରାଯାଇଥିଲା। ସେହିପରି ଏହି ମଣ୍ଡପ ନିକଟରେ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ, ବିଦ୍ୟାଳୟ, ମନ୍ଦିର, ସବ୍‌ରେଜେଷ୍ଟ୍ରି ଅଫିସ୍‌ ଆଦି ରହିଛି। ଏପରିକି ଏହି ପଡ଼ିଆ ନିକଟରେ ବାଣପୁର ବିଚରାଳୟର ବିଚାରପତି ଅବସ୍ଥାନ ମଧ୍ୟ କରୁଛନ୍ତି। ସେହିପରି ତହସିଲଦାରଙ୍କ ବାସଭବନ ମଧ୍ୟ ଏହି ପଡିଆ ନିକଟରେ ଅବସ୍ଥିତ।

ଏହି ମଣ୍ଡପକୁ ଜୁଆଡିମାନେ ନିଜ ଆଡ୍ଡା କରିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ବିଦ୍ୟାଳୟ ତଥା ଅନେକ ସରକାରୀ କାର୍ଯ୍ୟାଳୟ ଓ ମାର୍କେଟ୍‌ ରହିଥିବାବେଳେ ଜୁଆଡିମାନେ କିପରି ଏହାକୁ ନିଜର ଆଡ୍ଡାସ୍ଥଳୀରେ ପରିଣତ କଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିକଟରେ ମାର୍କେଟ୍‌ ରହିଥିବାରୁ ଏଠାରେ ବହୁ ଲୋକଙ୍କ ସମାଗମ ହେଉଥିବାବେଳେ ବଜାର ଉପରେ ଜୁଆଡିମାନଙ୍କର ଏପରି ଏକ ମଣ୍ଡପରେ ଅସାମାଜିକ କାର୍ଯ୍ୟକୁ ନେଇ ସାଧାରଣରେ ବେଶ୍‌ ନିନ୍ଦା କରାଯାଇଛି। ନିକଟରେ ଏହି ମଣ୍ଡପରେ ପଞ୍ଚୁଦୋଳ ନିମେନ୍ତ ପ୍ରସ୍ତୁତି ବୈଠକ କରାଯାଇଥିବାବେଳେ ଏବେ ସେହି ଯାଗାରେ ଜୁଆଡିମାନେ ବସି ଜୁଆ ଖେଳୁଥିବାର ନଜର ଆସିଛି। ସର୍ବସାଧାରଣରେ ଦିନ ଦ୍ବିପ୍ରହରରେ ଏପରି ଅସାମାଜିକ କାର୍ଯ୍ୟକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ଐତିହ୍ୟସମ୍ପନ୍ନ ଏହି ମଣ୍ଡପରେ ଜୁଆଡିମାନେ ଜୁଆ ଖେଳିବା ଏକ ନିନ୍ଦନୀୟ କାର୍ଯ୍ୟ। ଏହି ଜୁଆଡିଙ୍କ ନିକଟରୁ ଏହି ମଣ୍ଡପକୁ ସୁରକ୍ଷା ଦେବା ଦିଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିବା ନେଇ ସାଧାରଣରେ ଦାବି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025

ଗର୍ଭବତୀ ମା’ କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

December 17, 2025
Latest News

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025

ଗର୍ଭବତୀ ମା’ କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.