ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ମୃତ

Published: Mar 1, 2020, 10:43 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଜନୈକ ବ୍ୟାଙ୍କ ମ୍ୟାନେଜରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଗବାନ ସାହୁ (୫୪)। ଘଟଣାରୁ ପ୍ରକାଶ ଯେ  ଗତକାଲି ନୂତନ ଭାବେ ସୋନପୁର ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜର ଭାବେ ଯୋଗ ଦେଇ ଆସୁଥିବା ଭଗବାନ ସାହୁ ଏବଂ ସୋନପୁର ବ୍ୟାଙ୍କର ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଏକ ଗ୍ଳାମର ବାଇକ୍ (ଓଡ଼ି ୦୭ ଜେ ୭୫୨୭) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚଳାଉଥିବା ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଥିବାବେଳେ ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Related posts