ଶାନ୍ତି ପାଇଁ ସୁଯୋଗଟିଏ ଦିଅନ୍ତୁ : ଇମ୍ରାନ୍‌ ଖାନ୍‌

Published: Feb 25, 2019, 1:59 pm IST
imran khan apeal to indian pm to give a chance for peace

‘ଶାନ୍ତି ପାଇଁ ସୁଯୋଗଟିଏ ଦିଅନ୍ତୁ’ ବୋଲି ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିୟନ୍ତ୍ରଣ ରେଖାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏନେଇ ଏକ ବୟାନରେ କହିଛନ୍ତି ଯେ,  ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ଆଲୋଚନା ପାଇଁ ପାକିସ୍ତାନକୁ ଥରେ ମାତ୍ର ସୁଯୋଗ ଦେବା ଆବଶ୍ୟକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ ଏହା ପ୍ରକାଶ ପାଇଛି । ଦୁଇଦେଶ ଦାରିଦ୍ର୍ୟ ଦୂରୀକରଣ ତଥା  ନିରକ୍ଷରତା ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଆବଶ୍ୟକ। ଏହା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ଲଢ଼େଇ କଲେ କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି।

Related posts