ତପ୍ତପାଣି ଘାଟିରେ ଦୁର୍ଘଟଣା: ୨ ଆହତ

Published: Mar 6, 2020, 9:36 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପୁଣି ତପ୍ତପାଣି ଘାଟିରେ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି। ଆଜି ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିର ପାଦ୍ରୀମା ବୁଲାଣୀ ରାସ୍ତାରେ ଅଟୋ ସହ ଏକ ହାଇୱା ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋରେ ବସିଥିବା ଦୁଇଜଣ ଆହତ ହୋଇଥିବାବେଳେ ମୋହନା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆହତ ବ୍ୟକ୍ତିମାନେ ହେଲେ ଅଡ଼ବା ଥାନା ଅନ୍ତର୍ଗତ ଜକରାପଲ୍ଲୀର ଭାରତ ବିଷୋୟୀ, ପାଣିଗଣ୍ଡା ଗାଁର ମନୁ ଦଳାଇ। ସେପଟେ ମୋହନା ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Related posts