Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସ୍ୱାସ୍ଥ୍ୟକର ପରିବେଶରେ ବ୍ରହ୍ମପୁର ମଣ୍ଡଳ କାରାଗାର: ନର୍କର ଯନ୍ତ୍ରଣା ପାଉଛନ୍ତି ଅନ୍ତେବାସୀ
ଆଜିର ଖବର

ଅସ୍ୱାସ୍ଥ୍ୟକର ପରିବେଶରେ ବ୍ରହ୍ମପୁର ମଣ୍ଡଳ କାରାଗାର: ନର୍କର ଯନ୍ତ୍ରଣା ପାଉଛନ୍ତି ଅନ୍ତେବାସୀ

March 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଓଡ଼ିଶାର ବୃହତ୍ତମ ଜେଲ୍ ଭାବେ ପରିଚିତ ବ୍ରହ୍ମପୁର ମଣ୍ଡଳ କାରାଗାରର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ଫାଶୀ ସୁବିଧା ନଥିବାବେଳେ କିନ୍ତୁ ଏଠାରେ ଓଡ଼ିଶାର ଏକମାତ୍ର ଜେଲ୍ ଭାବେ ଫାଶୀର ସୁବିଧା ରହିଛି। ବହୁ କୁଖ୍ୟାତ ଅପରାଧୀ ଏହି ଜେଲ୍‌ରେ ରହୁଛନ୍ତି। ବିଚରାଧୀନ ବନ୍ଦୀ ଏବଂ ସଜା ପାଇଥିବା ଉଭୟ କଏଦୀ ଏଠାରେ ରହୁଛନ୍ତି। କିନ୍ତୁ କିଛିଦିନ ହେଲା ଜେଲ୍‌ର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।

ସୂଚନାଯୋଗ୍ୟ ଜେଲ୍‌ରେ ୬୦୦ କଏଦୀ ରହିବା ପାଇଁ ସୁବିଧା ଥିବାବେଳେ ବର୍ତ୍ତମାନ ଦୁଇଗୁଣାର ଅଧିକ କଏଦୀ ରହୁଛନ୍ତି। ଜେଲ୍‌ର ପରିବେଶ ଅତ୍ୟନ୍ତ ଖରାପ ଥିବାବେଳେ ଗାଧୋଇବା ଏବଂ ପିଇବା ପାଇଁ ଯେଉଁ ପାଣି ମିଳୁଛି ତାହା ଅତ୍ୟନ୍ତ ଦୂଷିତ ଥିବା କଏଦୀମାନେ ଅଭିଯୋଗ କରିଛନ୍ତି। ଏହି ପାଣିକୁ ଗାଧୋଇବା ଦ୍ୱାରା ନାନା ପ୍ରକାର ରୋଗ ଯଥା ଜଣ୍ଡିସ୍‌, ଟାଇଫଏଡ଼୍ ଆଦି ବିଭିନ୍ନ ଜଳବାହାକ ରୋଗରେ ପୀଡ଼ିତ ହୋଇ କଷ୍ଟ ଭୋଗ କରୁଛନ୍ତି। ସେପେଟ ଜେଲ୍‌ରେ ଦିଆଯାଉଥିବା ଖାଦ୍ୟ ମଧ୍ୟ ଅତି ନିମ୍ନମାନର। ଏହିଭଳି ଖାଦ୍ୟ ଖାଇ କଏଦୀମାନେ ଦିନକୁ ଦିନ ଦୁର୍ବଳ ହୋଇ ନାନା ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ୁଥିବାବେଳେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ବୋଲି କଏଦୀମାନେ ଅତି ଦୁଃଖର ସହ କହୁଛନ୍ତି।

କଏଦୀମାନଙ୍କୁ ଜଜମାନେ ସୁବିଧା ଅସୁବିଧା କଥା ପଚାରୁଥିବାବେଳେ କଏଦୀମାନେ ଭୟଭୀତ ହୋଇ ପାଟି ଖୋଲି ସମସ୍ୟା ସମ୍ପର୍କରେ କହୁନାହାନ୍ତି। ତାଙ୍କୁ ଏହି ଜେଲ୍‌ରେ ରହିବାକୁ ପଡିବ, ଯଦି ସେମାନେ ଏହାକାରଣ ତାଙ୍କୁ ତ ସେଇ ଜେଲ୍ ମଧ୍ୟରେ ରହିବାକୁ ପଡ଼ିବ, ଯେଉଁଠାରେ କି ସେମାନଙ୍କ ଜୀବନ ଦୁର୍ବିସହ ହୋଇଯିବ। ଏହି ଭୟରେ ସେମାନେ ପାଟି ଖୋଲୁନାହାନ୍ତି। ଦେଖିବାକୁ ମିଳିଛି ବର୍ତ୍ତମାନ ଜେଲ୍‌ରେ ଥିବା ବହୁ କଏଦୀଙ୍କଠାରେ ବିଭିନ୍ନ ଚର୍ମରୋଗ, ଜଣ୍ଡିସ, ଡ଼ାଇରିଆ, ଜ୍ୱର ରୋଗରେ ବାରମ୍ବାର ପୀଡ଼ିତ ହେଉଛନ୍ତି। ଏପଟେ ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଥିବାରୁ ଏହି ରୋଗଗୁଡ଼ିକ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି। ଏହା କୌଣସି ଦିନ ମହାମାରୀର ରୂପ ନନେବ ତାହା କିଏ କହିବ। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଜେଲ୍ ପରିଦର୍ଶନ କରି ଜେଲ୍‌ର ପରିମଳ, ଜଳ ଯୋଗାଣ ଏବଂ ଖାଦ୍ୟର ମାନ ଯାଞ୍ଚ କରି ଏହାକୁ ସୁଧାରା ଯାଉ ବୋଲି କଏଦୀ ମାନେ ନିଜ ନାମ ଗୋପନ ରଖି କହିଛନ୍ତି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025
BJP Ads
Latest News

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.