ସେନାଙ୍କୁ ସାବାସୀ ଦେବା ସହିତ ମୋଦିଙ୍କୁ କଟାକ୍ଷ କଲେ ମାୟାବତୀ

Published: Feb 26, 2019, 12:48 pm IST
mayabati salutes indianair force

ପୁଲୱାମା ଆକ୍ରମଣର ପରେ ଭାରତୀୟ ବାୟୁ ସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍‌ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ସେନାଙ୍କୁ ପ୍ରଶଂସା କରିବା ସହିତ ମୋଦିଙ୍କୁ କଟାକ୍ଷ କରିଛନ୍ତି ।  ମାୟାବତୀ ଏକ ଟ୍ଵିଟ୍‌ ଜରିଆରେ କହିଛନ୍ତି ଯେ – ‘ଜୈଶ୍‌ ଆତଙ୍କୀଙ୍କ ବିରୋଧରେ ପିଓକେରେ ପଶି ଭାରତୀୟ ବାୟୁସେନାର ବାହାଦୂର ଯବାନଙ୍କ ସାହାସିକ କାର୍ଯ୍ୟ ପାଇଁ ସଲାମ ସହିତ ସମ୍ମାନ କରୁଛି । ଯଦି ପୂର୍ବରୁ ବିଜେପି ସରକାର ଭାରତୀୟ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଥା’ନ୍ତେ ତେବେ ପଠାନ୍‌କୋଟ, ଉରି ଓ ଫୁଲ୍‌ୱାମା ପରି କୌଣସି ଆକ୍ରମଣ ଘଟିନଥା’ନ୍ତା । ଏହିପରି କିଛି ଦୁଃଖଦ ଘଟଣା ଘଟିନଥା’ନ୍ତା କି ଆମ ଯବାନ୍‌ମାନେ ଶହୀଦ୍‌ ହୋଇନଥାନ୍ତେ ।

Related posts