ପରିସ୍ରା କରିବା ପାଇଁ ବିଏମଡବ୍ଲ୍ୟୁର ରାସ୍ତାକୁ ଓହ୍ଲାଇଲେ ବ୍ୟକ୍ତି : ଚୋରି ଆସି ଉଡାଇନେଲେ ଗାଡି

Published: Mar 17, 2020, 11:07 am IST

ନୋଏଡା : ନୋଏଡାଠାରେ ଅଭିନବ ଉପାୟରେ ଏକ ବିଏମ୍‌ଡବ୍ଲ୍ୟୁ ଚୋରି ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଷ୍ଟକ୍‌ ବ୍ରୋକର୍‌ ନିଶାରେ କାର୍‌ ଚଳାଇ ଘରକୁ ଫେରୁଥିବାବେଳେ ପରିସ୍ରା କରିବା ପାଇଁ ରାସ୍ତା କଡରେ ଗାଡିକୁ ଅଟକାଇ ବାହାରକୁ ବାହାରିଥିଲେ । ଠିକ୍‌ ଏହି ସମୟରେ କିଛି ବଦମାସ୍‌ ତାଙ୍କ ବିଏମଡବ୍ଲ୍ୟୁ ଗାଡ଼ିକୁ ଲୁଟ୍‌ କରି ଫେରାର ହୋଇଛନ୍ତି ।

ପୋଲିସ୍‌ କହିବାନୁସାରେ ଏହି ଘଟଣାର ଶନିବାର ଦିନ ସେକ୍ଟର 90ର ଫେଜ୍‌-2 ଅଞ୍ଚଳରେ ଘଟିଛି । ବ୍ୟକ୍ତିଜଣକ କାର୍‌ଟିକୁ ଲୋନ୍‌ରେ କ୍ରୟ କରିଥିଲେ । ଏବେବି କାର୍‌ଟି ଉପରେ 40 ଲକ୍ଷର ଲୋନ୍‌ ରହିଛି । ତେବେ କାର୍‌ଟିକୁ ସମ୍ପୃକ୍ତ ବ୍ୟକ୍ତିଙ୍କ କେହି ପରିଚିତ ଏହି କାର୍‌କୁ ଚୋରି କରିଛନ୍ତି । ଅଭିଯୋଗୀ ଜଣକ କହିଛନ୍ତି ଯେ, କିଛି ଦୁର୍ବୃ୍ତ୍ତ ମୋଟରସାଇକେଲରେ ଆସିଥିଲେ । ତାଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା ।  ପୋଲିସ୍‌ ଏହି ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ପୋଲିସ୍‌ ଏହି ଘଟଣାର ଛାନ୍‌ଭିନ୍‌ କରିବା ସହିତ ବହୁତ ଶୀଘ୍ର ଅପରାଧୀଙ୍କ ନିକଟରେ ପହଞ୍ଚିବ ବୋଲି କହିଛି । ସହରର ରାସ୍ତା ଉପରୁ ଏପରି କାର୍‌ ଚୋରି ହେବା ସବୁଠାରୁ ଆଶ୍ଚର୍ଯ୍ୟର କଥା । (ଏଜେନ୍ସି)

Related posts