Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସଭାରେ ରଞ୍ଜନ ଗୋଗୋଇ, ରାଜ୍ୟସଭା ଲୋଭ ପାଇଁ ସାମ୍ବିଧାନିକ ନୈତିକତା ଭୁଲିଗଲେ କି ମାନ୍ୟବର ବିଚାରପତି ମହୋଦୟ!!
ବିଶେଷ ଖବର

ରାଜ୍ୟସଭାରେ ରଞ୍ଜନ ଗୋଗୋଇ, ରାଜ୍ୟସଭା ଲୋଭ ପାଇଁ ସାମ୍ବିଧାନିକ ନୈତିକତା ଭୁଲିଗଲେ କି ମାନ୍ୟବର ବିଚାରପତି ମହୋଦୟ!!

March 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମଇ ମାସ ୧୯୯୮ରେ ଯେତେବେଳେ ଓଡିଶାରୁ ରାଜ୍ୟସଭା ସଦସ୍ୟ ଭାବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ରଙ୍ଗନାଥ ମିଶ୍ରଙ୍କୁ କଂଗ୍ରେସ ଦଳ ପଠାଇଲା, ସେତେବେଳେ ତାକୁ ନେଇ ସାରା ଓଡିଶାର ଗଣମାଧ୍ୟମ ଏକ ସ୍ଵରରେ ପ୍ରଶ୍ନ ପଚାରିଥିଲେ ଯେ, ଏହା ଜଷ୍ଟିସ ମିଶ୍ରଙ୍କର ପଦୋନ୍ନତି ନା ଆଦର୍ଶଗତ ଅଧୋଗତି। ବାସ୍ତବରେ ରାଜ୍ୟସଭା ଯିବା ପୂର୍ବରୁ ସୁପ୍ରିମ କୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି ଏବଂ ପ୍ରଥମ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବରେ ଜଷ୍ଟିସ ମିଶ୍ରଙ୍କର ଭାବମୂର୍ତ୍ତି ବେଶ ଉଜ୍ଜଳ ରହିଥିଲା। ଯଦିଓ ୧୯୮୪  ଦିଲ୍ଲୀ ଶିଖ ଦଙ୍ଗାର ଅନୁସନ୍ଧାନ ରେ ତାଙ୍କର ସରକାର ସପକ୍ଷବାଦୀ ରିପୋର୍ଟ ତାଙ୍କୁ ଜାତୀୟ ସ୍ତରରେ ନିନ୍ଦିତ କରିଥିଲା, ତଥାପି ଓଡିଶାରେ ତାଙ୍କର ଏକ ଭିନ୍ନ ପରିଚୟ ୧୯୯୮ ପର୍ୟନ୍ତ ରହିଥିଲା। ୧୯୯୮ରେ କଂଗ୍ରେସ ଟିକଟରେ ନିର୍ବାଚିତ ହେବା ପରେ ଜଷ୍ଟିସ ମିଶ୍ର ଓଡିଶାର ସାମାଜିକ ଜୀବନରେ ତାଙ୍କର ପୂର୍ବ ପରିଚୟ ହରାଇ ବସିଥିଲେ। ତାଙ୍କୁ ଯେଉଁ ସମ୍ମାନ ବିଚାରପତି ଭାବେ ମିଳୁଥିଲା, ସାଂସଦ ଭାବରେ ସେ ଲୋକଙ୍କ ଆଖିରେ ବହୁ ତଳକୁ ଖସି ଯାଇଥିଲେ।

ଗତ ୧୫ ତାରିଖ ଦିନ ଯେତେବେଳେ ଭାରତର ରାଷ୍ଟ୍ରପତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କଲେ, ସେତେବେଳେ ହଠାତ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ପ୍ରସଙ୍ଗ ମଧ୍ୟ ଉଠିଲା। କଂଗ୍ରେସ ଯେହେତୁ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କୁ ରାଜ୍ୟସଭାକୁ ପଠାଇଥିଲା, ତେଣୁ ବିଜେପି ଜଷ୍ଟିସ ଗୋଗୋଇଙ୍କୁ ପଠାଇବାରେ କିଛି ଅସୁବିଧା ନାହିଁ ବୋଲି କୁହା ଯାଉଛି। ତେବେ ରଙ୍ଗନାଥ ମିଶ୍ର ଓ ରଞ୍ଜନ ଗୋଗୋଇଙ୍କ ରାଜ୍ୟସଭା ଯିବାର ପ୍ରକ୍ରିୟା ଏବଂ ପୃଷ୍ଠଭୂମି ଭିନ୍ନ। ରଙ୍ଗନାଥ ମିଶ୍ର ୧୯୮୪ ଦଙ୍ଗା ରିପୋର୍ଟ ଦେବାପରେ ବରିଷ୍ଠତା ଭିତ୍ତିରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ନେବା ସମୟରେ କେନ୍ଦ୍ରରେ ବିଶ୍ଵନାଥ ପ୍ରତାପ ସିଂଙ୍କ ନେତୃତ୍ବରେ ଅଣ କଂଗ୍ରେସ ସରକାର ରହିଥିଲା। ସେହିପରି ସୁପ୍ରିମ କୋର୍ଟରୁ ଅବସର ନେବାର ୬ ବର୍ଷ ପରେ ସେ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ। ୧୯୯୮ରେ ଯଦିଓ ଓଡିଶାରେ କଂଗ୍ରେସ ସରକାର ରହିଥିଲା, ସେତେବେଳେ କେନ୍ଦ୍ରରେ ବିଜେପି ନେତୃତ୍ବରେ ବାଜପାୟୀ ସରକାର ଚାଲିଥିଲା। ବାସ୍ତବରେ ଜଷ୍ଟିସ ମିଶ୍ର ରାଜ୍ୟସଭାରେ ଜଣେ ବିରୋଧୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଓଡିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଥିବା ଜଷ୍ଟିସ ମିଶ୍ର ଓ ବିଶିଷ୍ଟ ଐତିହାସିକ ମନ୍ମଥନାଥ ଦାସଙ୍କର ପରିଚୟ ବୁଦ୍ଧିଜୀବୀ ଭାବେ ହିଁ ଦେଇଥିଲେ।

ଜଷ୍ଟିସ ଗୋଗୋଇଙ୍କ କ୍ଷେତ୍ରରେ ପ୍ରଶ୍ନ ଓ ପ୍ରସଙ୍ଗ ପୂରା ଅଲଗା। ଶ୍ରୀ ଗୋଗୋଇ ମାତ୍ର ଚାରି ମାସ ତଳେ ସୁପ୍ରିମ କୋର୍ଟରୁ ଅବସର ନେଇଛନ୍ତି। ତାଙ୍କ ନେତୃତ୍ବରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଛନ୍ତି, ସେଥିରୁ ଅଧିକାଂଶ ସରକାର ସପକ୍ଷରେ ହିଁ ଯାଇଛି। ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ବେଆଇନ ଭାବେ ବହିସ୍କାର କରିବା ମାମଲା ହେଉ ବା ରାଫାଲେ ଯୁଦ୍ଧ ବିମାନ ମାମଲା, ରାମ ଜନ୍ମଭୂମି ରାୟ ହେଉ ବା ସବରିମାଳା ମନ୍ଦିର ରାୟ ର ସମୀକ୍ଷା, ସବୁଥିରେ ଶାସକ ଦଳ ଓ ଶାସକ ଦଳର ଆଦର୍ଶକୁ ଶ୍ରୀ ଗୋଗୋଇ ଏକ ପ୍ରକାର ବୈଧାନିକ ସମର୍ଥନ ଦେଇଛନ୍ତି। ମୁଖ୍ୟ ବିଚାରପତି ହେବା ପୂର୍ବରୁ ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ବିଚାରର ପ୍ରବକ୍ତା ସାଜି ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିବା ଶ୍ରୀ ଗୋଗୋଇ ପରବର୍ତ୍ତୀ ସମୟରେ ସରକାରଙ୍କ ଦୃଢ ସମର୍ଥକ ଭଳି ବ୍ୟବହାର ଦେଖାଇଛନ୍ତି।

ଜଷ୍ଟିସ ଗୋଗୋଇଙ୍କ ସରକାରୀ ସପକ୍ଷବାଦୀ ହେବାର ପୁରସ୍କାର ସ୍ଵରୂପ ତାଙ୍କୁ ଏବେ ରାଜ୍ୟସଭାକୁ ମନୋନୀତ କରାଯାଇଛି। ଶ୍ରୀ ଗୋଗୋଇ ଏହାକୁ ଗ୍ରହଣ କରି ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ବୋଲି ଜଣା ପଡିଛି। ଦେଶର ସର୍ବୋଚ୍ଚ ବିଚାରପତି ଭାବେ ସେ ଯେଉଁମାନଙ୍କ ବିରୋଧରେ ବିଚାର କରୁଥିଲେ, ଆଜି ସେ ସେଇମାନଙ୍କ ସହ ଏକାଠି ବସିବେ।  ଏକଦା ସାମ୍ବିଧାନିକ ବ୍ୟବସ୍ଥା ଅନ୍ତର୍ଗତ ସ୍ଵାଧୀନ ବିଚାର ବ୍ୟବସ୍ଥା ଓ ସରକାର ନିୟନ୍ତ୍ରିତ ଅଦାଲତ ବିଷୟରେ ତୁଳନା କରି ଭାରତର ଶ୍ରେଷ୍ଠତମ ଆଇନଜୀବୀ ସ୍ଵର୍ଗତ ନନୀ ପାଲକିବାଲା କହିଥିଲେ-Once the judiciary becomes subservient to the executive and to the philosophy of the party for the time being in power, no enumeration of fundamental rights in the Constitution can be of any avail to the citizen, because the courts of Justice would then be replaced by the government’s court.

ରଞ୍ଜନ ଗୋଗୋଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବେ ଦେଇଥିବା ରାୟ ଓ ନିର୍ଦ୍ଦେଶକୁ ପ୍ରଶ୍ନ କରିବା ହୁଏତ, ଆଇନ ଦୃଷ୍ଟିରୁ ଠିକ ହେବନାହିଁ। ହେଲେ ସାମ୍ବିଧାନିକ ନୈତିକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଧିରେ ରଞ୍ଜନ ଗୋଗୋଇଙ୍କୁ ଲୋକଙ୍କ କାଠଗଡାରେ ଠିଆ ହେବାକୁ ପଡିବ। ଅବସର ପରେ ପଦ-ପଦବୀ ପାଇବାକୁ ଦେଶର ବିଚାର ବ୍ୟବସ୍ଥାକୁ ବନ୍ଧା ପକାଇବାର ଅନୈତିକତା ଦୋଷରେ ସେ ଲୋକଙ୍କ ଅଦାଲତରେ ଠିଆ ହେବାକୁ ବାଧ୍ୟ।

ରଞ୍ଜନ ଗୋଗୋଇଙ୍କୁ ସରକାରଙ୍କର ଏ ପୁରସ୍କାର ଓ ଏହି ପୁରସ୍କାର ଗ୍ରହଣ କରିବାକୁ ତାଙ୍କର ତତ୍ପରତା, ଭାରତର ବିଚାର ବ୍ୟବସ୍ଥା ପ୍ରତି ଲୋକଙ୍କର ବିଶ୍ଵାସ ଉଠାଇଦେବାରେ ସହାୟକ ଭୂମିକା ନେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026

ଶିଶୁ ସେବା ଓ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

January 20, 2026
Latest News

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ପପୁ ପମପମ୍ ଓ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

January 21, 2026

ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.