ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଭାରତ ଉଠାଇଲା ପୁଲୱାମା ପ୍ରସଙ୍ଗ

Published: Feb 27, 2019, 10:24 am IST
indian foreign minister discuss about pulwama attack in foreign secretary meeting

ଚୀନ୍ ଗସ୍ତରେ ଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ସେଠାରେ ଚୀନ୍ ଓ ଋଷ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ସେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଉଠାଇଛନ୍ତି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ। ସୁଷମା କହିଛନ୍ତି, ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଂପୃକ୍ତି ରହିଛି। ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଉପରେ କଠୋର କାର୍ଜ୍ୟାନୁଷ୍ଠାନ ପାଇଁ ସମର୍ଥନ ଲୋଡ଼ିଛି ଭାରତ। ତ୍ରିପାକ୍ଷିକ ବୈଠକ ପରେ ଋଷ ଓ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ସୁଷମା ସ୍ୱରାଜ।

Related posts