Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା: ଆସନ୍ତାକାଲିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 56 ଜଣରୁ 3 ଜଣଙ୍କୁ ଖୋଜା ଚାଲିଛି
ଜାତୀୟ ଖବର

କରୋନା: ଆସନ୍ତାକାଲିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 56 ଜଣରୁ 3 ଜଣଙ୍କୁ ଖୋଜା ଚାଲିଛି

March 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର :  କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଭାରତ ସରକାର ଏବଂ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱନା କ୍ରମେ ‘ଜନତା କର୍ଫ୍ୟୁ’କୁ ଓଡ଼ିଶାର ଜନସାଧାରଣ ଅନୁଶାସନ ଓ ଶାଳୀନତାର ସହିତ ଏପର୍ଯ୍ୟନ୍ତ ପାଳନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହିତ ସରକାରଙ୍କ ଘୋଷିତ ‘ସଂପୂର୍ଣ୍ଣ ତାଲାବନ୍ଦ’ (ଲକ୍‌ ଡାଉନ୍‌)କୁ ସଫଳ କରିବାକୁ ଅନୁରୂପ ସହଯୋଗ କାମନା କରିଛନ୍ତି ।

2-ସେ କହିଛନ୍ତି ଯେ ୩୧ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ କରିବା ନିମନ୍ତେ ରେଳବାଇ ବୋର୍ଡ ଘୋଷଣା କରିଛନ୍ତି । ବାଟରେ ଥିବା ଟ୍ରେନ୍‌ଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନୁମତି ଦିଆଯାଇଛି ।

3-ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍‌ ଚଳାଚଳକୁୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି । ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାକୁ ବାହାର ରାଜ୍ୟର କୌଣସି ବସ୍‌କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ଆନ୍ତଃରାଜ୍ୟ ବସ୍‌ ଚଳାଚଳ କରିବ ନାହିଁ।

4-ଦ୍ରବ୍ୟ ଓ ସେବା ନିମନ୍ତେ ଓଡ଼ିଶା ସରକାର ଏକ ରାଜ୍ୟସ୍ତରୀୟ ମନିଟରିଂ ୟୁନିଟ୍‌ ଗଠନ କରିଛନ୍ତି । ଏହି କମିଟି ଆବଶ୍ୟକତା ଆକଳନ କରିବା ସହିତ ବିଭିନ୍ନ ଦ୍ରବ୍ୟର ପରିବହନକୁ ତଦାରଖ କରିବ ଏବଂ ପ୍ରତିବନ୍ଧକ ଦୂର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହା ମଧ୍ୟ ବ୍ୟବସାୟୀ ଓ ପରିବହନସଂପୃକ୍ତ ବ୍ୟକ୍ତି(ଟ୍ରାନ୍ସପୋର୍ଟର) ଙ୍କୁ ନିଜ ନିଜ ସମସ୍ୟା ଉପସ୍ଥାପନ ଓ ସମାଧାନ ନିମନ୍ତେ ସୁଯୋଗ ଦେବ।

5-କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ପରି ପରମିଟ୍‌ପ୍ରାପ୍ତ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ପର୍‌ମିଟ୍‌ପ୍ରାପ୍ତ ଯାନବାହନଗୁଡ଼ିକ ବିନାବାଧାରେ ଚଳାଚଳ କରିପାରିବେ।

6-ଗହଳିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପାଇକାରୀ ଦୋକାନ(ହୋଲ୍‌ସେଲ୍‌ ମାର୍କେଟ୍‌)ଗୁଡ଼ିକ ପର୍ଯ୍ୟାୟ କ୍ରମେ ସମୟ ସାରଣୀ ମୁତାବକ ୨୪ ଘଣ୍ଟା ଖୋଲା ରହିବ।

7-ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପୋଲିସ୍‌ ଓ ପରିବହନ ବିଭାଗର କ୍ଷେତ୍ର କର୍ମଚାରୀବୃନ୍ଦଙ୍କୁ ପର୍‌ମିଟ୍‌ ପ୍ରାପ୍ତ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଚଳାଚଳକୁ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲକ୍‌ ଡାଉନ୍‌ ସଂପର୍କିତ ଆଦେଶନାମା ସଂଖ୍ୟା ୮୭୦୯ ତା ୨୧/୦୩/୨୦୨୦ ଅନୁସାରେ ସେମାନେ କାର୍ଯ୍ୟ କରିବେ।

8-ବ୍ୟବସାୟୀ/ ଦୋକାନୀ/ହୋଲ୍‌ସେଲ୍‌ରମାନେ ପର୍‌ମିଟ୍‌ପ୍ରାପ୍ତ ସାମଗ୍ରୀ ପରିବହନ ବାବଦରେ କୌଣସି ସମସ୍ୟା ଅଥବା ଆପତ୍ତିଅଭିଯୋଗ ନେଇ ସଂଯୋଗ ହେଲ୍‌ପଳାଇନ୍‌ ନିଃଶୁଳ୍କ ନଂ-୧୫୫୩୩୫ ବ୍ୟବହାର କରିପାରିବେ। ଏହି ହେଲ୍‌ପ ଲାଇନ୍‌ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇ ସିଫଫ କାର୍ଯ୍ୟକରିବ।

9-ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୭୬ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ସେଥିରୁ ୨ଟି ପଜିଟିଭ୍‌ ଚିହ୍ନଟ ହୋଇଛି ।

10-ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି।

11-ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି।

12-୯ଟି ମନିଟରିଂ ଟିମ୍‌ ଏଥି ପାଇଁ କାର୍ଯ୍ୟ କରୁଛନ୍ତି ।

13-ବର୍ତ୍ତମାନ ସୁଦ୍ଧା ୩୪୭୪ ଜଣ ୧୦୪ ହେଲ୍‌ପ ଲାଇନ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି।

14-କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି ।

15-ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ମାର୍ଗଦର୍ଶିକା ପାଳନ କରୁନଥିବା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ପୁରୀ ଘାଟ ପୋଲିସ ଫୌଜଦାରୀ ମାମଲା ରୁଜୁ କରିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ସୁରକ୍ଷା ଦୃଷ୍ଟିରୁ ପରିଚୟ ଗୋପନ ରଖାଯାଇଛି।

16-କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନରେ ଥିବା ସମସ୍ତ କ୍ରୀଡ଼ା ଛାତ୍ରାବାସ ମାର୍ଚ୍ଚ ୨୩ରୁ ମଇ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅନ୍ତେବାସୀଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଭତ୍ତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷିତ ଭାବେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେମାନଙ୍କୁ ଖର୍ଚ୍ଚ ପ୍ରଦାନ କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

ଇରାନର ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଛି ଭାରତର ‘ସର୍ବ ଶକ୍ତି’

May 3, 2026

LPG ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ କି?: ସ୍ପଷ୍ଟ କଲେ ସରକାର

May 3, 2026

ଦିଲ୍ଲୀର ଆବାସିକ ବିଲିଡିଂରେ ଅଗ୍ନିକାଣ୍ଡ : ୯ ମୃତ

May 3, 2026
Latest News

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026

ଇରାନର ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଛି ଭାରତର ‘ସର୍ବ ଶକ୍ତି’

May 3, 2026

LPG ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ କି?: ସ୍ପଷ୍ଟ କଲେ ସରକାର

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.