Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋରନା ମୁକାବିଲା ଲାଗି ଘରୁ କାମ କରିବା, ଦରମା ନ କାଟିବା ପାଇଁ ଶିଳ୍ପପତିଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

କୋରନା ମୁକାବିଲା ଲାଗି ଘରୁ କାମ କରିବା, ଦରମା ନ କାଟିବା ପାଇଁ ଶିଳ୍ପପତିଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

March 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଶିଳ୍ପପତିମାନେ କର୍ମଚାରୀଙ୍କୁ କରୋନା ପ୍ରଭାବରୁ ଦୂରେଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଅର୍ଥନୈତିକ ଏକୀକରଣ ଦିଗରେ ଏକ ନୂଆ ଯୁଗର ଆରମ୍ଭ ବୋଲି କହିଥିଲେ। ଟେକନୋଲୋଜିର ବ୍ୟବହାର କରି ଘରୁ ଥାଇ କାମ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଅନୁମତି ଦେବା ଲାଗି ସେ ଶିଳ୍ପ ପ୍ରତିନିଧିଙ୍କୁ ନିବେଦନ କରିଥିଲେ। ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ସତ୍ୱେ ମାନବୀୟ ଭାବନା ନେଇ କର୍ମଚାରୀଙ୍କ ଦରମା ନ କାଟିବାକୁ ମଧ୍ୟ  ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସମୟରେ ଅର୍ଥବ୍ୟବସ୍ଥା ସମ୍ମୁଖରେ କୋଭିଡ-୧୯ ଭଳି ଏକ ଅପ୍ରତ୍ୟାଶିତ ବାଧା ଉତ୍ପନ୍ନ ହୋଇଛି। ସେ କହିଥିଲେ ଯେ ଏହି ମହାମାରୀ ଯୋଗୁ ଦେଖାଇଥିବା ବିପଦ ବିଶ୍ୱ ଯୁଦ୍ଧ ଠାରୁ ମଧ୍ୟ ଭୟଙ୍କର। ତେଣୁ ଏହାର ପ୍ରସାର ରୋକିବା ଉପରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ।

ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ବିଶ୍ୱାସର ମାପଦଣ୍ଡ ଏବେ ଏକ କଠିନ ସ୍ଥିତିରେ ରହିଛି। ସେ କହିଥିଲେ ଯେ ପର୍ଯ୍ୟଟନ, ନିର୍ମାଣ, ଚିକିତ୍ସା ଏବଂ ଅସଂଗଠିତ କ୍ଷେତ୍ର ସମେତ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟକଳାପ ସମେତ ବିଭିନ୍ନ କ୍ଷେତ୍ର କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ।

ବିପତିର ମୁକାବିଲା ଲାଗି ଅଗ୍ରଣୀ ତଥା ସକ୍ରିୟ ଭୂମିକା ଗ୍ରହଣ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନେ ଜରୁରି ସାମଗ୍ରୀ ଯୋଗାଣ ଏବଂ ଭେଂଟିଲେଟର, ଆଇସୋଲେସନ ୱାର୍ଡ ସୃଷ୍ଟି ପାଇଁ ସହାୟତା, କୋଭିଡ-୧୯ ନିରାକରଣ ପାଇଁ ସିଏସଆର ପାଣ୍ଠିର ବିନିଯୋଗ ଏବଂ ସ୍ଥାନାନ୍ତରିତ ଶ୍ରମିକଙ୍କ ପାଇଁ ସହାୟତା ବ୍ୟବସ୍ଥା ଦିଗରେ ସେମାନେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ବ୍ୟାଙ୍କିଙ୍ଗ, ଅର୍ଥ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତିଭୂମି ଆଦି କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସେମାନେ ଆଲୋଚନା କରିଥିଲେ ଏବଂ ଆର୍ଥିକ ଓ ବିତିୟ ସହାୟତା ଜରିଆରେ ଏସବୁ ଆହ୍ୱାନର ମୁକାବିଲା ପାଇଁ ଅନୁରୋଧ କରିଥିଲେ। କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଲାଗି ଆର୍ଥିକ କ୍ଷତି ସତ୍ୱେ ଲକଡାଉନ କାର୍ଯ୍ୟକାରୀ କରାଯିବାକୁ ଶିଳ୍ପ ପ୍ରତିନିଧିମାନେ ପ୍ରଶଂସା କରିଥିଲେ।

ଏପରି ସମୟରେ ଜରୁରି ସାମଗ୍ରୀର ଉତ୍ପାଦନ ପ୍ରଭାବିତ ହେବା ଅନୁଚିତ ଏବଂ କଳାବଜାରୀ ଓ ମହଜୁଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ସେ ‘ସ୍ୱଚ୍ଛତା’ ଉପରେ ଗୁରୁତ୍ୱାରୋପ କରିବା ସହିତ କାରଖାନା, ଅଫିସ ଓ କାର୍ଯ୍ୟସ୍ଥଳୀରେ କୋଭିଡ-୧୯ ସଂକ୍ରମଣ ନିରାକରଣ ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା ବିରୋଧରେ ଆମର ଲଢ଼େଇରେ ସାମାଜିକ ଦୂରତା ରକ୍ଷା କରିବା ସବୁଠୁ ବଡ଼ ଅସ୍ତ୍ର। ଏପରି ଏକ କଠିନ ପରିସ୍ଥିତିରେ ମହାମାରୀ ରୋକିବା ଦିଗରେ ମାନବୀୟ କାରଣ ଲାଗି ସିଏସଆର ପାଣ୍ଠିର ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଏବଂ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ସଚିବ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଏହି ଆଲୋଚନାରେ ଦେଶର ୧୮ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

PMVC
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କରେ ଜମା ଟଙ୍କା ବି ସୁରକ୍ଷିତ ନୁହେଁ! PNBରୁ ଗାଏବ ୩୫ କୋଟି

October 29, 2026

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026
Latest News

ବ୍ୟାଙ୍କରେ ଜମା ଟଙ୍କା ବି ସୁରକ୍ଷିତ ନୁହେଁ! PNBରୁ ଗାଏବ ୩୫ କୋଟି

October 29, 2026

ଇସ୍ରାଏଲ୍‌ରେ କ୍ଷମତାର ଚାବି କାହା ହାତରେ? ନେତାନ୍ୟାହୁଙ୍କ ପୁନର୍ବାର ପ୍ରତ୍ୟାବର୍ତ୍ତନ, ନା ଇସ୍ରାଏଲ୍‌ରେ ନୂଆ ଅଧ୍ୟାୟ?

October 29, 2026

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.