14 ତାରିଖ ପର୍ଯ୍ୟନ୍ତ ରେଳସେବା ବନ୍ଦ ନେଇ ଭାରତୀୟ ରେଳବାଇର ଘୋଷଣା

Published: Mar 25, 2020, 9:24 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଦେଶବ୍ୟାପୀ ସମସ୍ତ ଜରୁରୀ କାଳୀନ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି । ପ୍ରାରମ୍ଭରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖିବା ନେଇ ଘୋଷଣା କରାଯାଇଥିଲା । ମାତ୍ର ବୁଧବାର ଦିନ ଏହି ତାରିଖକୁ ପୁନର୍ବାର ବଢାଯିବା ସହିତ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖାଯାଇଛି । ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ସହିତ ମେଟ୍ରୋ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଥିବା ଜଣାପଡିଛି । ତେବେ ମାଲବାହୀ ଟ୍ରେନ୍‌ ପୂର୍ବବତ୍‌ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

Related posts