Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗରିବଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ
ଆଜିର ଖବର

ଗରିବଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ

March 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଏହି ଲକ୍‌ ଡାଉନ ବିଶେ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ, ଖଟିଖିଆ । ତେବେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ସାମ୍ବାଦିକ ସମ୍ମିଳନୀ ଜରିଆରେ ଏକ ଲକ୍ଷ 70 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।  ଲକ୍‌ ଡାଉନ୍‌ ସମୟରେ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଗରିବ, ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହି ରାଶି ସିଧାସଳଖ ଭାବେ ପ୍ରଭାବିତଙ୍କ ଖାତାକୁ ଦିଆଯିବ। ସେହିପରି ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀଙ୍କ ପାଇଁ 50 ଲକ୍ଷଟଙ୍କାର ସ୍ବାସ୍ଥ୍ୟ ବୀମାର ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଡାକ୍ତର, ନର୍ସଙ୍କଠାରୁ ଆଶାକର୍ମୀ ପର୍ଯ୍ୟନ୍ତ ସମେସ୍ତ ଲାଭବାନ ହୋଇପାରିବେ ।

ସେହିପରି 80 କୋଟି ଲୋକଙ୍କ ପାଇଁ ଅନ୍ନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ  ଗରିବ କଲ୍ୟାଣ ଅନ୍ନ ଯୋଜନାରେ ତିନି ମାସ ପର୍ଯ୍ୟନ୍ତ ପରିବାରର ମୁଣ୍ଡପିଛା ଅତିରିକ୍ତ 5 କିଲୋ ଚାଉଳ ବା ଗହମ ଓ ଏକ କିଲୋ ଡାଲି ଦିଆଯିବାର ଘୋଷଣା କରାଯାଇଛି।

ବରିଷ୍ଠ ନାଗରିକ, ବିଧବା ମହିଳା, ଦିବ୍ୟାଙ୍ଗ  ଆଦିଙ୍କୁ ଅତିରିକ୍ତ 1000ଟଙ୍କାର ସହାୟତା ରାଶି ତିନି ମାସ ପାଇଁ ଦିଆଯିବାର ଘୋଷଣା କରାଯାଇଛି।

ସେହିପରି ଲକ୍‌ ଡାଉନ୍‌ରେ ପ୍ରଭାବିତ ହେଉଥିବା କୃଷକମାନଙ୍କ ପାଇଁ ମଧ୍ୟ ଘୋଷଣା କରାଯାଇଛି। 8.65 କୋଟି କୃଷକମାନଙ୍କ ପାଇଁ ଅପ୍ରେଲର ପ୍ରଥମ ସପ୍ତାହରେ 2 ହଜାର ଟଙ୍କାର କିସ୍ତ ଦିଆଯିବ।

ଜନଧନ ମହିଳା ଆକାଉଣ୍ଟଧାରୀଙ୍କ ଖାତାରେ ଆଗାମୀ ତିନି ମାସ ପାଇଁ 500ଟଙ୍କା ଲେଖାଏଁ ଟ୍ରାନ୍ସଫର୍‌ କରାଯିବ। ଡିବିଟି ମାଧ୍ୟମରେ ପ୍ରତି ମାସକୁ 500ଟଙ୍କା ଲେଖାଏ ଟ୍ରାନ୍ସଫର୍‌ କରାଯିବା ନେଇ ଘୋଷଣା କରାଯାଇଛି।

ଉଜ୍ଜ୍ବଳା ଯୋଜନା ମାଧ୍ୟମରେ 8 କୋଟି ବିପିଏଲ୍‌ ପରିବାରଙ୍କୁ ତିନି ମାସ ପାଇଁ ଫ୍ରି ସିଲିଣ୍ଡର ଯୋଗାଇ ଦିଆଯିବ।

ମନରେଗା ଯୋଜନା ଅନ୍ତର୍ଗତ ଶ୍ରମିକଙ୍କ ଦୈନିକ ଭତ୍ତାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ 182 ଟଙ୍କା ରହିଥିବାବେଳେ ଏହାକୁ ବଢାଇ 202 ଟଙ୍କା କରାଯାଇଛି। ଏହି ଯୋଜନାରେ ପ୍ରାୟ 5 କୋଟି ପରିବାର ଲାଭାନ୍ବିତ ହେବେ।

ଦୀନ ଦୟାଲ୍‌ ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ଯୋଜନା ଅନ୍ତର୍ଗତ ଦିଆଯାଉଥିବା ଋଣ ରାଶିକୁ ବଢାଯାଇ ଏବେ 20 ଲକ୍ଷ କରାଯାଇଛି। ପୂର୍ବରୁ ଏହା 10 ଲକ୍ଷ ରହିଥିଲା।

ସେହିପରି ସଙ୍ଗଠିତ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ଇପିଏଫ୍‌ ଦେବ କେନ୍ଦ୍ର । ଆଗାମୀ ତିନି ମାସ ପାଇଁ ସମସ୍ତ 24% ଇପିଏଫ୍‌ ଦେବ କେନ୍ଦ୍ର । 100ରୁ କମ୍‌ କର୍ମଚାରୀ କାମ କରୁଥିବା ସଂସ୍ଥା ପାଇଁ ଇପିଏଫ୍‌ ଦେବ । ଯେଉଁମାନଙ୍କ 100 କର୍ମଚାରୀଙ୍କ ମଧ୍ୟରୁ 90 ପ୍ରତିଶତଙ୍କ ଦରମା 15 ହଜାର ମଧ୍ୟରେ ଥିବ ।

ଲକ୍‌ ଡାଉନ୍‌ ସମୟରେ ଯେପରି କୌଣସି ଗରିବ ଭୋକରେ ନ ରହିବେ, ସେଥିପ୍ରତି ସରକାର ବିଶେଷ ଧ୍ୟାନ ଦେଇଛନ୍ତି ।

ସେହିପରି କରୋନା ପାଇଁ ଡିଏମ୍ଏଫ୍‌ ପାଣ୍ଠି ଖର୍ଚ୍ଚ କରିବାକୁ କେନ୍ଦ୍ର ନିବେଦନ କରିଛି ।

ପୂର୍ବରୁ ମାର୍ଚ୍ଚ 24  ତାରିଖରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାପକ ଘୋଷଣା କରିଥିଲେ। ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଆଗକୁ ବଢାଇବା ସହିତ ଟିକସ ପଇଠ ବିଳମ୍ବ କ୍ଷେତ୍ରରେ ମଧ୍ୟ ଜରିମାନା ଲାଗୁ କରାଯିବ ନାହିଁ ବୋଲି ଘୋଷଣା  ହୋଇଥିଲା। ଯେକୌଣସି ଏଟିଏମରୁ ନିଃଶୁଳ୍କ ଟଙ୍କା ଉଠାଣକୁ ମଧ୍ୟ ଅନୁମତି ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.