Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାରୁ ବଞ୍ଚିବା ଲାଗି ଅଲଗା ରହିବାର ଅର୍ଥ ବାସନ୍ଦ ବା ଅସ୍ପୃଶ୍ୟତା ନୁହେଁ, ଏହା ସଂକ୍ରମଣ ରୋକିବା ପାଇଁ ଏକ ତପସ୍ୟା
ବିଶେଷ ଖବର

କରୋନାରୁ ବଞ୍ଚିବା ଲାଗି ଅଲଗା ରହିବାର ଅର୍ଥ ବାସନ୍ଦ ବା ଅସ୍ପୃଶ୍ୟତା ନୁହେଁ, ଏହା ସଂକ୍ରମଣ ରୋକିବା ପାଇଁ ଏକ ତପସ୍ୟା

March 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

 କେଦାର ମିଶ୍ର

ଯେତେବେଳେ ଏକ ବଡ ସଙ୍କଟ ଆସେ ସେତେବେଳେ ତାକୁ ଘେରି ଅନେକ ରକମର ସମସ୍ୟା ମଧ୍ୟ ତିଆରି ହୁଏ। ଏବେ କରୋନା ଭୂତାଣୁର ଭୟ ସାରା ପୃଥିବୀକୁ ସନ୍ତ୍ରସ୍ତ କରି ରଖିଛି। ପୃଥିବୀର ବହୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ଦେଶ ଏହାର ମୁକାବିଲା କରି ପାରୁନଥିବାରୁ, ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ଵାଭାବିକ। ଏହି ଭୂତାଣୁ କୁ ପ୍ରତିହତ କରିବା ପାଇଁ କୌଣସି ଟୀକା ବା ଔଷଧ ବାହାରି ନ ଥିବାରୁ ସେ ମଧ୍ୟ ଲୋକଙ୍କର ଚିନ୍ତା ବଢାଇଛି। ଏକ ଅଜଣା ରୋଗର ଆତଙ୍କକୁ ମୁକାବିଲା କରିବା ଲାଗି ଆମକୁ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରିବାକୁ ପଡୁଛି। ଭାରତ ନିଜକୁ ତିନି ସପ୍ତାହ ଲାଗି ସଂପୂର୍ଣ୍ଣ ଭାବରେ ଗୃହବନ୍ଦୀ କରି ରଖିବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଏତେ ଶଜା ନୁହେଁ। ତିନି ସପ୍ତାହ ଧରି ଆୟ, ଉପାର୍ଜନ ଓ ସ୍ବାଧିନତାକୁ ଜଳାଞ୍ଜଳି ଦେଇ ଘରେ ବସି ରହିବା ସବୁଠୁ ବଡ ଆହ୍ଵାନ। ତେବେ ଏହା ଛଡା ଆମ ପାଖରେ ଅନ୍ୟ ଉପାୟ ନାହିଁ।

ଏଇ କିଛି ଦିନ ହେଲାଣି ଆମର ସାମାଜିକ ଅନୁଭବ ଓ ଚେତନା ମଧ୍ୟ ବଦଳି ଯାଉଛି। ଆମେ ନୂଆ ନୂଆ ଆହ୍ଵାନ ଓ ସଙ୍କଟକୁ ସାମ୍ନା କରୁଛୁ। ସେଥିରୁ ଗୋଟେ ବଡ ଆହ୍ଵାନ ହେଉଛି, ବାହାରେ ରହୁଥିବା ଲୋକଙ୍କୁ ଆମେ କେମିତି ଗ୍ରହଣ କରିବା। କରୋନା ଭୂତାଣୁ ଯେହେତୁ ବିଦେଶରୁ ଆସିଛି, ତେଣୁ ସବୁ ବିଦେଶୀ ବା ବିଦେଶରୁ ଆସିଥିବା ସବୁ ଲୋକଙ୍କୁ ଆମେ ସନ୍ଦେହ କରିବା କି? ସେମାନେ ଆମ ଲାଗି ସଂପୂର୍ଣ୍ଣ ଅସ୍ପୃଶ୍ୟ ବୋଲି ଭାବିନେବା ଉଚିତ ହେବ କି? ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯେଉଁମାନେ ବାହାରେ ରହି ଘରକୁ ଫେରିଛନ୍ତି, ସେମାନେ ଆମର ସମ୍ପର୍କୀୟ ବା ଆତ୍ମୀୟ। ସେମାନଙ୍କୁ ହତାଦର କରିବା, ବାସନ୍ଦ କରିବା ବା ଅସ୍ପୃଶ୍ୟ କରି ରଖିବାର ଭାବନା ମନକୁ ଆଣିବା ଆଦୌ ଉଚିତ ନୁହେଁ। ହେଲେ ଏହା ସହିତ ଆମେ ଅସତର୍କ ବା ଅଧିକ ଭାବ ପ୍ରବଣ ହେବା ମଧ୍ୟ ଉଚିତ ନୁହେଁ। ଏହି ଭୂତାଣୁର ସଂକ୍ରମଣ ସ୍ପର୍ଶ ରୁ ହେଉଥିବାରୁ ଯେ କୌଣସି ସନ୍ଦିଗ୍ଧଙ୍କୁ ଦୂରରେ, ସଙ୍ଗଛଡା କରି ରଖିବାକୁ ଆମେ ବାଧ୍ୟ।

ସଙ୍ଗଛଡା କରି ରଖିବା ଓ ବାସନ୍ଦ କରି ରଖିବା ଏକା କଥା ନୁହେଁ। ଆମକୁ ସରକାର ବାରମ୍ବାର କହୁଛନ୍ତି ଯେ ଯେଉଁମାନେ ବାହାରୁ ଆସୁଛନ୍ତି, ସେମାନଙ୍କୁ ଅନ୍ତତଃ ୧୪ ଦିନ ଲାଗି ଏକାନ୍ତରେ ରହିବାକୁ ପଡିବ। ସେମାନେ  ସମସ୍ତେ ଯେ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ, ତାହା ବିଲକୁଲ ନୁହେଁ। ମାର୍ଚ୍ଚ ୧୫ ଆଗରୁ ଯେଉଁମାନେ ଭାରତ ବାହାରୁ ଆସୁଥିଲେ, ସେମାନଙ୍କୁ ୧୪ ଦିନ ଏକାନ୍ତ ବାସ ବା ସଙ୍ଗରୋଧରେ ରହିବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏବେ ଯେଉଁମାନେ ଅଲଗା ରାଜ୍ୟରୁ ଓଡିଶା ଫେରିଛନ୍ତି, ସେମାନଙ୍କୁ ମଧ୍ୟ ୧୪ ଦିନର ସଙ୍ଗରୋଧ ପାଇଁ ପରାମର୍ଶ ଦିଆ ଯାଉଛି। ଏହା ଗାଁ ଓ ଛୋଟ ସହର ସ୍ତରରେ ଆଉ ଗୋଟେ ପ୍ରକାର ରୂପ ନେଲାଣି। ଯେଉଁମାନେ ଭୁବନେଶ୍ବରରୁ ବା ଅନ୍ୟ ସହରରୁ ଗାଁକୁ ଫେରୁଛନ୍ତି, ଅନେକ ଗାଁରେ ସେମାନଙ୍କୁ ମଧ୍ୟ ପୂରେଇ ଦିଆ ଯାଉନାହିଁ।

ଗୋଟେ ଭଲ ଉଦ୍ଦେଶ୍ୟକୁ ଠିକ ଭାବରେ ବୁଝି ନ ପାରିଲେ, ତାହା ଏକ ବଡ ସଙ୍କଟ ସୃଷ୍ଟି କରିଥାଏ। ଏହା ସମାଜ ଓ ପରିବାରକୁ ଭାଙ୍ଗିଦେବା କିମ୍ବା ଧ୍ଵଂସ କରି ଦେବାର ସମ୍ଭାବନା ମଧ୍ୟ ରହିଛି। ସଙ୍ଗରୋଧ ଏକ ଆବଶ୍ୟକତା। ସଂକ୍ରମଣ ଏଡାଇବା ଲାଗି ଏହା ଏକ ସହଜ ବାଟ। ତେଣୁ ଯିଏ ଆମଠୁ ୧୪ ଦିନ ଅଲଗା ରହୁଛନ୍ତି, ସେ ଆମଠୁ ଅଧିକ ସ୍ନେହ ଓ ଯତ୍ନ ପାଇବା ଉଚିତ। ତାଙ୍କୁ ରୋଗୀ, ଶତ୍ରୁ ବା ସନ୍ଦିଗ୍ଧ ବୋଲି ଭାବିବା ଅପେକ୍ଷା ସେ ଯେ ଏକାନ୍ତ ଆପଣାର, ସେ ଅନୁଭବ ତାଙ୍କୁ ଦେବାକୁ ପଡିବ। ତାହା ନକରି ଯଦି ଅସ୍ପୃଶ୍ୟତା ଓ ନାକ ଟେକିବାର ଭାବନା ତିଆରି କରାଯାଏ, ତାହା ଅଧିକ ସଙ୍କଟ ସୃଷ୍ଟି କରିବ।

କରୋନା ଏକ ସଂକ୍ରାମକ ରୋଗ ଓ ଏହା ହୁ ହୁ ହୋଇ ବଢୁଛି। ତେଣୁ ଏହାକୁ ହାଲୁକା ଭାବେ ଆମେ ନେଇପାରିବା ନାହିଁ। ତେବେ ୭୫୦ କୋଟି ଲୋକଙ୍କ ପୃଥିବୀରେ ଏହି ଭୂତାଣୁ ୫,୫୨,୯୪୩ ଲୋକଙ୍କୁ ଛୁଇଛି। ସେଥିରୁ ୨୫.୦୪୫ ଲୋକ ପ୍ରାଣ ହରାଇଛନ୍ତି। ୧,୨୮, ୭୨୬ ଲୋକ ଏଥିରୁ ସୁସ୍ଥ ହୋଇ ସାରିଲେଣି। ଏବେ ଯେଉଁ ୩୯୯,୧୯୨ ଲୋକ ଆକ୍ରାନ୍ତଙ୍କ ମଧ୍ୟରୁ ୨୧.୦୬୨ ଲୋକଙ୍କ ସ୍ଥିତି ଜଟିଳ ରହିଛି। ବାକି ସମସ୍ତେ ଭଲ ଅଛନ୍ତି ଓ ସେମାନେ ଭଲ ହେବାର ସମ୍ଭାବନା ଅଧିକ। ମୋଟାମୋଟି ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହେଉଥିବା ୩.୪% ଲୋକ ପ୍ରାଣ ହରାଉଛନ୍ତି। ଯେଉଁମାନେ ପ୍ରାଣ ହରାଉଛନ୍ତି, ସେମାନେ ପ୍ରାୟତଃ ବୟସ୍କ କିମ୍ବା ସେମାନଙ୍କର ପୁରୁଣା ରୋଗ ରହିଛି। ତେଣୁ ଖୁବ ବେଶୀ ଆତଙ୍କିତ ହେବା ଭଳି ସ୍ଥିତି ଆଜି ବି ଆମର ନାହିଁ। ଆମର ଏକମାତ୍ର ଦାୟିତ୍ଵ ହେଉଛି, ଏହାର ସଂକ୍ରମଣକୁ ଅଟକାଇବା। ସେଥିଲାଗି ଯେଉଁଠି ବି ସନ୍ଦେହ ଅଛି, ସେଠି ସଙ୍ଗରୋଧ ଜରୁରୀ।

ଆମକୁ ସତର୍କ ଓ ସଚେତନ ହୋଇ ରହିବାକୁ ପଡିବ। ଯେଉଁମାନେ ବାହାରୁ ଫେରିଛନ୍ତି ସେମାନଙ୍କୁ ଆମେ ଅଲଗା କରି ରଖିଲା ବେଳେ ସେମାନଙ୍କୁ ଯେମିତି ନ ଲାଗେ ଯେ ଆମେ ସେମାନଙ୍କୁ ଅସ୍ପୃଶ୍ୟ ବା ବାସନ୍ଦ କରି ରଖିଛୁ। ଏହି ସଂକ୍ରମଣ ରୋକିବାରେ ସେମାନଙ୍କର ଏକାନ୍ତବାସ ବା ସଙ୍ଗରୋଧ ଏକ ପ୍ରକାର ତପସ୍ୟା ବୋଲି ଆମେ ସେମାନଙ୍କୁ ବୁଝାଇ ପାରିବା କି?

କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.