ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦କୋଟି ପ୍ରଦାନ କଲେ ଏହି ବ୍ୟାଙ୍କ ଓ ସିଇଓ

Published: Mar 30, 2020, 1:31 pm IST

ମୁମ୍ବାଇ : କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏହାର ସିଇଓ ଉଦୟ କୋଟାକ୍ ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ରବିବାର ଦିନ ବ୍ୟାଙ୍କ ପକ୍ଷରୁ ଏକ ଟୁଇଟ୍ କରି ଏହା ସ୍ପଷ୍ଟ କର ଯାଇଛି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଉଦୟ କୋଟାକ୍ ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରତ୍ୟେକ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୧୦ କୋଟି ତାଙ୍କ ପ୍ରଦାନ କରିଛି।

Related posts