କରୋନା ଯୋଗୁଁ କେରଳରେ ଦ୍ବିତୀୟ ଜଣକ ମୃତ୍ୟୁ ହୋଇଛି । ତିରୁଅନନ୍ତପୁରମ୍ର ମେଡ଼ିକାଲ୍ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଥିବା 68 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ଭାରତରେ ଏବେ ମୃତ୍ୟୁ ସଂଖ୍ୟା 32ରୁ ଉର୍ଦ୍ଧ୍ବ ରହିଛି । ଭାରତର 27ଟି ରାଜ୍ୟରେ ଏହି ମହାମାରୀ ବ୍ୟାପିଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ତେରହଜାରକୁ ଡେଇଁଛି । ଦେଶରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏହା ପରକୁ ରହିଛି ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଦିଲ୍ଲୀ ପ୍ରମୁଖ । ମହାରାଷ୍ଟ୍ର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା 200 ପାର କରିଥିବାବେଳେ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,347ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 138ଜଣ ।
ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା
ମହାରାଷ୍ଟ୍ର 238
କେରଳ 234
ଦିଲ୍ଲୀ 97
ଉତ୍ତରପ୍ରଦେଶ 96
କର୍ଣ୍ଣାଟକ 91
ରାଜସ୍ଥାନ 79
ତେଲେଙ୍ଗାନା 77
ଗୁଜୁରାଟ 70
ତାମିଲନାଡୁ 67
ଜମ୍ମୁ କାଶ୍ମୀର 49
ମଧ୍ୟପ୍ରଦେଶ 47
ପଞ୍ଜାବ 41
ହରିୟାଣା 36
ଆନ୍ଧ୍ରପ୍ରଦେଶ 23
ପଶ୍ଚିମବଙ୍ଗ 22
ବିହାର 15
ଚଣ୍ଡୀଗଡ 13
ଲଦାଖ 13
ଆଣ୍ଡାମାନ ନିକୋବର 10
ଗୋଆ 5
ହିମାଚଳ ପ୍ରଦେଶ 3
ଓଡ଼ିଶା 3
ମଣିପୁର 1