Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶରେ ଲକ ଡାଉନ, ଶଟ ଡାଉନ, ଜନତା କର୍ଫ୍ୟୁ ଭିତରେ କୋଭିଡ-୧୯ ର ସ୍ଥିତି ସୁଧୁରିବାର କୌଣସି ସମ୍ଭାବନା ଦେଖା ଯାଉଛି କି?
ବିଶେଷ ଖବର

ଦେଶରେ ଲକ ଡାଉନ, ଶଟ ଡାଉନ, ଜନତା କର୍ଫ୍ୟୁ ଭିତରେ କୋଭିଡ-୧୯ ର ସ୍ଥିତି ସୁଧୁରିବାର କୌଣସି ସମ୍ଭାବନା ଦେଖା ଯାଉଛି କି?

April 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କୋଭିଡ-୧୯ ଭୂତାଣୁକୁ ମୁକାବିଲା କରିବା ଲାଗି ସାମାଜିକ ଦୂରତା ହିଁ ଏକମାତ୍ର ବାଟ ଓ ସେଥିଲାଗି ବର୍ତ୍ତମାନ ସମୟରେ ଆମେ ସାରା ଦେଶରେ ୨୧ ଦିନିଆଁ ତାଲା ବନ୍ଦ ମାନି ଆସୁଛୁ। କେବଳ ଅପରିହାର୍ୟ ଖାଦ୍ୟଦ୍ରବ୍ୟ ଓ ଔଷଧ ଇତ୍ୟାଦିକୁ ବାଦ ଦେଲେ ପୂରା ଜୀବନଯାତ୍ରା ଅଚଳ ହୋଇ ପଡିଛି। ତେବେ ଓଡିଶାରେ ୨୦ ତାରିଖରୁ ଲକ ଡାଉନ ଆରମ୍ଭ ହୋଇ ସାରିଥିବାରୁ ଓ ତାର ସପ୍ତାହେ ଆଗରୁ ଏକ ପ୍ରକାର ଆଂଶିକ ବନ୍ଦ ଆରମ୍ଭ ହୋଇଯାଇଥିବାରୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଟିକେ ଅଧିକ ସତର୍କ ରହିଥିବା କଥା ଆମେ ଜାଣିଛୁ। ଏତେ ସବୁ ସତର୍କତା ଭିତରେ ହଠାତ ଗତ କାଲି ଗୋଟିଏ ଦିନରେ ୧୫ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବା, ଲୋକଙ୍କ ମନରେ ଅଧିକ ଆଶଙ୍କା ସୃଷ୍ଟି କରିଛି। ଭୁବନେଶ୍ୱର ସୂର୍ୟ ନଗରର ଜଣେ ବ୍ୟକ୍ତି ଦେଶ କିମ୍ବା ରାଜ୍ୟ ବାହାରକୁ ଯାଇ ନଥିବା ସତ୍ତ୍ୱେ ତାଙ୍କ ଭିତରେ କରୋନା ଭୂତାଣୁ ସଂକ୍ରମିତ ହେବା ଫଳରେ, ଗୋଷ୍ଠୀ ସଂକ୍ରମଣର ଗନ୍ଧ ବାରି ହୋଇ ପଡୁଛି। ଗତକାଲି ତାଙ୍କ ପରିବାର ଓ ତାଙ୍କ ଘରେ ରହୁଥିବା ଭଡାଟିଆ ୭ ଜଣଙ୍କ ଶରୀରରେ କରୋନା ଭୂତାଣୁ ମିଳିଛି।

ଓଡିଶା ସରକାର ଗତ ୨୦ ଦିନ ହେଲା ନିରବଛିନ୍ନ ଭାବରେ କରୋନାକୁ ପ୍ରତିହତ କରିବା ଲାଗି ଯେଉଁ ଉଦ୍ୟମ କରୁଛନ୍ତି, ସେଥିରେ ଲୋକଙ୍କର ସହଯୋଗ ସ୍ଵାଭାବିକ ଭାବରେ ରହିଛି। ତେବେ ଏତେ ବଡ ଦେଶରୁ କିଏ କେଉଁଠି ଆସି କେମିତି ରହିଛି ତାକୁ ଠାବ କରିବା ସହଜ କଥା ନୁହେଁ। ସାଢେ ଚାରି କୋଟି ଲୋକଙ୍କୁ ଗୋଟି ଗୋଟି କରି ଚିହ୍ନଟ କରିବା ମଧ୍ୟ ସହଜ ନୁହେଁ। ତେବେ ଏ ସଂକ୍ରମଣ କଣ ଅପରିହାର୍ୟ? ଏଥିରୁ ମୁକୁଳିବାର କୌଣସି ବାଟ ନାହିଁ କି? ଆଂଶିକ ଲକ ଡାଉନ, ଜନତା କର୍ଫ୍ୟୁ, ପୂରା ଲକ ଡାଉନ ପରେ ଆସନ୍ତା ୪୮ ଘଣ୍ଟା ରାଜ୍ୟର କଟକ, ଭୁବନେଶ୍ଵର ଓ ଭଦ୍ରଖ ସହରକୁ “ଶଟ ଡାଉନ” ଘୋଷଣା କରାଯାଇଛି। ଏହାର ଅର୍ଥ ହେଉଛି ଗତକାଲି ରାତି ୮ ଟାରୁ ଆସନ୍ତା କାଲି ରାତି ୮ ପର୍ୟନ୍ତ ଖାଦ୍ୟସାମଗ୍ରୀ, ପନିପରିବା, ମାଛମାଂସ, ଫଳ ମୂଳ ଇତ୍ୟାଦି ସବୁକିଛି ବନ୍ଦ ରହିବ। କେବଳ କେତେକ ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ବାଦ ଦେଲେ ଆଉ କିଛି ଖୋଲା ରହିବ ନାହିଁ।

ଏତେ ସବୁ ପ୍ରତିଷେଧକ ବ୍ୟବସ୍ଥା ସତ୍ତ୍ୱେ କରୋନା ସଂକ୍ରମଣ କୁ ରୋକା ଯାଇ ପାରୁନି କାହିଁକି? ସଙ୍ଗରୋଧ ତଥା ସାମାଜିକ ଦୂରତା ଅପେକ୍ଷା ଅସଲ ସଂକ୍ରମିତଙ୍କୁ ଠାବ କରିବାରେ ଆମେ ବିଫଳ ହୋଇଛୁ। ଅନେକ ସଂକ୍ରମିତ ରୋଗୀ ଏକାଧିକ ହସପିଟାଲ ତଥା ନର୍ସିଙ୍ଗ ହୋମ ଯାଇଛନ୍ତି। ଦ୍ଵିତୀୟ, ଚତୁର୍ଥ ଓ ପଞ୍ଚମଙ୍କ କ୍ଷେତ୍ରରେ ଏକାଧିକ ଲୋକ ତଥା ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂକ୍ରମିତ ହୋଇଥିବାର ଅନୁମାନ କରାଯାଉଛି। ସେହିପରି ନିଜାମୁଦ୍ଦିନ ସଭାରୁ ଯୋଗ ଦେଇ ଫେରିଥିବା ଅନେକ ଲୋକଙ୍କ ଭିତରେ କୋଭିଡ-୧୯ ପ୍ରବେଶ କରିଛି। ଗୋଷ୍ଠୀ ସଂକ୍ରମଣ ପାଇଁ ଏକ ଶ୍ରୁଙ୍ଖଳା କେବେ ଓ କେମିତି ତିଆରି ହୋଇ ସାରିଛି, ସେ କଥା କହିବା ମୁସ୍କିଲ। ତେବେ ଏହି ଶ୍ରୁଙ୍ଖଳା ଭାଙ୍ଗିବା ଲାଗି ସହଜ ବାଟ କିଛି ନାଇଁ।

ଲୋକଙ୍କୁ ଏଥି ପାଇଁ ଅନେକ ମୂଲ୍ୟ ଦେବାକୁ ପଡୁଛି ଓ ଆଗକୁ ପଡିବ ମଧ୍ୟ। ତେବେ ଶଟ ଡାଉନ ଓ ଲକ ଡାଉନର ପାର୍ଶ୍ଵ ପ୍ରତିକ୍ରିୟା କାରଣରୁ ଆଗକୁ ଅଧିକ ସଙ୍କଟ ସୃଷ୍ଟି ହୋଇପାରେ। ସମାଜ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲେ ଯେ ଏହି ଶ୍ରୁଙ୍ଖଳା ଛିଣ୍ଡିଯିବ, ସେକଥା ଆଜି ଆଉ କହି ହେଉନାହିଁ। ଜାତୀୟ ଲକ ଡାଉନର ସପ୍ତାହେ ପରେ ଅକସ୍ମାତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩୦୦ରୁ ଅଧିକ ବଢୁଛି। ଏ ସମ୍ପର୍କରେ ଆମେ ଦୁଇ ପ୍ରକାର ତଥ୍ୟ ପାଉଛୁ। କୋଭିଡ-୧୯ ଟ୍ରାକର କହୁଛି, ଗତକାଲି ରାତି ୧୨ ଟା ସୁଦ୍ଧା ଦେଶରେ ସର୍ବମୋଟ ୩୦୮୭ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ଭିତରୁ ୨୨୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୮୫ ଜଣ ମୃତ୍ୟୁ ବରଣ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାଟା ରେ ଦେଶରେ ୨୩୩୨ ସକ୍ରିୟ ଆକ୍ରାନ୍ତ, ୧୬୨ ସଂପୂର୍ଣ୍ଣ ସୁସ୍ଥ ଓ ୬୨ ଜଣ ମୃତ ବୋଲି ତଥ୍ୟ ଦିଆଯାଇଛି। କେବଳ ଗତ ଦୁଇ ଦିନରେ ୬୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡିଶାରେ ଆମେ ୨୦ଜଣ ଆକ୍ରାନ୍ତଙ୍କୁ ଏଯାଏ ଚିହ୍ନଟ କରିଛୁ। ସେଥିରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୧୮ ଜଣଙ୍କର ଚିକତ୍ସା ଚାଲିଛି।  ଏହି ଶ୍ରୁଙ୍ଖଳାରେ ରହିଥିବା ପରିବାର ତଥା ସେମାନଙ୍କ ସଂସର୍ଗରେ ଆସିଥିବା ଲୋକଙ୍କର ପରୀକ୍ଷା କରିବା ସହିତ ସେମାନଙ୍କୁ ଏକାନ୍ତବାସରେ ରଖା ଯାଇଛି। ଏହି ଭୂତାଣୁ ସଂକ୍ରମଣ ଯେମିତି ମହାମାରୀ ର ରୂପ ନ ନିଏ ସେଥିଲାଗି ଓଡିଶା ସରକାର ଅଧିକରୁ ଅଧିକ କଟକଣା ଲାଗୁ କରୁଛନ୍ତି। ହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଯୋଗାଣ ବନ୍ଦ କରି ଦୀର୍ଘ ସମୟ ଲୋକଙ୍କୁ ଘରେ ବାନ୍ଧି ହେବନାହିଁ। ଲକ ଡାଉନ ଓ ଶଟ ଡାଉନର ପାର୍ଶ୍ଵ ପ୍ରତିକ୍ରିୟା ଲୋକଙ୍କ ମନରେ ବିଚଳନ, ଉଦବେଗ ଓ ବିଦ୍ରୋହ ଭାବନା ସୃଷ୍ଟି କରିପାରେ। ତେଣୁ ସେ ସମ୍ପର୍କରେ ମଧ୍ୟ ସରକାର ସତର୍କ ରହିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026
Latest News

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.