ଓଆଇସି ବୈଠକରେ ସୁଷମା ସ୍ଵରାଜ :  ପାକିସ୍ତାନକୁ ଟାର୍ଗେଟ କରି କହିଲେ, ଆତଙ୍କବାଦ ଓ ଚରମପନ୍ଥୀ ବିଶ୍ୱ ପାଇଁ ବିପଦ

Published: Mar 1, 2019, 3:01 pm IST
sushama swaraj targets to pakistan and condemns toterror attack in all overindia

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିରେ ହେଉଥିବା ୪୬ତମ ଅରଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନର ବୈଠକରେ ସାମିଲ ହୋଇଛନ୍ତି । ସେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ଏହି ଅଧିବେଶକୁ ସମ୍ବୋଧିତ କରି ସୁଷମା କହିଛନ୍ତି ଯେ, ୨୦୧୯ ଭାରତ ପାଇଁ ବେଶ ମହତ୍ୱପୂର୍ଣ୍ଣ ବର୍ଷ । ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ବିଶ୍ୱର ଅର୍ଥବ୍ୟବସ୍ଥାର ଅଂଶ ହୋଇଛି । ଏହାବ୍ୟତୀତ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ସୁଷମା ସ୍ୱରାଜ । ଆତଙ୍କବାଦ ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି । ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ । ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆତଙ୍କବାଦୀ । ଆତଙ୍କବାଦ ଓ ଚରମପନ୍ଥୀ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ । ଏଥିପାଇଁ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦେଶକୁ ବୁଝାଇବା ପାଇଁ ପଡ଼ିବ । ଶାନ୍ତି ପାଇଁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପଡ଼ିବ । କୌଣସି ଧର୍ମ ନୁହେଁ ଆତଙ୍କବାଦ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି କହିବା ସହିତ ପାକିସ୍ତାନକୁ ପରୋକ୍ଷ ଭାବରେ ଟାର୍ଗେଟ୍‌ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ଏହି ବୈଠକରେ ସାମିଲ୍‌ ହେବା ପରେ ପାକିସ୍ତାନ ଏହି ବୈଠକକୁ ବହିଷ୍କାର କରିଛି । ଏହି ବୈଠକରେ ପାକିସ୍ତାନ ଅଂଶଗ୍ରହଣ କରିବ ନାହିଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ସୂଚନା ଦେଇଥିଲେ ।

Related posts