Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ପାଇଁ ଭୁବନେଶ୍ବରରେ ସିଲ୍ ହୋଇଥିବା କେଉଁ ଅଞ୍ଚଳର କେଉଁ କେଉଁ ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ତାହା ଜାଣି ସତର୍କ ରୁହନ୍ତୁ
ବିଶେଷ ଖବର

କରୋନା ପାଇଁ ଭୁବନେଶ୍ବରରେ ସିଲ୍ ହୋଇଥିବା କେଉଁ ଅଞ୍ଚଳର କେଉଁ କେଉଁ ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ତାହା ଜାଣି ସତର୍କ ରୁହନ୍ତୁ

April 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ଭୁବନେଶ୍ବର ହେଉଛି କରୋନା ଭାରସର ହଟସ୍ପଟ। କାରାଣ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ବରରୁ ବାହାରିଛନ୍ତି। ସେଥିପାଇଁ ବିଏମସି ତରଫରୁ ରାଜଧାନୀର କେଉଁ ଅଞ୍ଚଳ ସିଲ୍ କରାଗଲା ଏବଂ କେତେ ପରିଧୀ ପର୍ଯ୍ୟନ୍ତ କରାଗଲା ତାହାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। ସେଗୁଡିକ ହେଲା

1-ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ମୋଟ ୩୪ଟି କରୋନା ପଜିଟିଭ୍‌ କେସ୍‌ରୁ ବର୍ତ୍ତମାନ ୩୧ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି।

2-୩୪ଟି କରୋନା ପଜିଟିଭ୍‌ କେସ୍‌ ମଧ୍ୟରୁ ବଡଗଡ଼ ଅଞ୍ଚଳର ଜଣେ, ଭରତପୁରର ଜଣେ, ଶହୀଦନଗରର ଜଣେ, ସୂର୍ଯ୍ୟନଗରର ୮ ଜଣ, ବମିଖାଲର ୧୪ ଜଣ, କପିଳପ୍ରସାଦର ଜଣେ, ସତ୍ୟନଗରର ୪ ଜଣ, ୟୁନିଟ-୫ର ଜଣେ, ମହିଷାଖାଲ(ବିଜେବି ନଗର)ର ଜଣେ, ମଧୁସୂଦନ ନଗର(ୟୁନିଟ୍‌-୪)ର ଜଣେ, ଝାରପଡ଼ାର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

3-ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ କରାଯାଉଛି କିମ୍ବା ସଂକ୍ରମିତ ରୋଗୀଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସଂକ୍ରମିତ ରାଜ୍ୟ କିମ୍ବା ବିଦେଶରୁ ଆସିଥିବା ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବାର ଗସ୍ତ ଇତିହାସ ରହିଛି, ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ସେହିସବୁ ଅଞ୍ଚଳରେ ଅକଫିଭ୍‌ ସର୍ଭେଲାନ୍ସ କରାଯାଇ ପ୍ରତିଦିନ ବିଏମ୍‌ସି ତରଫରୁ ବିଭିନ୍ନ ଟିମ୍‌ମାନେ ଗସ୍ତ କରି ଲୋକମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି କି ନାହିଁ, ସେ ସଂପର୍କରେ ତଦାରଖ କରୁଛନ୍ତି। ଯଦି ସେମାନଙ୍କର କୋଭିଡ୍‌-୧୯ ରୋଗ ସଂପର୍କିତ କୌଣସି ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କର ଅକଫିଭ୍‌ ଟେଷ୍ଟିଂ କରାଯାଉଛି।

4-ସୂର୍ଯ୍ୟନଗର କେସ୍‌ର କଣ୍ଟେନ୍‌ମେଣ୍ଟ ଜୋନ୍‌ ସୀମା ହେଉଛି ଏଲ୍‌ଆଇସି ଛକଠାରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକଠାରୁ ସିରିପୁର ଛକ, ସିରିପୁର ଛକଠାରୁ ଗୋପବନ୍ଧୁ ଛକ ଏବଂ ଗୋପବନ୍ଧୁ ଛକଠାରୁ ଏଲ୍‌ଆଇସି ଛକ।

5-ସତ୍ୟନଗର କେସ୍‌ର କଣ୍ଟେନ୍‌ମେଣ୍ଟ ଅଞ୍ଚଳ ହେଉଛି ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତାଞ୍ଜଳି ଷ୍ଟୋର, ପତାଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସରର୍ସ କ୍ୱାଟର୍ସ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସରୁ ସତ୍ୟନଗର ଛକ ଭାୟା ମିଶିନାରିଜ୍‌ ଅଫ୍‌ ଚାରିଟି ଏବଂ ଆକ୍ସିସ୍‌ ବ୍ୟାଙ୍କ। ଏହାଛଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୩ର କ୍ୱାଟର୍ସକୁ କ୍ୱାରାଣ୍ଟାଇନ୍‌ କରାଯାଇଛି।

6-ବମିଖାଲ ଅଞ୍ଚଳର କଣ୍ଟେନ୍‌ମେଣ୍ଟ ଜୋନ୍‌ ସୀମା ହେଉଛି କାଫେକଫି ଡେ ଲେନ୍‌ରୁ ଝାଡ଼ପଡ଼ା କେନାଲ୍‌ ରୋଡ୍‌, ଝାରପଡ଼ା କେନାଲ୍‌ ରୋଡ୍‌ରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପରୁ କଟକ-ପୁରୀ ରୋଡ୍‌, କଟକ-ପୁରୀ ରୋଡ୍‌ରୁ କାଫେକଫି ଡେ ଲେନ୍‌।
7-ବିଜେବି ନଗର ସବ୍‌ ପୋଷ୍ଟ ଅଫିସ୍‌କୁସଂପୂର୍ଣ୍ଣ ସିଲ୍‌ କରାଯାଇଛି।

8-ସୁନ୍ଦରପଦା ଅଞ୍ଚଳର କଣ୍ଟେନ୍‌ମେଣ୍ଟ ଜୋନ୍‌ ସୀମା ହେଉଛି ସୁନ୍ଦରପଦା ମୁନିସିପାଲିଟି ଡାକ୍ତରଖାନା ଛକଠାରୁ କାଳୁଆଶୁଣୀ ମନ୍ଦିର, ସୁନ୍ଦରପଦା ମୁନିସିପାଲିଟି ଛକଠାରୁ ସରକନ୍ତରା ନ୍ୟୁ କଲ୍‌ଭର୍ଟ-ନ୍ୟୁ ରେଲୱେ ଟ୍ରାକ୍‌, କାଳୁଆଶୁଣୀ ମନ୍ଦିରଠାରୁ ଟାଟା ପ୍ରୋଜେକଫ ଏସ୍‌ଟିପି, ଟାଟା ପ୍ରୋଜେକଫ ଏସ୍‌ଟିପିଠାରୁ ସରକନ୍ତରା ରେଲୱେ ଟ୍ରାକ୍‌ ନିକଟସ୍ଥ ନ୍ୟୁ କଲଭର୍ଟ।

9-ଯଦୁପୁର ଓ ବେଗୁନିଆ ଅଞ୍ଚଳର କଣ୍ଟେନ୍‌ମେଣ୍ଟ ଜୋନ୍‌ର ସୀମା ହେଉଛି ପାଲାମଣ୍ଡପ ଛକଠାରୁ ଯଦୁପୁର ଗ୍ରାମ, ପାଣିଟାଙ୍କିଠାରୁ ଯଦୁପୁର ଗାଁ, ମେନ୍‌ ରୋଡ୍‌ ଅଟୋ ଷ୍ଟାଣ୍ଡଠାରୁ ଯଦୁପୁର ଗାଁ, ଆମ୍ବେଦକର ଶିକ୍ଷାକେନ୍ଦ୍ରଠାରୁ ଯଦୁପୁର ଗ୍ରାମ।

10-ଏହା ବ୍ୟତୀତ ୟୁନିଟ୍‌-୫ରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ ଓ ଆବାସିକ କଲୋନୀକୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି । ସେ ସ୍ଥାନରେ ମଧ୍ୟ ସର୍ବେକ୍ଷଣ ଏବଂ ନମୁନା ପରୀକ୍ଷା କରାଯାଉଛି।

11-ସୂର୍ଯ୍ୟନଗରରେ ଥିବା କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ୨୧୨୫ ପରିବାର ଅଛନ୍ତି। ସେହି ପରିବାରଙ୍କ ମଧ୍ୟରୁ ପ୍ରତିଦିନ ଏହାର ଅନ୍ତତଃ ୫୦ ପ୍ରତିଶତ ଲୋକଙ୍କର ଘରକୁ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟରେ ନିୟୋଜିତ ଟିମ୍‌ ଘରକୁ ଘର ଯାଇ ଯଦି ସେମାନଙ୍କର କୌଣସି ପ୍ରକାର ଲକ୍ଷଣ ଦେଖାଯାଉଛି, ସେମାନଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଉଛି ।

12-ବିଏମ୍‌ସି ତରଫରୁ ଆଜି ୪୦୦୦ରୁ ଊଦ୍ଧ୍ୱର୍ ନମୁନା ସର୍ବେକ୍ଷଣ କରାଯାଇଛି। ଆଜାଦ୍‌ନଗର ଅଞ୍ଚଳର ୪୩୦ ପରିବାର, ବମିଖାଲର ୨୭୭୭, ସତ୍ୟନଗରର ୨୫୦୦, ଆଇବି କଲୋନୀର ୧୦୭ଟି ନମୁନା ସର୍ବେକ୍ଷଣ କରାଯାଇଛି।

Top News
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.