ଗୁଜରାଟ ବିଧାୟକ କରୋନା ଆକ୍ରାନ୍ତ, ଆଜି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ

Published: Apr 14, 2020, 11:28 pm IST

(ସମୀକ୍ଷା ବ୍ୟୁରୋ) ଗୁଜରାଟ ର ଜଣେ କଂଗ୍ରେସ ବିଧାୟକଙ୍କ ରକ୍ତ ନମୂନାରେ ଆଜି କୋଭିଡ-୧୯ ଭୂତାଣୁ ମିଳିଛି। ଜ୍ଵର ଥିବା ସତ୍ତ୍ୱେ ଉକ୍ତ ବିଧାୟକ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଦ୍ଵାରା ଡକା ଯାଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ଅନ୍ୟ ବିଧାୟକମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଇତି ମଧ୍ୟରେ ଗୁଜରାଟରୁ ପ୍ରଥମ ରାଜନୈତିକ ବ୍ୟକ୍ତି ଭାବରେ ଏହି ବିଧାୟକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି।

Related posts