Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିକ୍ଷାନୁଷ୍ଠାନ ପାଇଁ ଏଆଇସିଟିଇ ଜାରୀ କଲା ଗାଇଡ୍ ଲାଇନ, ଲକଡାଉନ ସମୟରେ ଫି ନ ନେବାକୁ ପରାମର୍ଶ
ଜାତୀୟ ଖବର

ଶିକ୍ଷାନୁଷ୍ଠାନ ପାଇଁ ଏଆଇସିଟିଇ ଜାରୀ କଲା ଗାଇଡ୍ ଲାଇନ, ଲକଡାଉନ ସମୟରେ ଫି ନ ନେବାକୁ ପରାମର୍ଶ

April 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି। ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଆସିଟିଇକୁ ନିର୍ଦ୍ଦେଶ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଏଆଇସିଟିଇ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ କେତେକ ନିର୍ଦ୍ଦେଶାବଳୀ ଜାରି କରିଛି। ସେହି ଅନୁସାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସେମାନଙ୍କ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ମାର୍ଗଦର୍ଶିକା ଜାରି କରାଯାଇ ଏହାର କଡାକଡି ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

  1. ଶିକ୍ଷାନୁଷ୍ଠାନ ଦେୟ – ଲକଡାଉନ କାଳରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡିକ ସେମାନଙ୍କର ଆଡମିସନ ସମେତ ଅନ୍ୟାନ୍ୟ ଫି ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଏଆଇସିଟିଇର ନଜରକୁ ଆସିଛି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, କୌଣସି ଶିକ୍ଷାନୁଷ୍ଠାନ ଲକଡାଉନ ଉଠିବା ସହ ସ୍ଵାଭାବିକ ଅବସ୍ଥାକୁ ନଫେରିବା ଯାଏଁ ପିଲାମାନଙ୍କ ଠାରୁ ଫି ଆଦାୟ କରିପାରିବେ ନାହିଁ । ସେ ଦୃଷ୍ଟିରୁ ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଏସଂକ୍ରାନ୍ତରେ ସମସ୍ତ ତଥ୍ୟ ନିଜ ୱେବସାଇଟରେ ଦେବା ସହ ବିଦ୍ୟାର୍ଥୀମାନଙ୍କୁ ଇ-ମେଲ ଜରିଆରେ ଜଣାଇବା ପାଇଁ ଏଆଇସିଟିଇ ପକ୍ଷରୁ କୁହାଯାଇଛି ।
  2. ଲକଡାଉନ କାଳରେ ଅନେକ ଶିକ୍ଷାନୁଷ୍ଠାନ ସେମାନଙ୍କ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବେତନ ପଇଠ ନକରିଥିବା ଦୃଷ୍ଟିକୁ ଆସିଛି । କେତେକ ଅନୁଷ୍ଠାନ ସେମାନଙ୍କ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରିଦେଇଛନ୍ତି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, ଲକଡାଉନ କାଳରେ ବେତନ ପଇଠ ନକରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ବେତନ ଦେବା ଓ କାର୍ଯ୍ୟରୁ ଅନ୍ତର କରିଥିବା କର୍ମଚାରୀମାନଙ୍କୁ ପୁଣି ଚାକିରିରେ ରଖିବାକୁ ପଡିବ । ଏହାକୁ ଯଥାଶୀଘ୍ର କଡାକଡି ଭାବେ ଲାଗୁ କରିବା ପାଇଁ କୁହାଯାଇଛି । ଏସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି ।
  3. ଅପପ୍ରଚାର ରୋକିବା – କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଓ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ଜରିଆରେ ଅପପ୍ରଚାର ଚଳାଇବା ସହ ଗୁଜବ ସୃଷ୍ଟି କରୁଛନ୍ତି । ଏଗୁଡ଼ିକୁ ନିରୁତ୍ସାହିତ କରିବା ସହ ଏସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସମସ୍ତଙ୍କର କର୍ତ୍ତବ୍ୟ । କେନ୍ଦ୍ର ସ୍ଵରାଷ୍ଟ୍ର ବିଭାଗ, ୟୁଜିସି ବା ଏଆଇସିଟିଇ ପକ୍ଷରୁ ଜାରି ବିବୃତିଗୁଡିକୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଘଟଣାର ତାଜାସ୍ଥିତି ଜାଣିବା ପାଇଁ ଏହି ବିଭାଗଗୁଡିକର ୱେବସାଇଟକୁ ଅନୁସରଣ କରିବା ଦରକାର । ସେହିଭଳି ବିଭିନ୍ନ ସରକାରୀ ସର୍କୁଲାର ଓ ମନ୍ତ୍ରଣାଳୟ ଓ ବିଭାଗଗୁଡିକର ୱେବସାଇଟକୁ ମଧ୍ୟ ଅନୁସରଣ କରାଯାଇପାରିବ ।
  4. ପ୍ରଧାନମନ୍ତ୍ରୀ ସ୍ଵତନ୍ତ୍ର ଛାତ୍ରବୃତ୍ତି ଯୋଜନା – ଲକଡାଉନ ଯୋଗୁଁ ଅନେକ କ୍ଷେତ୍ରରେ ଛାତ୍ରବୃତ୍ତି 2020-21 ଶିକ୍ଷା ବର୍ଷ ପାଇଁ ସୀମିତ ଇଣ୍ଟରନେଟ ସର୍ଫିଙ୍ଗ ଦୃଷ୍ଟିରୁ ଛାତ୍ରବୃତ୍ତି ପ୍ରଦାନ ବିଲମ୍ଭିତ ହୋଇଛି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, ଲକଡାଉନ ଉଠିବା ପରେ ଛାତ୍ରବୃତ୍ତି ଯୋଜନା ପୂର୍ବଭଳି ବଳବତ୍ତର ରହିବ । ସମୟକ୍ରମେ ଏଆଇସିଟିଇର ୱେବସାଇଟରେ ଶିକ୍ଷା ବର୍ଷର ବିଭିନ୍ନ ଘଟଣାବଳୀ ଉପରେ ସୂଚନା ଦିଆଯିବ ।
  5. ଅନଲାଇନ କ୍ଳାସ ଓ ସେମିଷ୍ଟାର ପରୀକ୍ଷା – ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, ଚଳିତ ସେମିଷ୍ଟାର ପାଇଁ ଅନଲାଇନ ପାଠପଢା ସମ୍ପ୍ରସାରିତ ଲକଡାଉନ ଅବଧି ମଧ୍ୟରେ ମଧ୍ୟ ଜାରି ରହିବ । ପର୍ଯ୍ୟାୟକ୍ରମେ ୟୁଜିସି ଓ ଏଆଇସିଟିଇ ତରଫରୁ ଏକ ସଂଶୋଧିତ ଶୈକ୍ଷିକ କ୍ୟାଲେଣ୍ଡର ଜାରି କରାଯିବ । ସେମିଷ୍ଟାର ପରୀକ୍ଷାଗୁଡିକର ପରିଚାଳନା ନିମନ୍ତେ ୟୁଜିସି ବିଭିନ୍ନ ଯଥା ପରୀକ୍ଷା କରାଇବା, ମାର୍କ ଦେବା ଓ ପାସର ମାନଦଣ୍ଡ ସୁପାରିସ କରିବ । ଏସଂକ୍ରାନ୍ତରେ ପୃଥକଭାବେ ନିର୍ଦ୍ଦେଶ ଦିଆଯିବ ଏବଂ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ୟୁଜିସି ଓ ଏଆଇସିଟିଇର ୱେବସାଇଟଗୁଡିକ ପ୍ରତି ନଜର ରଖିବେ ।
  6. ଶିକ୍ଷାନବିସ କାର୍ଯ୍ୟକ୍ରମ – ଏଠାରେ ସୂଚାଇ ଦିଆଯାଉଛି ଯେ, ଅନେକ ବିଦ୍ୟାର୍ଥୀ ସେମାନଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷାନବିସ କାର୍ଯ୍ୟକ୍ରମରେ ଲକଡାଉନ ଯୋଗୁଁ ଯୋଗ ଦେଇପାରିବେ ନାହିଁ । ସେମାନଙ୍କୁ ଏହା ଘରୁ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଏହା ସମ୍ଭବ ନହୁଏ ଆସନ୍ତା ଡିସେମ୍ବରରେ ସଂପୂର୍ଣ୍ଣ କରାଯାଇପାରିବ ।
  7. ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ଇଣ୍ଟରନେଟର ସମନ୍ଵୟ – କେତେକ ଛାତ୍ରଛାତ୍ରୀ ଇଣ୍ଟରନେଟ ସେବାର ସୁଯୋଗ ନପାଉଥିବାରୁ ସେମାନଙ୍କୁ ଏହି ସେବା ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ଵାରା ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗ୍ରାମାଞ୍ଚଳରେ ଏହି ସେବା ମିଳିବାର ଅସୁବିଧା ଥିବାରୁ ଉପସ୍ଥାନ ନିୟମକୁ କୋହଳ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ପ୍ରତ୍ୟେକ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କଡାକଡି ଭାବେ ଏହି ନିୟମକୁ ପାଳନ କରିବେ, ନହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

AICTEGuidline HRD HRDMinistery
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Latest News

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.