ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଗୁଜୁରାଟରେ, ଦେଶରେ ମୃତ୍ୟୁ ସଂଖ୍ୟା 680 ଡେଇଁଲା

Published: Apr 23, 2020, 12:29 pm IST

ଗୁଜୁରାଟ : କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ପରେ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି । ଗୁଜୁରାଟରେ ଏବେ ଦୁଇହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 103ରେ ପହଞ୍ଚିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ଘଟିଛି ।

ଗୁଜୁରାଟରେ ଅହମ୍ମବାଦଠାରେ ଅଧିକ ରୋଗୀ ରହିଛନ୍ତି । ଏଠାରେ 1501 ଜଣ ରହିଥିବାବେଳେ ସୁରତରେ 415, ବଡଦୋରାରେ 208, ରାଜକୋଟରେ 41, ଭାବନଗରରେ 32, ଆଣନନ୍ଦରେ 30, ଭରୁଚରେ 24, ଗାନ୍ଧିନଗର-ଅମରାବଲୀରେ 17, ବାନାସକାଣ୍ଠାରେ 16 , ପାଟନାରେ 15, ନର୍ମଦା-ମହୀସାଗରରେ 12, ଛୋଟା ଉଦେପୁର-ପଞ୍ଚମହଲରେ 11, ବୋଟାଦାରେ 9, ମେହସାନାରେ 7, କଚ୍ଛରେ 6, ଦୋହାତରେ 4 ରହିଛନ୍ତି ।

ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନରେ 1935ଜଣ ସଂକ୍ରମିତ ରହିଥିବାବେଳେ 27ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 1629ଜଣ ସଂକ୍ରମିତ ହୋଇଥିବାବେଳେ 18ଜଣ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ 1587ଜଣ ସଂକ୍ରମିତ ହୋଇଥିବାବେଳେ 80ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ 1449 ଜଣ ସଂକ୍ରମିତ ହୋଇଥିବାବେଳେ 21ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ 943ଜଣ ସଂକ୍ରମିତ ହୋଇଥିବାବେଳେ 24 ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ 24 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 813ଜଣ। ସେହିପରି କର୍ଣ୍ଣାଟକରେ 427ଜଣ ସଂକ୍ରମିତ ହୋଇଥିବାବେଳେ 17 ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଜମ୍ମୁକାଶ୍ମୀରରେ 5 ଜଣ, ପଶ୍ଚିମବଙ୍ଗରେ 15 ଜଣ, ପଞ୍ଜାବରେ 16 ଜଣ, ହରିୟାଣାରେ 3 ଜଣ, ଝାଡଖଣ୍ଡରେ 4 ଜଣ, ହିମାଚଳ ପ୍ରଦେଶରେ 2 ଜଣ, ଆସାମ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 21 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 682କୁ ବୃଦ୍ଧି ପାଇଛି । (ଏଜେନ୍ସି)

Related posts