କରୋନା ସନ୍ଦେହରେ ଯୁବକଙ୍କୁ ଆକ୍ରମଣ, ନାଳରେ ପଡି ଯୁବକ ମୃତ

Published: Apr 24, 2020, 3:56 pm IST

ଥାନେ : କରୋନା ରୋଗୀ ସନ୍ଦେହରେ ଜଣେ 34 ବର୍ଷୀୟ ଯୁବକଙ୍କ କିଛି ଲୋକେ ଆକ୍ରମଣ କରିଛନ୍ତି । ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ  ଚେଷ୍ଟା କରୁଥିବା ସମୟରେ ନାଳ ପଡିଯିବାରୁ ଯୁବକ ଜଣକର ମୃତ୍ୟୁ ହୋଇ ଯାଇଛି । ଏପରି ଏକ ଘଟଣା ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ଯୁବକଙ୍କର ନାମ ଗଣେଷ ଗୁପ୍ତା । ସେ କିଛି ଜରୁରୀ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସିଥିଲେ । ତେବେ ବାଟରେ ପୋଲିସ୍‌ ଦେଖି ଅନ୍ୟ ବାଟରେ ଯାଉଥିଲେ । ଚାଲି ଚାଲି ଯାଉଥିବା ସମୟରେ ତାଙ୍କର ହଠାତ୍‌ କାଶ ହୋଇଥିଲା । ତାଙ୍କର କାଶକୁ ଦେଖି ଲୋକମାନେ ତାଙ୍କୁ କରୋନା ରୋଗୀ ବୋଲି ସନ୍ଦେହ କରି ମିଳିତ ଭାବେର ଆକ୍ରମଣ କରିଥିଲେ । ସେ ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ହଠାତ୍‌ ନାଳ ଭିତରକୁ ଖସି ପଡିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍‌ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଏହି ମାମଲାକୁ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଦେଶରେ କରୋନା ଯୋଗୁଁ 23,077 ଜଣ ସଂକ୍ରମିତ ହୋଇଥିବେଳେ ମୃତ୍ୟୁ ସଂଖ୍ୟା 718ରେ ପହଞ୍ଚିଛି । (ଏଜେନ୍ସି)

Related posts